ଆପଣଙ୍କ iPhoneରୁ ଇଣ୍ଟର୍ନେଟ୍ ସଂଯୋଗ ଶେୟର୍ କରନ୍ତୁ
ଆପଣ ଇନ୍ଷ୍ଟାଣ୍ଟ୍ ହଟ୍ସ୍ପଟ୍ ନାମକ ଏକ ଫୀଚର୍ ବ୍ୟବହାର କରି ଆପଣଙ୍କ iPhoneରୁ ଇଣ୍ଟର୍ନେଟ୍ ସଂଯୋଗ ଅନ୍ୟ ଡିଭାଇସ୍ ସହିତ ଶେୟର୍ କରିପାରିବେ। ଇନ୍ଷ୍ଟାଣ୍ଟ୍ ହଟ୍ସ୍ପଟ୍ ଆପଣଙ୍କ iPhoneରେ ପର୍ସନଲ୍ ହଟ୍ସ୍ପଟ୍ ବ୍ୟବହାର କରେ ଏବଂ ଆପଣଙ୍କ ଅନ୍ଯ ଡିଭାଇସ୍ରୁWi-Fi ନେଟ୍ୱର୍କ୍ରୁ ଇଣ୍ଟର୍ନେଟ୍ ଆକ୍ସେସ୍ ନଥିବା ସମୟରେ ଉପଯୋଗୀ ହୋଇଥାଏ।
ଅନ୍ଯ ଡିଭାଇସ୍ଗୁଡ଼ିକୁ ଆପଣଙ୍କ ପର୍ସନଲ୍ ହଟ୍ସ୍ପଟ୍ ସହିତ ସଂଯୋଗ କରିବାର ଅନେକ ଉପାୟ ଅଛି:
Wi-Fi ସେଟିଂସ୍ ମାଧ୍ଯମରେ ଆପଣଙ୍କ ଅନ୍ଯ ଡିଭାଇସ୍କୁ iPhone ସହିତ ସଂଯୋଗ କରନ୍ତୁ।
ଆପଣଙ୍କ ଦୁଇଟି ଡିଭାଇସ୍କୁ Bluetooth® ସହିତ ପେୟର୍ କରନ୍ତୁ।
ଏକ କେବୁଲ୍ ଦ୍ବାରା ଆପଣଙ୍କ ଅନ୍ଯ ଡିଭାଇସ୍କୁ iPhone ସହିତ ସଂଯୋଗ କରନ୍ତୁ।
ଆପଣ ନିଜ iPhoneରେ ପର୍ସନଲ୍ ହଟ୍ସ୍ପଟ୍ ଅନ୍ୟ iPhone, iPad, Mac, Windows ଡିଭାଇସ୍ ଇତ୍ଯାଦି ସହିତ ଶେୟର୍ କରିପାରିବେ।
ଧ୍ୟାନ ଦିଅନ୍ତୁ: ପର୍ସନଲ୍ ହଟ୍ସ୍ପଟ୍ ସମସ୍ତ ମୋବାଇଲ୍ ନେଟ୍ଓ୍ବର୍କ୍ରେ ଉପଲବ୍ଧ ନାହିଁ। ଅତିରିକ୍ତ ଶୁଳ୍କ ଲାଗୁ ହୋଇପାରେ। ଗୋଟିଏ ସମୟରେ ଆପଣଙ୍କ ପର୍ସନଲ୍ ହଟ୍ସ୍ପଟ୍ରେ କେତେ ଡିଭାଇସ୍ ଯୋଡ଼ି ହୋଇପାରିବେ ତାହା ଆପଣଙ୍କ ନେଟ୍ୱର୍କ୍ ପ୍ରଦାନକାରୀ ଏବଂ iPhone ମଡେଲ୍ ଉପରେ ନିର୍ଭର କରେ। ଅଧିକ ସୂଚନା ପାଇଁ ଆପଣଙ୍କ ନେଟ୍ଓ୍ବର୍କ୍ ପ୍ରଦାନକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ।
ଆପଣ ଆରମ୍ଭ କରିବା ପୂର୍ବରୁ
