iPhoneରେ ଆପଣଙ୍କ Freeform ସେଟିଂସ୍ ପରିବର୍ତ୍ତନ କରନ୍ତୁ
ଆପଣ Freeform ଆପ୍ ପାଇଁ ସେଟିଂସ୍କୁ କଷ୍ଟମାଇଜ୍ କରିପାରିବେ।
ବ୍ଯାକ୍ଗ୍ରାଉଣ୍ଡ୍ ଡଟ୍ ଗ୍ରିଡ୍ ଚାଲୁ କିମ୍ବା ବନ୍ଦ କରନ୍ତୁ
ଆପଣ ନିଜ ବୋର୍ଡ୍ରେ ଧୂସର ବିନ୍ଦୁଗୁଡ଼ିକର ଏକ ଗ୍ରିଡ୍ ଦେଖାଇପାରିବେ, ଯାହା ଆପଣଙ୍କୁ ଆଇଟମ୍ଗୁଡ଼ିକୁ ଲାଇନ୍ରେ ଅଛି କି ନାହିଁ ତାହା ଅଧିକ ସହଜରେ ଦେଖିବାକୁ ଅନୁମତି ଦେଇଥାଏ।
ଆପଣଙ୍କ iPhoneରେ Freeform ଆପ୍
କୁ ଯାଆନ୍ତୁ।
ଏକ ବୋର୍ଡ୍ ଖୋଲନ୍ତୁ କିମ୍ବା ଏକ ନୂଆ ବୋର୍ଡ୍ ଆରମ୍ଭ କରିବା ପାଇଁ
ରେ ଟାପ୍ କରନ୍ତୁ।
ଉପରେ ଟାପ୍ କରନ୍ତୁ, ତା’ପରେ “ଗ୍ରିଡ୍ ଲୁଚାନ୍ତୁ” କିମ୍ବା “ଗ୍ରିଡ୍ ଦେଖାନ୍ତୁ” ଉପରେ ଟାପ୍ କରନ୍ତୁ।
ବ୍ଯାକ୍ଗ୍ରାଉଣ୍ଡ୍ ଗ୍ରିଡ୍ରେ ଆଇଟମ୍ଗୁଡ଼ିକୁ ଆଲାଇନ୍ କରନ୍ତୁ
କୌଣସି ଆଇଟମ୍କୁ ରୀସାଇଜ୍ କିମ୍ବା ମୂଭ୍ କରିବା ସମୟରେ ଆପଣ ଗ୍ରିଡ୍ର ନିକଟତମ ଡଟ୍ ସହ ଧାର ଏବଂ ବିନ୍ଦୁଗୁଡ଼ିକ ଆଲାଇନ୍ କରିପାରିବେ।
ସେଟିଂସ୍
> ଆପ୍ > Freeformକୁ ଯାଆନ୍ତୁ।
“ସ୍ନାପ୍ରୁ ଗ୍ରିଡ୍”କୁ ଚାଲୁ କରନ୍ତୁ।
ଆପଣ ଏକ ବୋର୍ଡ୍ରେ କାମ କରିବା ସମୟରେ ମଧ୍ଯ ଏହି ସେଟିଂସ୍ ଆକ୍ସେସ୍ କରିପାରିବେ। ଉପରେ ଟାପ୍ କରନ୍ତୁ, ଆଲାଇନ୍ମେଣ୍ଟ୍ ସେଟିଂସ୍ ଉପରେ ଟାପ୍ କରନ୍ତୁ, ତା'ପରେ "ସ୍ନାପ୍ରୁ ଗ୍ରିଡ୍"ଉପରେ ଟାପ୍ କରନ୍ତୁ।
ଆଲାଇନ୍ମେଣ୍ଟ୍ ଗାଇଡ୍ ଚାଲୁ କିମ୍ବା ବନ୍ଦ କରନ୍ତୁ
ଆପଣ ଆଇଟମ୍ଗୁଡ଼ିକୁ ଅଧିକ ସଠିକ୍ ଭାବରେ ରଖିବାରେ ସହାୟତା କରିବାକୁ ଆଲାଇନ୍ମେଣ୍ଟ୍ ଗାଇଡ୍ ବ୍ଯବହାର କରିପାରିବେ। ଗାଇଡ୍ ଅନ୍ ଥିବା ସମୟରେ, ଆପଣ ଏକ ବୋର୍ଡ୍ରେ ଆଇଟମ୍ ଡ୍ରାଗ୍ କଲେ ସେଗୁଡ଼ିକ ଦେଖାଯିବ ଏବଂ ଏହା ଅନ୍ଯ ଆଇଟମ୍ ସହିତ ଆଲାଇନ୍ ହେବ।
