iPhoneରେ ଥିବା FaceTimeରେ ଏକାଠି ଦେଖିବା, ଶୁଣିବା ଏବଂ ଖେଳିବା ପାଇଁ SharePlay ବ୍ଯବହାର କରନ୍ତୁ
FaceTime ଆପ୍ରେ SharePlay ସହିତ, ଆପଣ FaceTime କଲ୍ରେ ଏକାଠି ଥିବା ସମୟରେ ବନ୍ଧୁ ଏବଂ ପରିବାର ସହିତ ସମନ୍ୱୟ ରକ୍ଷା କରି TV ଶୋ', ମୂଭି ଏବଂ ମ୍ଯୂଜିକ୍ ଷ୍ଟ୍ରୀମ୍ କରିପାରିବେ। ଆପଣ ସିଙ୍କ୍ ହୋଇଥିବା ପ୍ଲେବ୍ଯାକ୍ ଏବଂ ଶେୟର୍ ହୋଇଥିବା କଣ୍ଟ୍ରୋଲ୍, ସମାନ ସମୟରେ ସମାନ ମୁହୂର୍ତ୍ତ ଦେଖିବା ଏବଂ ଶୁଣିବା ସହିତ କଲ୍ରେ ଅନ୍ଯମାନଙ୍କ ସହିତ ରିଅଲ୍ ଟାଇମ୍ରେ ସଂଯୋଗ ଉପଭୋଗ କରନ୍ତୁ। ସ୍ମାର୍ଟ୍ ଭଲ୍ଯୁମ୍ ସହିତ, ମିଡିଆ ଅଡିଓ ଡାଇନାମିକ୍ ଭାବରେ ଆଡ୍ଜଷ୍ଟ୍ ହୋଇଥାଏ, ତେଣୁ ଆପଣ ଦେଖିବା କିମ୍ବା ଶୁଣିବା ସମୟରେ ଚାଟ୍ କରିବା ଜାରି ରଖିପାରିବେ। ଆପଣ ଏକ FaceTime କଲ୍ ସମୟରେ ଏବଂ iOS 18.2 କିମ୍ୱା ପରବର୍ତ୍ତୀ ଭର୍ଶନ୍ରେ ବନ୍ଧୁମାନଙ୍କ ସହିତ ଗେମ୍ ସେଣ୍ଟର୍ରେ ସମର୍ଥିତ ମଲ୍ଟିପ୍ଲେୟର୍ ଗେମ୍ ମଧ୍ୟ ଖେଳିପାରିବେ, ଏକାଠି ସମର୍ଥିତ ଲାଇଭ୍ କ୍ରୀଡ଼ା ଇଭେଣ୍ଟ୍ଗୁଡ଼ିକ ଦେଖିପାରିବେ।
ଟିପ୍: ଦୁଇଟି iPhoneକୁ ଏକାଠି ହୋଲ୍ଡ୍ କରି ଆପଣ ତତ୍କାଳ SharePlay ଆରମ୍ଭ କରିପାରିବେ। (ଦୁଇଟି iPhoneକୁ ପାଖାପାଖି ହୋଲ୍ଡ୍ କରି ରଖି ଏକ SharePlay ସେଶନ୍ ଆରମ୍ଭ କରନ୍ତୁ ଦେଖନ୍ତୁ।)
FaceTime କଲ୍ ସମୟରେ SharePlayକୁ ଅନ୍ଯ ଆପ୍ରେ ମଧ୍ଯ ବ୍ଯବହାର କରାଯାଇପାରିବ। ଏକ କଲ୍ ସମୟରେ SharePlay ପାଇଁ କେଉଁ ଆପ୍ ବ୍ୟବହାର କରାଯାଇପାରିବ ତାହା ଦେଖିବାକୁ, ରେ ଟାପ୍ କରନ୍ତୁ, ତା'ପରେ ଆପ୍ଗୁଡ଼ିକ ମଧ୍ୟ ଦେଇ ସ୍କ୍ରୋଲ୍ କରନ୍ତୁ।