ନିମ୍ନଲିଖିତ କାର୍ଯ୍ଯ କରିବା ନିଶ୍ଚିତ କରନ୍ତୁ:
ଡିଭାଇସ୍ଗୁଡ଼ିକ ପରସ୍ପରଠାରୁ 30 ଫୁଟ୍ (10 ମିଟର୍) ମଧ୍ଯରେ ରହିଛି।
ଉଭୟ ଡିଭାଇସ୍ ଇନ୍ଷ୍ଟାଣ୍ଟ୍ ହଟ୍ସ୍ପଟ୍ ପାଇଁ ସର୍ବନିମ୍ନ ସିଷ୍ଟମ୍ ଆବଶ୍ଯକତା ପୂରଣ କରନ୍ତି।
ଯଦି ଆପଣ ଏକ VPN ବ୍ଯବହାର କରୁଛନ୍ତି, ତେବେ ନିଶ୍ଚିତ କରନ୍ତୁ ଯେ ଏହାର କନ୍ଫିଗରେଶନ୍ ସ୍ଥାନୀୟ ନେଟ୍ୱର୍କିଂକୁ ପ୍ରତିରୋଧ କରିନଥାଏ କାରଣ ଏହା କିଛି କଣ୍ଟିନ୍ଯୁଇଟି ଫୀଚର୍ରେ ବାଧା ସୃଷ୍ଟି କରିପାରେ।
ଆପଣ ନିଜ ପର୍ସନଲ୍ ହଟ୍ସ୍ପଟ୍କୁ ନିଜ Apple ଡିଭାଇସ୍ ସହିତ ଶେୟର୍ କରୁଥିଲେ, ଯଦି ଆପଣ ଉଭୟ ଡିଭାଇସ୍ରୁ ସମାନ Apple ଆକାଉଣ୍ଟ୍ରେ ସାଇନ୍ ଇନ୍ କରିଛନ୍ତି ତେବେ ସଂଯୋଗ ଶୀଘ୍ର ହେବ।
ଧ୍ୟାନ ଦିଅନ୍ତୁ: ଆପଣ କେବଳ ନିଜ iPhoneରେ ମୋବାଇଲ୍ ଇଣ୍ଟର୍ନେଟ୍ ସଂଯୋଗ ଶେୟର୍ କରି ପର୍ସନଲ୍ ହଟ୍ସ୍ପଟ୍ ବ୍ୟବହାର କରିପାରିବେ। ଆପଣ ଆପଣଙ୍କ iPhoneକୁ ଏକ Wi-Fi ନେଟ୍ଓ୍ବର୍କ୍କୁ ସଂଯୋଗ କରିପାରିବେ ନାହିଁ ଏବଂ ତା'ପରେ ସେହି ନେଟ୍ଓ୍ବର୍କ୍କୁ ଅନ୍ୟ ଡିଭାଇସ୍ ସହ ଶେୟର୍ କରିପାରିବେ।
ନିଜ iPhoneରେ ପର୍ସନଲ୍ ହଟ୍ସ୍ପଟ୍ ସେଟ୍ ଅପ୍ କରନ୍ତୁ
iPhoneରେ, ସେଟିଂସ୍ > ପର୍ସନଲ୍ ହଟ୍ସ୍ପଟ୍କୁ ଯାଆନ୍ତୁ, ତା’ପରେ “ଯୋଗଦେବାକୁ ଅନ୍ଯମାନଙ୍କୁ ଅନୁମତି ଦିଅନ୍ତୁ”।
ବୈକଳ୍ପିକ ଭାବରେ, ଆପଣ Wi-Fi ପାସ୍ଓ୍ବର୍ଡ୍ ପରିବର୍ତ୍ତନ କରିପାରିବେ। ଆପଣଙ୍କ Wi-Fi ନେଟ୍ୱର୍କ୍ର ନାମ ହେଉଛି ଆପଣଙ୍କ ଡିଭାଇସ୍ର ନାମ, ଯାହାକୁ ଆପଣ ସେଟିଂସ୍ > ସାଧାରଣ > ବିଷୟରେ ପରିବର୍ତ୍ତନ କରିପାରିବେ।