ସେଟିଂସ୍
> ଆପ୍ > Freeformକୁ ଯାଆନ୍ତୁ।
ନିମ୍ନଲିଖିତ ମଧ୍ଯରୁ ଯେକୌଣସି ଗୋଟିଏ “ଚାଲୁ କିମ୍ବା ବନ୍ଦ କରନ୍ତୁ”ରେ ଟାପ୍ କରନ୍ତୁ:
ସେଣ୍ଟର୍ ଗାଇଡ୍: ଆଇଟମ୍ଗୁଡ଼ିକର ମଧ୍ଯବିନ୍ଦୁଗୁଡ଼ିକ ଆଲାଇନ୍ ହେବା ସମୟରେ ଏଗୁଡ଼ିକ ଦେଖାଯାଏ।
ଏଡ୍ଜ୍ ଗାଇଡ୍: ଆଇଟମ୍ଗୁଡ଼ିକର ଧାରଗୁଡ଼ିକ ଆଲାଇନ୍ ହେବା ସମୟରେ ଏଗୁଡ଼ିକ ଦେଖାଯାଏ।
ସ୍ପେସିଂ ଗାଇଡ୍: ଗୋଟିଏ ଧାଡ଼ିରେ ତିନୋଟି କିମ୍ବା ଅଧିକ ଆଇଟମ୍ ସମାନ ବ୍ଯବଧାନରେ ଥିଲେ ଏଗୁଡ଼ିକ ଦେଖାଯିବ।
ଆପଣ ଏକ ବୋର୍ଡ୍ରେ କାମ କରିବା ସମୟରେ ମଧ୍ଯ ଏହି ସେଟିଂସ୍ ଆକ୍ସେସ୍ କରିପାରିବେ। ଉପରେ ଟାପ୍ କରନ୍ତୁ, ଆଲାଇନ୍ମେଣ୍ଟ୍ ସେଟିଂସ୍ ଉପରେ ଟାପ୍ କରନ୍ତୁ, ତା’ପରେ ଆପଣ ବ୍ଯବହାର କରିବାକୁ ଚାହୁଁଥିବା ଗାଇଡ୍ଗୁଡ଼ିକୁ ଚାଲୁ କରନ୍ତୁ। କିମ୍ବା ଯଦି ଆପଣ ଚାହାନ୍ତି ନାହିଁ ଯେ ଆପଣ ବୋର୍ଡ୍ରେ ଆଇଟମ୍ଗୁଡିକୁ ପରସ୍ପର ନିକଟକୁ ମୂଭ୍ କରିବା ସମୟରେ ସେଗୁଡ଼ିକ ଦେଖାଯାଉ, ତେବେ ସେଗୁଡ଼ିକୁ ବନ୍ଦ କରନ୍ତୁ।
ଗଣିତର ହିଣ୍ଟ୍ ପ୍ରାପ୍ତ କରନ୍ତୁ
ଆପଣ ଲେଖିଥିବା ଗଣିତ ସମସ୍ଯାକୁ ଆପଣଙ୍କ iPhone କିପରି ପ୍ରତିକ୍ରିୟା ଦେବାକୁ ଚାହେଁ ତାହା ଆପଣ ଚୟନ କରିପାରିବେ।
ସେଟିଂସ୍
> ଆପ୍ > Freeformକୁ ଯାଆନ୍ତୁ।
“ଗଣିତ ଫଳାଫଳ” ଉପରେ ଟାପ୍ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ଯରୁ ଗୋଟିଏ ଚୟନ କରନ୍ତୁ:
ଯଦି ଆପଣ ସମସ୍ଯାଗୁଡ଼ିକୁ ସ୍ୱୟଂଚାଳିତ ଭାବରେ ସମାଧାନ କରିବାକୁ ଚାହାଁନ୍ତି: ଇନ୍ସର୍ଟ୍ ଫଳାଫଳ ବାଛନ୍ତୁ। (ଲିଖିତ ଆକାରରେ ଦେଖାଯାଉଥିବା ଉତ୍ତର ଆପଣଙ୍କ ଉତ୍ତର ସହ ମେଳହେଉଛି।)
ଆପଣ ଯଦି ପରାମର୍ଶଗୁଡ଼ିକ ଦେଖାଯାଉ ବୋଲି ଚାହାଁନ୍ତି: ପରାମର୍ଶ ଫଳାଫଳ ବାଛନ୍ତୁ। (ଏକ “ସମାଧାନ କରନ୍ତୁ” ବଟନ୍ ଦେଖାଯାଏ ଯାହା ଟାପ୍ କରିବା ସମୟରେ ଆପଣଙ୍କ ଉତ୍ତର ସହିତ ମେଳ ହେଉଥିବା ଲିଖିତ ଉତ୍ତର ଯୋଡ଼ି ହୋଇଯାଏ।)
ଯଦି ଆପଣ ଗଣିତ ଫଳାଫଳ ଦେଖିବାକୁ ଚାହାନ୍ତି ନାହିଁ: ଅଫ୍ ବାଛନ୍ତୁ।
ଆପଣ ଏକ ବୋର୍ଡ୍ରେ କାମ କରିବା ସମୟରେ ମଧ୍ଯ ଏହି ସେଟିଂସ୍ ଆକ୍ସେସ୍ କରିପାରିବେ। ରେ ଟାପ୍ କରନ୍ତୁ, ତା’ପରେ ଗଣିତ ଫଳାଫଳ ଉପରେ ଟାପ୍ କରନ୍ତୁ।
ଶେୟରିଂ ସେଟିଂସ୍ ପରିଚାଳନା କରନ୍ତୁ
ଆପଣ ଏକ ବୋର୍ଡ୍ ଶେୟର୍ କରିବା ଆରମ୍ଭ କରିବା ପରେ ଜଣେ ବ୍ଯକ୍ତି କିମ୍ବା ସମସ୍ତଙ୍କ ପାଇଁ ଆକ୍ସେସ୍ ଏବଂ ଅନୁମତି ବଦଳାଇ ପାରିବେ।
ଆପଣଙ୍କ iPhoneରେ Freeform ଆପ୍
କୁ ଯାଆନ୍ତୁ।
ସେହି ବୋର୍ଡ୍ ଖୋଲନ୍ତୁ ଯାହାର ଶେୟରିଂ ସେଟିଂସ୍ ଆପଣ ବଦଳାଇବାକୁ ଚାହୁଁଛନ୍ତି।
ରେ ଟାପ୍ କରନ୍ତୁ।
ବୋର୍ଡ୍ରେ କିଏ କାମ କରୁଛି ଦର୍ଶାଇ ଅଂଶଗ୍ରହଣକାରୀଙ୍କ ଏକ ଲିଷ୍ଟ୍ ଦେଖାଯିବ।
“ଶେୟର୍ କରାଯାଇଥିବା ବୋର୍ଡ୍ ପରିଚାଳନା କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ୟରୁ ଯେକୌଣସି ଗୋଟିଏ କରନ୍ତୁ:
ଏଡିଟ୍ ପାଇଁ ବୋର୍ଡ୍ ଲକ୍ କରନ୍ତୁ: ଶେୟର୍ ବିକଳ୍ପ ଉପରେ ଟାପ୍ କରନ୍ତୁ, ତା’ପରେ “କେବଳ ଦେଖନ୍ତୁ” ଉପରେ ଟାପ୍ କରନ୍ତୁ।