ଧ୍ୟାନ ଦିଅନ୍ତୁ: Apple TV + (କେତେକ ଦେଶ ଏବଂ ଅଞ୍ଚଳରେ ଫ୍ରାଇଡେ ନାଇଟ୍ ବେସ୍ ବଲ୍ ଅନ୍ତର୍ଭୁକ୍ତ), MLS Season Pass, Apple TV ଚ୍ଯାନେଲ୍ ଏବଂ SharePlayକୁ ସମର୍ଥନ କରୁଥିବା କିଛି ଆପ୍ ପାଇଁ ସବ୍ସ୍କ୍ରିପ୍ସନ୍ ଆବଶ୍ଯକ। ଏକ ମୂଭି କିମ୍ବା TV ଶୋ’ କିମ୍ବା ଲାଇଭ୍ ସ୍ପୋର୍ଟସ୍ ଏକାଠି ଦେଖିବା ପାଇଁ, ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ ସର୍ବନିମ୍ନ ସିଷ୍ଟମ୍ ଆବଶ୍ୟକତା ପୂରଣ କରୁଥିବା ନିଜ ଡିଭାଇସ୍ରେ, ସବ୍ସ୍କ୍ରିପ୍ସନ୍ କିମ୍ବା କ୍ରୟ ମାଧ୍ୟମରେ ବିଷୟବସ୍ତୁ ଆକ୍ସେସ୍ କରିବାକୁ ହେବ। SharePlay ବିଭିନ୍ନ ଦେଶ କିମ୍ବା ଅଞ୍ଚଳରେ କିଛି ମୂଭି, TV ଶୋ' କିମ୍ବା ଲାଇଭ୍ ସ୍ପୋର୍ଟ୍ସ୍ ଇଭେଣ୍ଟ୍ ଶେୟର୍ କରିବାକୁ ସମର୍ଥନ କରିନପାରେ। FaceTime, କିଛି FaceTime ଫୀଚର୍ ଏବଂ ଅନ୍ୟ Apple ସେବାଗୁଡ଼ିକ ସମସ୍ତ ଦେଶ କିମ୍ବା ଅଞ୍ଚଳରେ ଉପଲବ୍ଧ ହୋଇନପାରେ।
FaceTime କଲ୍ ସମୟରେ ଭିଡିଓ ଏକାଠି ଦେଖନ୍ତୁ
FaceTime କଲ୍ ସମୟରେ, ସିଙ୍କ୍ କରି ଆପଣ ବନ୍ଧୁ ଏବଂ ପରିବାର ସହିତ ସହ ମୂଭି ଏବଂ TV ଶୋ’ ଦେଖିପାରିବେ। iOS 18.2 କିମ୍ବା ପରବର୍ତ୍ତୀ ଭର୍ଶନ୍ରେ, ଆପଣ ସମର୍ଥିତ ଲାଇଭ୍ ସ୍ପୋର୍ଟସ୍ ଇଭେଣ୍ଟ୍ ମଧ୍ୟ ଦେଖିପାରିବେ।

ଆପଣଙ୍କ iPhoneରେ ଥିବା FaceTime ଆପ୍
ରୁ ଏକ କଲ୍ କରିବା ଆରମ୍ଭ କରନ୍ତୁ।
ରେ ଟାପ୍ କରନ୍ତୁ, ତା'ପରେ "ଶୁଣନ୍ତୁ ଏବଂ ଏକାଠି ଖେଳନ୍ତୁ"ର ତଳେ ଥିବା ଏକ ଆପ୍ରେ ଟାପ୍ କରନ୍ତୁ (ଉଦାହରଣ ସ୍ୱରୂପ, Apple TV ଆପ୍
)।
ବିକଳ୍ପ ଭାବରେ ଆପଣ ହୋମ୍ ସ୍କ୍ରୀନ୍କୁ ଯାଆନ୍ତୁ, ତା'ପରେ, SharePlay ସମର୍ଥନ କରୁଥିବା ଏକ ଭିଡିଓ ଷ୍ଟ୍ରିମିଂ ଆପ୍ ଖୋଲନ୍ତୁ।
ଆପଣ ଦେଖିବାକୁ ଚାହୁଁଥିବା ଏକ ଶୋ’, ମୂଭି କିମ୍ବା ଲାଇଭ୍ ସ୍ପୋର୍ଟସ୍ ଇଭେଣ୍ଟ୍କୁ ଚୟନ କରନ୍ତୁ।