ଯଦି ଆପଣ ଦୁଇଟି SIMs ବ୍ୟବହାର କରିବା ପାଇଁ ଆପଣଙ୍କର iPhone ସେଟ୍ ଅପ୍ କରନ୍ତି, ପର୍ସନଲ୍ ହଟ୍ସ୍ପଟ୍ ଆପଣ ମୋବାଇଲ୍ ଡେଟା ପାଇଁ ଚୟନ କରିଥିବା ଲାଇନ୍ ବ୍ୟବହାର କରେ। ଡୁଆଲ୍ SIM ସେଟ୍ ଅପ୍ କରନ୍ତୁ ଦେଖନ୍ତୁ।
ଧ୍ୟାନ ଦିଅନ୍ତୁ: ଯଦି ସେଟିଂସ୍ > ମୋବାଇଲ୍ରେ ମୋବାଇଲ୍ ଡେଟା ଚାଲୁ ଅଛି କିନ୍ତୁ ଆପଣ ଏକ ବିକଳ୍ପ ଭାବରେ ପର୍ସନଲ୍ ହଟସ୍ପଟ୍ ସେଟ୍ ଅପ୍ ଦେଖନ୍ତି ନାହିଁ, ତେବେ ଆପଣଙ୍କ ପ୍ଲାନ୍ରେ ପର୍ସନଲ୍ ହଟ୍ସ୍ପଟ୍ ଯୋଡ଼ିବା ବିଷୟରେ ଆପଣଙ୍କ ନେଟ୍ୱର୍କ୍ ପ୍ରଦାନକାରୀଙ୍କ ସହ ଯୋଗାଯୋଗ କରନ୍ତୁ।
ନିଜ iPhoneରେ ପର୍ସନଲ୍ ହଟ୍ସ୍ପଟ୍ ଚାଲୁ ଏବଂ ବନ୍ଦ କରନ୍ତୁ
ଆପଣଙ୍କ iPhoneରେ, କଣ୍ଟ୍ରୋଲ୍ ସେଣ୍ଟର୍ ଖୋଲନ୍ତୁ। ଆପଣଙ୍କ ପର୍ସନଲ୍ ହଟ୍ସ୍ପଟ୍ ଡିସ୍କଭର୍ଯୋଗ୍ଯ କରିବା ପାଇଁ ରେ ଟାପ୍ କରନ୍ତୁ।
ଆପଣଙ୍କ ପର୍ସନଲ୍ ହଟ୍ସ୍ପଟ୍ ବ୍ୟବହାର କରିବାକୁ କେଉଁ ବ୍ଯକ୍ତିଙ୍କୁ ଅନୁମତି ଦିଆଯିବ ତାହା ଆପଣ ବାଛିପାରିବେ, ଏକ ପାସ୍ଓ୍ବର୍ଡ୍ ସେଟ୍ କରିପାରିବେ ଏବଂ—ଯଦି ଆପଣ ଏକ ଫ୍ୟାମିଲି ଶେୟରିଂ ଗ୍ରୂପ୍ରେ ଅଛନ୍ତି—ଆପଣ ସ୍ୱୟଂଚାଳିତ ଭାବରେ ଆପଣଙ୍କ ପର୍ସନଲ୍ ହଟ୍ସ୍ପଟ୍ ନିର୍ଦ୍ଦିଷ୍ଟ ପରିବାର ସଦସ୍ୟଙ୍କ ସହିତ ଶେୟର୍ କରିବାକୁ ଚାହୁଁଛନ୍ତି କି ନାହିଁ ତାହା ସ୍ଥିର କରିପାରିବେ। ସେଟ୍ ଅପ୍ କରିବାକୁ, ସେଟିଂସ୍ > ପର୍ସନଲ୍ ହଟ୍ସ୍ପଟ୍କୁ ଯାଆନ୍ତୁ।
Wi-Fi ସହାୟତାରେ ଏକ ପର୍ସନଲ୍ ହଟ୍ସ୍ପଟ୍ ସହ ସଂଯୋଗ କରନ୍ତୁ