ଧ୍ୟାନ ଦିଅନ୍ତୁ: ଯଦି ଆପଣ ଚାହାଁନ୍ତି ନାହିଁ ଯେ ଅଂଶଗ୍ରହଣକାରୀମାନେ ଅନ୍ଯମାନଙ୍କୁ ଆମନ୍ତ୍ରଣ କରିବାକୁ ସକ୍ଷମ ହୁଅନ୍ତୁ, ତେବେ “କେବଳ ଆପଣ ଆମନ୍ତ୍ରଣ କରୁଥିବା ଲୋକଙ୍କୁ” ଏବଂ “କେବଳ ଆପଣ ଲୋକଙ୍କୁ ଯୋଗ କରିପାରିବେ” ଚୟନ କରନ୍ତୁ।
ଏଡିଟ୍ କରିବା ପାଇଁ ଆକ୍ସେସ୍ ଦିଅନ୍ତୁ: ଶେୟର୍ ବିକଳ୍ପ ଉପରେ ଟାପ୍ କରନ୍ତୁ, ତା’ପରେ “ପରିବର୍ତ୍ତନ କରିପାରିବେ” ଉପରେ ଟାପ୍ କରନ୍ତୁ।
ଆକ୍ସେସ୍ ଏବଂ ଅନୁମତି ପୃଥକ୍ ଭାବରେ ପରିବର୍ତ୍ତନ କରନ୍ତୁ: “ଜଣେ ଅଂଶଗ୍ରହଣକାରୀଙ୍କ ନାମ” ଉପରେ ଟାପ୍ କରନ୍ତୁ, ତା’ପରେ ସେଗୁଡ଼ିକର ସେଟିଂସ୍ଗୁଡ଼ିକୁ ଆଡ୍ଜଷ୍ଟ୍ କରନ୍ତୁ।
ଏକ ଲିଙ୍କ୍ ସହିତ ଅନ୍ଯମାନଙ୍କୁ ଆମନ୍ତ୍ରଣ କରନ୍ତୁ: ଶେୟର୍ ବିକଳ୍ପ ଉପରେ ଟାପ୍ କରନ୍ତୁ, “ଲିଙ୍କ୍ ଥିବା ଯେକୌଣସି ବ୍ଯକ୍ତି” ଉପରେ ଟାପ୍ କରନ୍ତୁ,
ଉପରେ ଟାପ୍ କରନ୍ତୁ, ତା’ପରେ “ଲିଙ୍କ୍ କପି କରନ୍ତୁ” ଉପରେ ଟାପ୍ କରନ୍ତୁ।
ଧ୍ୟାନ ଦିଅନ୍ତୁ: ଅନ୍ଯମାନଙ୍କୁ ପଠାଇବା ପାଇଁ ଯେକୌଣସି ବ୍ଯକ୍ତି ଲିଙ୍କ୍ କପି କରିପାରିବେ କିନ୍ତୁ ଯଦି ଆପଣ “କେବଳ ଆପଣ ଆମନ୍ତ୍ରଣ କରିଥିବା ଲୋକ” ଚୟନ କରନ୍ତି, ତେବେ କେବଳ ଆମନ୍ତ୍ରିତ ବ୍ଯକ୍ତି ହିଁ ବୋର୍ଡ୍ ଖୋଲିବାକୁ ଲିଙ୍କ୍ ବ୍ଯବହାର କରିପାରିବେ। ଯଦି ଆପଣ ଚାହାଁନ୍ତି ନାହିଁ ଯେ ଅଂଶଗ୍ରହଣକାରୀମାନେ ଅନ୍ଯମାନଙ୍କୁ ଆମନ୍ତ୍ରଣ କରିବାକୁ ସକ୍ଷମ ହୁଅନ୍ତୁ, ତେବେ “କେବଳ ଆପଣ ଆମନ୍ତ୍ରଣ କରୁଥିବା ଲୋକଙ୍କୁ” ଏବଂ “କେବଳ ଆପଣ ଲୋକଙ୍କୁ ଯୋଗ କରିପାରିବେ” ଚୟନ କରନ୍ତୁ।
ଟିପ୍: ଆପଣ ସମସ୍ତ ବୋର୍ଡ୍ ବ୍ରାଉଜିଂ କରିବା ସମୟରେ ପୂର୍ବରୁ ଶେୟର୍ କରିଥିବା ଯେକୌଣସି ବୋର୍ଡ୍କୁ ମଧ୍ଯ ପରିଚାଳନା କରିପାରିବେ। ଏହାର ଥମ୍ବ୍ନେଲ୍ କିମ୍ବା ନାମକୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ “ଶେୟର୍ କରାଯାଇଥିବା ବୋର୍ଡ୍ ପରିଚାଳନା କରନ୍ତୁ” ଉପରେ ଟାପ୍ କରନ୍ତୁ।