ଚୟନ କରି କଲ୍ରେ ଥିବା ସମସ୍ତଙ୍କ ସହ ଦେଖିବା ଆରମ୍ଭ କରିବାକୁ, “ଚଲାନ୍ତୁ” ବଟନ୍ରେ ଟାପ୍ କରନ୍ତୁ, ତା’ପରେ SharePlay ଚୟନ କରନ୍ତୁ (ଯଦି ଏହା ଦେଖାଯାଏ)। (ଭିଡିଓ ଦେଖିବା ପାଇଁ କଲ୍ରେ ଥିବା ଅନ୍ଯମାନଙ୍କୁ “SharePlayରେ ଯୋଗ ଦିଅନ୍ତୁ”ରେ ଟାପ୍ କରିବାକୁ ପଡ଼ିପାରେ।)
କଲ୍ରେ ଥିବା ପ୍ରତ୍ଯେକ ବ୍ଯକ୍ତି ଯାହା ପାଖରେ ବିଷୟବସ୍ତୁକୁ ଆକ୍ସେସ୍ ଅଛି ତାହା ପାଇଁ, ଭିଡିଓ ଏକା ସମୟରେ ଚାଲୁହେବା ଆରମ୍ଭ କରେ। ଯେଉଁ ଲୋକମାନଙ୍କ ପାଖରେ ଆକ୍ସେସ୍ ନାହିଁ, ସେମାନଙ୍କୁ ଆକ୍ସେସ୍ (ସବ୍ସ୍କ୍ରିପ୍ଶନ୍, ଏକ ଟ୍ରାଞ୍ଜେକ୍ସନ୍ କିମ୍ବା ଏକ ମାଗଣା ଟ୍ରାୟଲ୍ ମାଧ୍ଯମରେ, ଯଦି ଉପଲବ୍ଧ ଥାଏ) ପାଇବାକୁ କୁହାଯାଇଛି।
ବିଷୟବସ୍ତୁ ଦେଖୁଥିବା ପ୍ରତ୍ଯେକ ବ୍ଯକ୍ତି ପ୍ଲେ, ପୋଜ୍, ରିୱାଇଣ୍ଡ୍ କିମ୍ବା ଫାଷ୍ଟ୍-ଫର୍ୱର୍ଡ୍ କରିବା ପାଇଁ ପ୍ଲେବ୍ଯାକ୍ କଣ୍ଟ୍ରୋଲ୍ ବ୍ଯବହାର କରିପାରିବେ। (କ୍ଲୋଜ୍ ହୋଇଥିବା କ୍ଯାପ୍ସନିଂ ଏବଂ ଭଲ୍ଯୁମ୍ ପରି ସେଟିଂସ୍ ପ୍ରତ୍ଯେକ ବ୍ଯକ୍ତିଙ୍କ ଦ୍ୱାରା ପୃଥକ୍ ଭାବରେ ନିୟନ୍ତ୍ରିତ ହୋଇଥାଏ।)
ଆପଣ ଅନ୍ୟ ଆପ୍ ବ୍ୟବହାର କରୁଥିବା ସମୟରେ ଭିଡିଓ ଦେଖିବା ଜାରି ରଖିବା ପାଇଁ ପିକ୍ଚର୍ ଇନ୍ ପିକ୍ଚର୍ ବ୍ୟବହାର କରିପାରିବେ- ଖାଦ୍ୟ ଅର୍ଡର୍ କରିପାରିବେ, ଆପଣଙ୍କ ଇମେଲ୍ ଯାଞ୍ଚ କରିପାରିବେ କିମ୍ବା ଯେତେବେଳେ ଆପଣ ମୂଭି କିମ୍ବା ଶୋ’ର ସାଉଣ୍ଡ୍ରେ ବାଧା ଦେବାକୁ ଚାହାନ୍ତି ନାହିଁ, ସେତେବେଳେ ଟେକ୍ସ୍ଟ୍ ସାହାଯ୍ଯରେ ଆଲୋଚନା କରିବା ପାଇଁ ମେସେଜ୍ ଆପ୍କୁ ଯାଇପାରିବେ।
FaceTime କଲ୍ ସମୟରେ, ଏକ ସମର୍ଥିତ ଆପ୍ରୁ ଏକାଠି ଭିଡିଓ ଦେଖିବା ପାଇଁ ବନ୍ଧୁମାନଙ୍କୁ ଆମନ୍ତ୍ରଣ କରନ୍ତୁ