Wi-Fi ସେଟିଂସ୍ ବ୍ୟବହାର କରି ଆପଣ ନିଜର iPhoneର ପର୍ସନଲ୍ ହଟ୍ସ୍ପଟ୍ରେ ଅନ୍ୟ ଡିଭାଇସ୍ଗୁଡ଼ିକୁ ସଂଯୋଗ କରିପାରିବେ। ଆପଣ ଅନ୍ୟ iPhone, iPad, Mac, ଏକ Windows ଡିଭାଇସ୍ ଏବଂ ଅନ୍ୟ ଡିଭାଇସ୍କୁ ସଂଯୋଗ କରିପାରିବେ ଯାହା ଏକ Wi-Fi ନେଟ୍ଓ୍ବର୍କ୍ ସଂଯୋଗ କରିବାକୁ ସମର୍ଥ।
ଆପଣ ନିଜ iPhoneର ପର୍ସନଲ୍ ହଟ୍ସ୍ପଟ୍ ସହ ସଂଯୋଗ କରିବାକୁ ଚାହୁଁଥିବା ଡିଭାଇସ୍ରେ ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ କରନ୍ତୁ:
Touch ID ଥିବା iPhoneରେ: କଣ୍ଟ୍ରୋଲ୍ ସେଣ୍ଟର୍ ଖୋଲିବା ପାଇଁ ସ୍କ୍ରୀନ୍ର ଶୀର୍ଷ ଡାହାଣ କୋଣରୁ ତଳକୁ ସ୍ୱାଇପ୍ କରନ୍ତୁ। Wi-Fi ଚାଲୁ କରିବା ପାଇଁ
ରେ ଟାପ୍ କରନ୍ତୁ, ତା’ପରେ ଆପଣଙ୍କ iPhone ବାଛନ୍ତୁ।
Face ID ଥିବା iPhoneରେ: କଣ୍ଟ୍ରୋଲ୍ ସେଣ୍ଟର୍ ଖୋଲିବାକୁ ନିମ୍ନରୁ ଉପରକୁ ସ୍ୱାଇପ୍ କରନ୍ତୁ। Wi-Fi ଚାଲୁ କରିବା ପାଇଁ
ରେ ଟାପ୍ କରନ୍ତୁ, ତା’ପରେ ଆପଣଙ୍କ iPhone ବାଛନ୍ତୁ।
iPadରେ: କଣ୍ଟ୍ରୋଲ୍ ସେଣ୍ଟର୍ ଖୋଲିବା ପାଇଁ ସ୍କ୍ରୀନ୍ର ଶୀର୍ଷ ଡାହାଣ କୋଣରୁ ତଳକୁ ସ୍ୱାଇପ୍ କରନ୍ତୁ। Wi-Fi ଚାଲୁ କରିବା ପାଇଁ
ରେ ଟାପ୍ କରନ୍ତୁ, ତା’ପରେ ଆପଣଙ୍କ iPhone ବାଛନ୍ତୁ।
Macରେ: ମେନ୍ୟୂ ବାର୍ରେ
ରେ କ୍ଲିକ୍ କରନ୍ତୁ, ତା’ପରେ ଆପଣଙ୍କ iPhone ବାଛନ୍ତୁ।
Windows ଡିଭାଇସ୍ କିମ୍ବା ଅନ୍ୟ ଡିଭାଇସ୍ରେ: ଏକ ପର୍ସନଲ୍ ହଟ୍ସ୍ପଟ୍ ସହିତ ସଂଯୋଗ କରିବାକୁ ନିର୍ମାତାଙ୍କ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।