iCloudରେ ଆପଣଙ୍କ Freeform ବୋର୍ଡ୍ଗୁଡ଼ିକୁ ଷ୍ଟୋର୍ କରନ୍ତୁ
ସେଟିଂସ୍
> [ଆପଣଙ୍କ ନାମ] > iCloudକୁ ଯାଆନ୍ତୁ।
“ସବୁ ଦେଖନ୍ତୁ” ଉପରେ ଟାପ୍ କରନ୍ତୁ, ତା’ପରେ Freeform ଚାଲୁ କରନ୍ତୁ।
iCloud ବ୍ୟବହାର ନକରି ବ୍ୟାକ୍ଅପ୍ କରିବାକୁ, Apple ସହାୟତା ଆର୍ଟିକଲ୍ ଆପଣଙ୍କ iPhone, iPad କିମ୍ୱା iPod touchରେ ଏନକ୍ରିପ୍ଟେଡ୍ ବ୍ୟାକ୍ଅପ୍ ବିଷୟରେ ଦେଖନ୍ତୁ।
ଆପଣଙ୍କ ବୋର୍ଡ୍ଗୁଡ଼ିକୁ କ୍ରମବଦ୍ଧ କରନ୍ତୁ
ଆପଣଙ୍କ iPhoneରେ Freeform ଆପ୍
କୁ ଯାଆନ୍ତୁ।
ରେ ଟାପ୍ କରନ୍ତୁ, ତା'ପରେ ନିମ୍ନଲିଖିତ ଯେକୌଣସି କାର୍ଯ୍ଯ କରନ୍ତୁ:
ଏକ ସମୟରେ ଅଧିକ ବୋର୍ଡ ଦେଖନ୍ତୁ (ଛୋଟ ଥମ୍ନ୍ନେଲ୍ ସହ): “ଲିଷ୍ଟ୍”ରେ ଟାପ୍ କରନ୍ତୁ।
ବୋର୍ଡ୍ଗୁଡ଼ିକୁ ବର୍ଣ୍ଣାନୁକ୍ରମ ଭାବରେ (ନବୀନତମ ଅପ୍ଡେଟ୍ ପରିବର୍ତ୍ତେ) ଲିଷ୍ଟ୍ରେ ରଖନ୍ତୁ: “ନାମ ଅନୁସାରେ କ୍ରମବଦ୍ଧ କରନ୍ତୁ”ରେ ଟାପ୍ କରନ୍ତୁ।
କେତେ ଟାଇମ୍ ପୂର୍ବରୁ ସେଗୁଡ଼ିକୁ ଶେଷ ଥର ଖୋଲାଯାଇଥିଲା, ତାହା ଅନୁସାରେ ବୋର୍ଡ୍ଗୁଡ଼ିକୁ ଶ୍ରେଣୀଭୁକ୍ତ କରନ୍ତୁ: ସମସ୍ତ ବୋର୍ଡ୍ ଦେଖିବା ସମୟରେ “ତାରିଖ ଅନୁସାରେ କ୍ରମବଦ୍ଧ କରନ୍ତୁ” ଉପରେ ଟାପ୍ କରନ୍ତୁ, ତା’ପରେ “ଗ୍ରୂପ୍ ବ୍ଯବହାର କରନ୍ତୁ”ଉପରେ ଟାପ୍ କରନ୍ତୁ।
ବୋର୍ଡ୍ର ମାଲିକ ଅନୁସାରେ ବର୍ଗୀକରଣ କରନ୍ତୁ: ଶେୟର୍ କରାଯାଇଥିବା ବୋର୍ଡ୍ ଦେଖିବା ସମୟରେ, “ଗ୍ରୂପ୍ ବ୍ଯବହାର କରନ୍ତୁ” ଉପରେ ଟାପ୍ କରନ୍ତୁ।