ଆପଣ ସର୍ବନିମ୍ନ ସିଷ୍ଟମ୍ ଆବଶ୍ୟକତା ପୂରଣ କରୁଥିବା ଏକ iPhoneରେ, ଭିଡିଓ ବିଷୟବସ୍ତୁ ବ୍ରାଉଜିଂ କରୁଥିବା କିମ୍ବା ଦେଖୁଥିବା ସମୟରେ Apple TV ଆପ୍ (କିମ୍ବା ଅନ୍ୟ ସମର୍ଥିତ ଭିଡିଓ ଆପ୍)ରେ ଏକ FaceTime କଲ୍ ଆରମ୍ଭ କରିପାରିବେ ଏବଂ SharePlay ବ୍ୟବହାର କରି ଅନ୍ୟମାନଙ୍କ ସହିତ ସିଙ୍କ୍ରେ ଆଇଟମ୍ ଶେୟର୍ କରିପାରିବେ। କଲ୍ରେ ଥିବା ସମସ୍ତେ ସବ୍ସ୍କ୍ରିପ୍ସନ୍ କିମ୍ବା କ୍ରୟ ମାଧ୍ଯମରେ ନିଜ ଡିଭାଇସ୍ରେ ସମାନ ପ୍ରକାରର ବିଷୟବସ୍ତୁ ଆକ୍ସେସ୍ କରିବାର ଆବଶ୍ଯକତା ରହିଛି।
Apple TV ଆପ୍ରେ (କିମ୍ବା ଅନ୍ଯ ସମର୍ଥିତ ଭିଡିଓ ଆପ୍), ଆପଣ ଶେୟର୍ କରିବାକୁ ଚାହୁଁଥିବା ଏକ ଶୋ, ମୂଭି କିମ୍ବା ଲାଇଭ୍ ସ୍ପୋର୍ଟସ୍ ଇଭେଣ୍ଟ୍ ଖୋଜନ୍ତୁ।
ଧ୍ୟାନ ଦିଅନ୍ତୁ: ଲାଇଭ୍ ସ୍ପୋର୍ଟସ୍ ଇଭେଣ୍ଟ୍ ଶେୟର୍ କରିବା ପାଇଁ ଆପଣଙ୍କ iPhoneକୁ iOS 18.2 କିମ୍ବା ପରବର୍ତ୍ତୀ ଭର୍ଶନ୍ ଆବଶ୍ଯକ।
ଆଇଟମ୍ ବିବରଣୀ ଦେଖିବା ପାଇଁ ଏହା ଉପରେ ଟାପ୍ କରନ୍ତୁ,
ରେ ଟାପ୍ କରନ୍ତୁ, ତା’ପରେ SharePlayରେ ଟାପ୍ କରନ୍ତୁ।
“To” ଫିଲ୍ଡ୍ରେ, ଆପଣ ଶେୟର୍ କରିବାକୁ ଚାହୁଁଥିବା କଣ୍ଟାକ୍ଟ୍ ଲେଖନ୍ତୁ, ତା’ପରେ “FaceTime”ରେ ଟାପ୍ କରନ୍ତୁ।
ଯେତେବେଳେ FaceTime କଲ୍ ସଂଯୋଗ ହୁଏ, SharePlay ବ୍ୟବହାର ଆରମ୍ଭ କରିବାକୁ "ଆରମ୍ଭ କରନ୍ତୁ କିମ୍ୱା ଚଲାନ୍ତୁ”ରେ ଟାପ୍ କରନ୍ତୁ।
ଦେଖିବା ଆରମ୍ଭ କରିବା ପାଇଁ, ପ୍ରାପ୍ତକର୍ତ୍ତାମାନେ “ଖୋଲନ୍ତୁ”ରେ ଟାପ୍ କରନ୍ତି।
ଧ୍ୟାନ ଦିଅନ୍ତୁ: ଯଦି ବିଷୟବସ୍ତୁ ସବ୍ସ୍କ୍ରିପ୍ସନ୍ ଆବଶ୍ଯକ କରେ, ତେବେ ସବ୍ସ୍କ୍ରାଇବର୍ ନଥିବା ଲୋକମାନେ ଦେଖିବା ପୂର୍ବରୁ ସବ୍ସ୍କ୍ରାଇବ୍ କରିପାରିବେ।