ସଂଯୋଗ କରିବା ପାଇଁ ଆପଣଙ୍କ ପର୍ସନଲ୍ ହଟ୍ସ୍ପଟ୍ ପାଇଁ ସେଟ୍ ଅପ୍ କରିଥିବା ପାସ୍ଓ୍ବର୍ଡ୍ ଲେଖନ୍ତୁ। ଯଦି ଆପଣ ଅନ୍ୟ Apple ଡିଭାଇସ୍ ସଂଯୋଗ କରୁଛନ୍ତି ଏବଂ ଆପଣଙ୍କୁ ଉଭୟ ଡିଭାଇସ୍ରେ ସମାନ Apple ଆକାଉଣ୍ଟ୍ରେ ସାଇନ୍ ଇନ୍ କରାଯାଇଛି, ତେବେ ଆପଣଙ୍କୁ ପାସ୍ଓ୍ବର୍ଡ୍ ଲେଖିବାର ଆବଶ୍ୟକତା ନାହିଁ।
ଧ୍ୟାନ ଦିଅନ୍ତୁ: ଏକ Mac ଆପଣଙ୍କ ପର୍ସନଲ୍ ହଟ୍ସ୍ପଟ୍ ସହିତ ସଂଯୁକ୍ତ ହେବା ସମୟରେ, ପର୍ସନଲ୍ ହଟ୍ସ୍ପଟ୍ ଆଇକନ୍
ସଂଯୁକ୍ତ ଥିବା Macର ଷ୍ଟାଟସ୍ ବାର୍ରେ ଦେଖାଯାଏ।
ଆପଣ ହଟ୍ସ୍ପଟ୍ ବ୍ୟବହାର କରୁନଥିବା ସମୟରେ, ବ୍ୟାଟେରି ସଞ୍ଚୟ କରିବାକୁ ଆପଣଙ୍କ ଡିଭାଇସ୍ ସ୍ବୟଂଚାଳିତ ଭାବେ ବିଚ୍ଛିନ୍ନ ହୋଇଯାଏ।
Bluetooth ସହାୟତାରେ ଏକ ପର୍ସନଲ୍ ହଟ୍ସ୍ପଟ୍ ସହିତ ସଂଯୋଗ କରନ୍ତୁ
ଆପଣ Wi-Fi ପରିବର୍ତ୍ତେ Bluetooth ବ୍ୟବହାର କରି ଆପଣଙ୍କ iPhoneରେ ପର୍ସନଲ୍ ହଟ୍ସ୍ପଟ୍କୁ ଏକ Mac କିମ୍ୱା Windows ଡିଭାଇସ୍ ସଂଯୋଗ କରିପାରିବେ। ଉଭୟ ଡିଭାଇସ୍ରେ Bluetooth ଚାଲୁ ଥିବା ଆବଶ୍ୟକ।
ଆପଣଙ୍କ Macରେ, Apple ମେନ୍ଯୂ > ସିଷ୍ଟମ୍ ସେଟିଂସ୍ ବାଛନ୍ତୁ, ତା’ପରେ ସାଇଡ୍ବାର୍ରେ Bluetooth
ରେ କ୍ଲିକ୍ କରନ୍ତୁ। (ଆପଣଙ୍କୁ ତଳକୁ ସ୍କ୍ରୋଲ୍ କରିବାକୁ ପଡ଼ିପାରେ।)
ଧ୍ୟାନ ଦିଅନ୍ତୁ: ଯଦି ଆପଣଙ୍କ Macରେ macOS 12.5 କିମ୍ବା ପୂର୍ବବର୍ତ୍ତୀ ଭର୍ଶନ୍ ଅଛି, ତେବେ Apple ମେନ୍ଯୁ > ସିଷ୍ଟମ୍ ପ୍ରାଥମିକତାକୁ ଯାଆନ୍ତୁ, ତା’ପରେ Bluetoothରେ କ୍ଲିକ୍ କରନ୍ତୁ।
ଆପଣଙ୍କ iPhone ଡିସ୍କଭର୍ଯୋଗ୍ଯ ଥିବା ନିଶ୍ଚିତ କରିବା ପାଇଁ ସେଟିଂସ୍ > Bluetoothକୁ ଯାଆନ୍ତୁ।
