iPhoneରେ ଥିବା Apple Musicରେ ଆଇଟମ୍କୁ ଫେଭରିଟ୍ ଭାବରେ ଚିହ୍ନିତ କରନ୍ତୁ
ଆପଣ ଆଇଟମ୍ଗୁଡ଼ିକୁ ଖୋଜିବାରେ ସହଜ କରିବା ପାଇଁ ସେଗୁଡ଼ିକୁ ମ୍ଯୁଜିକ୍ରେ “ଫେଭରିଟ୍” ଭାବରେ ଚିହ୍ନିତ କରିପାରିବେ। ଯଦି ଆପଣ Apple Musicକୁ ସବ୍ସ୍କ୍ରାଇବ୍ କରନ୍ତି, ତେବେ ଆପଣ ନିଜ ଫେଭରିଟ୍ କଳାକାରଙ୍କର ନୂତନ ରିଲୀଜ୍ର ନୋଟିଫିକେଶନ୍ ପାଇପାରିବେ ଏବଂ ହୋମ୍ ଟ୍ଯାବ୍ରେ ସହଜରେ ସେମାନଙ୍କ ମ୍ଯୁଜିକ୍କୁ ଫେରିପାରିବେ।
ଫେଭରିଟ୍ ପ୍ଲେଲିଷ୍ଟ୍, କଳାକାର, ଆଲ୍ବମ୍ ଏବଂ ଗୀତ ଯୋଡ଼ନ୍ତୁ
ଆପଣଙ୍କ iPhoneରେ ଥିବା ମ୍ଯୁଜିକ୍ ଆପ୍
କୁ ଯାଆନ୍ତୁ।
ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:
ଏକ ଫେଭରିଟ୍ ପ୍ଲେଲିଷ୍ଟ୍ ଯୋଡ଼ନ୍ତୁ: ଏକ ପ୍ଲେଲିଷ୍ଟ୍କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ କିମ୍ବା ଏକ ପ୍ଲେଲିଷ୍ଟ୍ ପାଖରେ ଥିବା
ରେ ଟାପ୍ କରନ୍ତୁ, ତା’ପରେ ଫେଭରିଟ୍ରେ ଟାପ୍ କରନ୍ତୁ।
ଜଣେ ଫେଭରିଟ୍ କଳାକାରଙ୍କୁ ଯୋଡ଼ନ୍ତୁ: ଏକ କଳାକାର ପୃଷ୍ଠାକୁ ଯାଆନ୍ତୁ, ତା’ପରେ ସ୍କ୍ରୀନ୍ ଉପରେ
ରେ ଟାପ୍ କରନ୍ତୁ।
ଆପଣ ଜଣେ କଳାକାରଙ୍କୁ ଫେଭରିଟ୍ ଭାବରେ ଚିହ୍ନିତ କଲେ, ସେମାନେ ହୋମ୍ରେ ଫେଭରିଟ୍ କଳାକାରଙ୍କ ତଳେ ଦେଖାଯାନ୍ତି ଏବଂ ସେମାନଙ୍କର ମ୍ଯୁଜିକ୍ ଅଧିକ ଥର ସୁପାରିଶ କରାଯାଏ।
ଏକ ଫେଭରିଟ୍ ଆଲ୍ବମ୍ ଯୋଡ଼ନ୍ତୁ: ଏକ ଆଲ୍ବମ୍କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ ଫେଭରିଟ୍ ବାଛନ୍ତୁ। କିମ୍ବା ଏକ ଆଲ୍ବମ୍ରେ ଟାପ୍ କରନ୍ତୁ,
ରେ ଟାପ୍ କରନ୍ତୁ, ତା’ପରେ ଫେଭରିଟ୍ରେ ଟାପ୍ କରନ୍ତୁ।
ଏକ ଫେଭରିଟ୍ ଗୀତ ଯୋଡ଼ନ୍ତୁ: ଏକ ଗୀତକୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ କରନ୍ତୁ କିମ୍ବା ଏକ ଗୀତ ପାଖରେ ଥିବା
ରେ ଟାପ୍ କରନ୍ତୁ, ତା’ପରେ ଫେଭରିଟ୍ରେ ଟାପ୍ କରନ୍ତୁ। କିମ୍ବା ”ବର୍ତ୍ତମାନ ଚାଲୁଛି” ସ୍କ୍ରୀନ୍ରେ
ରେ ଟାପ୍ କରନ୍ତୁ।
ଆପଣ କୌଣସି ଗୀତକୁ ଫେଭରିଟ୍ ବୋଲି ଚିହ୍ନିତ କରିବା ସମୟରେ ଏହା ଫେଭରିଟ୍ ଗୀତର ପ୍ଲେଲିଷ୍ଟ୍ରେ ଦେଖାଯିବ। ସେହି ପ୍ଲେଲିଷ୍ଟ୍ ଦେଖିବା ପାଇଁ ଲାଇବ୍ରେରୀରେ ଟାପ୍ କରନ୍ତୁ, ତା’ପରେ ପ୍ଲେଲିଷ୍ଟ୍ରେ ଟାପ୍ କରନ୍ତୁ।
ନିଜ ମ୍ଯୁଜିକ୍ ଲାଇବ୍ରେରୀରେ ଆପଣ ସହଜରେ ଫେଭରିଟ୍ ଆଇଟମ୍ ଖୋଜିପାରିବେ। ଲାଇବ୍ରେରି ଟାପ୍ କରନ୍ତୁ, ପ୍ଲେଲିଷ୍ଟ୍, କଳାକାର, ଆଲ୍ବମ୍ କିମ୍ବା ଗୀତ ବାଛନ୍ତୁ, କୁ ଟାପ୍ କରନ୍ତୁ, ତା’ପରେ ଫେଭରିଟ୍ ବାଛନ୍ତୁ।
ପ୍ଲେଲିଷ୍ଟ୍, କଳାକାର, ଆଲ୍ବମ୍ ଏବଂ ଗୀତକୁ ଫେଭରିଟ୍ରୁ କାଢ଼ି ଦିଅନ୍ତୁ
ଆପଣଙ୍କ iPhoneରେ ଥିବା ମ୍ଯୁଜିକ୍ ଆପ୍
କୁ ଯାଆନ୍ତୁ।
ଲାଇବ୍ରେରୀରେ ଟାପ୍ କରନ୍ତୁ, ପ୍ଲେଲିଷ୍ଟ୍, କଳାକାର, ଆଲ୍ବମ୍ କିମ୍ବା ଗୀତ ବାଛନ୍ତୁ,
ରେ ଟାପ୍ କରନ୍ତୁ, ତା’ପରେ ଫେଭରିଟ୍ ବାଛନ୍ତୁ
ପ୍ଲେଲିଷ୍ଟ୍, କଳାକାର, ଆଲ୍ବମ୍ କିମ୍ବା ଗୀତକୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ ”ଫେଭରିଟ୍କୁ ପୂର୍ବ ଭଳି କରନ୍ତୁ”ରେ ଟାପ୍ କରନ୍ତୁ।