ଭିଡିଓ ଚାଲିବା ଆରମ୍ଭ ହେବା ପରେ, ଆପଣ ଏହାକୁ Apple TVରେ ଷ୍ଟ୍ରିମିଂ କରିପାରିବେ। ଆପଣ SharePlayରେ ଯାହା ଦେଖୁଛନ୍ତି ତାହା Apple TVକୁ ପଠାନ୍ତୁ ଦେଖନ୍ତୁ।
ଆପଣ SharePlayରେ ଯାହା ଦେଖୁଛନ୍ତି ତାହା Apple TVକୁ ପଠାନ୍ତୁ
ଯଦି ଆପଣ ପୂର୍ବରୁ iPhoneରେ ଏକାଠି ଏକ ଭିଡିଓ ଦେଖିବା ଆରମ୍ଭ କରିସାରିଛନ୍ତି, ତେବେ ଆପଣ ଏହାକୁ ବଡ଼ ସ୍କ୍ରୀନ୍ରେ ଉପଭୋଗ କରିବା ପାଇଁ Apple TVକୁ ପଠାଇପାରିବେ।
iPhoneରେ, ନିମ୍ନଲିଖିତ ମଧ୍ଯରୁ ଗୋଟିଏ କରନ୍ତୁ:
ଷ୍ଟ୍ରିମିଂ ଆପ୍ରେ,
ରେ ଟାପ୍ କରନ୍ତୁ, ତା'ପରେ Apple TVକୁ ପ୍ଲେବ୍ୟାକ୍ ଗନ୍ତବ୍ୟସ୍ଥଳ ଭାବରେ ଚୟନ କରନ୍ତୁ।
କଣ୍ଟ୍ରୋଲ୍ ସେଣ୍ଟର୍ ଖୋଲନ୍ତୁ,
ରେ ଟାପ୍ କରନ୍ତୁ, ତା’ପରେ Apple TVକୁ ପ୍ଲେବ୍ୟାକ୍ ଗନ୍ତବ୍ୟସ୍ଥଳ ଭାବରେ ବାଛନ୍ତୁ।
Apple TVରେ ସିଙ୍କ୍ରେ ଭିଡିଓ ପ୍ଲେ ହୁଏ ଏବଂ ଆପଣ ନିଜ iPhoneରେ ବାର୍ତ୍ତାଳାପ ଚାଲୁ ରଖିପାରିବେ।
Apple TV ୟୁଜର୍ ଗାଇଡ୍ରେ SharePlay ବ୍ୟବହାର କରି ଏକାଠି ଦେଖନ୍ତୁ ଦେଖନ୍ତୁ।
FaceTime କଲ୍ ସମୟରେ ଏକାଠି ମ୍ଯୁଜିକ୍ ଶୁଣନ୍ତୁ
FaceTime କଲ୍ରେ ଆପଣ ଅନ୍ଯମାନଙ୍କ ସହ ମିଶି ଏକ ଆଲ୍ବମ୍ କିମ୍ବା ଫେଭରିଟ୍ ପ୍ଲେଲିଷ୍ଟ୍ ଶୁଣି ପାରିବେ। କଲ୍ରେ ଥିବା ଯେକୌଣସି ବ୍ୟକ୍ତି ଯାହାର ଏକ ଡିଭାଇସ୍ରେ ମ୍ୟୁଜିକ୍ ଆକ୍ସେସ୍ ଅଛି (ଉଦାହରଣ ସ୍ୱରୂପ, ଏକ ସବ୍ସ୍କ୍ରିପ୍ସନ୍, ନେଣଦେଣ, କିମ୍ବା ଏକ ଦେୟମୁକ୍ତ ପରୀକ୍ଷଣ ମାଧ୍ୟମରେ) ଯାହା ସର୍ବନିମ୍ନ ସିଷ୍ଟମ୍ ଆବଶ୍ୟକତା ପୂରଣ କରିପାରେ, ଶୁଣିପାରେ, ପରବର୍ତ୍ତୀ କ'ଣ ଅଛି ଦେଖିପାରେ, ଏକ ଶେୟର୍ ହୋଇଥିବା ଧାଡ଼ିରେ ଗୀତ ଯୋଡିପାରେ ଇତ୍ଯାଦି।

ରେ ଟାପ୍ କରନ୍ତୁ, ତା'ପରେ "ଏକାଠି ଶୁଣନ୍ତୁ ଏବଂ ଚଲାନ୍ତୁ" ତଳେ "ଏକ ମ୍ୟୁଜିକ୍ ଷ୍ଟ୍ରିମିଂ ଆପ୍"ରେ ଟାପ୍ କରନ୍ତୁ (ଉଦାହରଣ ସ୍ୱରୂପ, Apple TV ଆପ୍