ଆପଣଙ୍କ Macରେ, ଆପଣଙ୍କ iPhone ଦେଖାଗଲେ ଏହାକୁ ଚୟନ କରନ୍ତୁ। (ଏହା କିଛି ସମୟ ନେଇପାରେ।)
Bluetooth ସହ ସଂଯୁକ୍ତ ହେବା ମାତ୍ରେ, ଆପଣଙ୍କ mac ଆପଣଙ୍କ iPhoneରେ ମୋବାଇଲ୍ ସଂଯୋଗ ବ୍ୟବହାର କରିବାକୁ ସକ୍ଷମ ହେବ।
Bluetooth ବ୍ୟବହାର କରି ଆପଣଙ୍କ Windows ଡିଭାଇସ୍କୁ ଆପଣଙ୍କ iPhoneକୁ ସଂଯୋଗ କରିବା ପାଇଁ, ଏକ Bluetooth ନେଟ୍ଓ୍ବର୍କ୍ ସଂଯୋଗ ସେଟ୍ ଅପ୍ କରିବାକୁ ନିର୍ମାତାଙ୍କ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।
ଏକ USB କେବଲ୍ ସହାୟତାରେ ଏକ ପର୍ସନଲ୍ ହଟ୍ସ୍ପଟ୍ ସହିତ ସଂଯୋଗ କରନ୍ତୁ
ଆପଣ ନିଜ iPhone ସହିତ ଆସିଥିବା USB କେବୁଲ୍ (କିମ୍ବା ଆପଣଙ୍କ iPhone ଏବଂ ଅନ୍ୟ ଡିଭାଇସ୍ରେ ଥିବା ପୋର୍ଟ୍ ସହ ମେଳ ଖାଉଥିବା ଅନ୍ୟ ଏକ କେବୁଲ୍) ବ୍ୟବହାର କରି ଆପଣଙ୍କ iPhoneରେ ପର୍ସନଲ୍ ହଟ୍ସ୍ପଟ୍କୁ ଏକ Mac କିମ୍ୱା Windows ଡିଭାଇସ୍ ସଂଯୋଗ କରିପାରିବେ।
ଧ୍ୟାନ ଦିଅନ୍ତୁ: ଆପଣ ନିଜ iPhoneରେ ଏକ ଆଲର୍ଟ୍ ଦେଖୁଛନ୍ତି କି ଯେଉଁଥିରେ ଲେଖାଅଛି ଯେ ଏହି କମ୍ପ୍ୟୁଟର୍କୁ ବିଶ୍ୱାସ କରିବେ? “ବିଶ୍ୱାସ କରନ୍ତୁ”ରେ ଟାପ୍ କରନ୍ତୁ। ଆଗକୁ ବଢ଼ିବା ପାଇଁ ଆପଣଙ୍କୁ ନିଜ ଡିଭାଇସ୍ର ପାସ୍କୋଡ୍ ଲେଖିବା ପାଇଁ କୁହାଯାଇପାରେ। ଯଦି ଆପଣ ଆପଣଙ୍କ Macରେ ଏକ ଆଲର୍ଟ୍ ଦେଖନ୍ତି ଯେଉଁଥିରେ କୁହାଯାଇଛି ଯେ “ଆକ୍ସେସରି ସଂଯୋଗ କରିବାକୁ ଅନୁମତି ଦେବେ?” “ଅନୁମତି ଦିଅନ୍ତୁ”ରେ କ୍ଲିକ୍ କରନ୍ତୁ।
ଏହା ଏକ କେବଲ୍ ସହ ସଂଯୁକ୍ତ ହେବା ମାତ୍ରେ, ଆପଣଙ୍କର Mac କିମ୍ବା Windows ଡିଭାଇସ୍ ଆପଣଙ୍କ iPhoneର ମୋବାଇଲ୍ ସଂଯୋଗ ବ୍ୟବହାର କରିବାକୁ ସକ୍ଷମ ହେବ।
ଯଦି ଆପଣଙ୍କ ପର୍ସନଲ୍ ହଟ୍ସ୍ପଟ୍ କାର୍ଯ୍ଯ କରୁନାହିଁ
ଆପଣଙ୍କ ଡିଭାଇସ୍ରେ Wi-Fi ଏବଂ Bluetooth ଚାଲୁ ଥିବା ନିଶ୍ଚିତ କରନ୍ତୁ।
ଆପଣଙ୍କ ଡିଭାଇସ୍ଗୁଡ଼ିକ ପରସ୍ପତ ଠାରୁ 30 ଫୁଟ୍ (10 ମିଟର୍) ମଧ୍ୟରେ ରହିବା ଆବଶ୍ୟକ।
ଅତିରିକ୍ତ ଟ୍ରବଲ୍ଶୁଟିଂ ଷ୍ଟେପ୍ ପାଇଁ, Apple ସହାୟତା ଆର୍ଟିକଲ୍ ଯଦି ଆପଣଙ୍କ iPhone କିମ୍ବା iPad (Wi-Fi + ମୋବାଇଲ୍)ରେ ପର୍ସନଲ୍ ହଟ୍ସ୍ପଟ୍ କାର୍ଯ୍ଯ କରୁନାହିଁ ଦେଖନ୍ତୁ।
ସେଟିଂସ୍ > ପର୍ସନଲ୍ ହଟ୍ସ୍ପଟ୍, ତା’ପରେ “ସୁସଙ୍ଗତା ସର୍ବାଧିକ କରନ୍ତୁ” ସକ୍ଷମ କରି ସୁସଙ୍ଗତା ସର୍ବାଧିକ କରନ୍ତୁ। ଚାଲୁ ଥିବା ସମୟରେ “ସର୍ବାଧିକ ସୁସଙ୍ଗତତା” ଆପଣଙ୍କ ପର୍ସନଲ୍ ହଟ୍ସ୍ପଟ୍ରେ ସଂଯୁକ୍ତ ଥିବା ଡିଭାଇସ୍ଗୁଡ଼ିକର କାର୍ଯ୍ୟଦକ୍ଷତା ହ୍ରାସ କରିପାରେ।
ଆପଣ ନିଜର iPhoneରୁ ଏକ ପର୍ସନଲ୍ ହଟ୍ସ୍ପଟ୍ ଶେୟର୍ କରିବା ସମୟରେ ଇଣ୍ଟର୍ନେଟ୍ ସହ ସଂଯୋଗ ପାଇଁ ଏହା ମୋବାଇଲ୍ ଡେଟା ବ୍ୟବହାର କରେ। ଆପଣଙ୍କ ମୋବାଇଲ୍ ଡେଟା ନେଟ୍ଓ୍ବର୍କ୍ ଉପଯୋଗ ନିରୀକ୍ଷଣ କରିବା ପାଇଁ ସେଟିଂସ୍ > ମୋବାଇଲ୍ ସେବାକୁ ଯାଆନ୍ତୁ। ମୋବାଇଲ୍ ଡେଟା ସେଟିଂସ୍ ଦେଖନ୍ତୁ କିମ୍ବା ପରିବର୍ତ୍ତନ କରନ୍ତୁ ଦେଖନ୍ତୁ।
ଯଦି ଆପଣ ଫ୍ୟାମିଲି ଶେୟରିଂ ବ୍ୟବହାର କରନ୍ତି, ତେବେ ଆପଣ ନିଜ ପରିବାରର ଯେକୌଣସି ସଦସ୍ୟଙ୍କ ସହ ନିଜର ପର୍ସନଲ୍ ହଟ୍ସ୍ପଟ୍ ଶେୟର୍ କରିପାରିବେ। ଫ୍ଯାମିଲି ଶେୟରିଂ ସେଟ୍ ଅପ୍ କରନ୍ତୁ ଦେଖନ୍ତୁ।