)
ବିକଳ୍ପ ଭାବରେ, ଆପଣ ହୋମ୍ ସ୍କ୍ରୀନ୍କୁ ଯାଇପାରିବେ, ତା’ପରେ ଏକ ମ୍ୟୁଜିକ୍ ଷ୍ଟ୍ରିମିଂ ଆପ୍ ଖୋଲିପାରିବେ ଯାହା SharePlayକୁ ସମର୍ଥନ କରେ (ଉଦାହରଣ ସ୍ୱରୂପ, ମ୍ୟୁଜିକ୍ ଆପ୍
)।
ଆପଣ ଶୁଣିବାକୁ ଚାହୁଁଥିବା ମ୍ଯୁଜିକ୍ ଚୟନ କରନ୍ତୁ, ତା’ପରେ ଏକାଠି ମ୍ଯୁଜିକ୍ ଶୁଣିବା ଆରମ୍ଭ କରିବା ପାଇଁ “ଚଲାନ୍ତୁ”ବଟନ୍ରେ ଟାପ୍ କରନ୍ତୁ। (ମ୍ଯୁଜିକ୍ ଶୁଣିବା ପାଇଁ କଲ୍ରେ ଥିବା ଅନ୍ଯମାନଙ୍କୁ “SharePlayରେ ଯୋଗ ଦିଅନ୍ତୁ”ରେ ଟାପ୍ କରିବାକୁ ପଡ଼ିପାରେ।)
କଲ୍ରେ ଥିବା ପ୍ରତ୍ଯେକଙ୍କ ପାଇଁ, ଯେଉଁମାନଙ୍କ ପାଖରେ ବିଷୟବସ୍ତୁର ଆକ୍ସେସ୍ ଅଛି ସେମାନଙ୍କ ପାଇଁ ମ୍ୟୁଜିକ୍ ଏକା ସମୟରେ ଚାଲୁହେବା ଆରମ୍ଭ କରେ। ଯେଉଁ ଲୋକମାନଙ୍କ ପାଖରେ ଆକ୍ସେସ୍ ନାହିଁ, ସେମାନଙ୍କୁ ଆକ୍ସେସ୍ (ସବ୍ସ୍କ୍ରିପ୍ଶନ୍, ଏକ ଟ୍ରାଞ୍ଜେକ୍ସନ୍ କିମ୍ବା ଏକ ମାଗଣା ଟ୍ରାୟଲ୍ ମାଧ୍ଯମରେ, ଯଦି ଉପଲବ୍ଧ ଥାଏ) ପାଇବାକୁ କୁହାଯାଇଛି।
ଗୀତକୁ ପୋଜ୍, ରିୱାଇଣ୍ଡ୍, ଫାଷ୍ଟ୍-ଫର୍ୱର୍ଡ୍ କରିବା, ଏକ ଭିନ୍ନ ଭାଗକୁ ଯିବା ପାଇଁ ସ୍କ୍ରବ୍ କରିବା କିମ୍ବା ପରବର୍ତ୍ତୀ ଟ୍ରାକ୍କୁ ଯିବା ପାଇଁ ପ୍ରତ୍ଯେକ ବ୍ଯକ୍ତି ମ୍ଯୁଜିକ୍ କଣ୍ଟ୍ରୋଲ୍ ବ୍ଯବହାର କରିପାରିବେ। ଏବଂ କଲ୍ରେ ଥିବା ଯେକୌଣସି ବ୍ଯକ୍ତି ଶେୟର୍ ହୋଇଥିବା ଧାଡ଼ିରେ ଗୀତ ଯୋଡ଼ିପାରିବେ।
FaceTime କଲ୍ ସମୟରେ ଏକ ସମର୍ଥିତ ଆପ୍ରୁ ବନ୍ଧୁମାନଙ୍କୁ ଏକାଠି ମ୍ଯୁଜିକ୍ ଶୁଣିବା ପାଇଁ ଆମନ୍ତ୍ରଣ କରନ୍ତୁ
ଏକ iPhone ଯାହା ସର୍ବନିମ୍ନ ସିଷ୍ଟମ ଆବଶ୍ୟକତା ପୂରଣ କରେ, ସେଥିରେ ଆପଣ ମ୍ୟୁଜିକ୍ ଆପ୍ (କିମ୍ୱା ଅନ୍ୟ ସମର୍ଥିତ ମ୍ୟୁଜିକ୍ ଆପ୍)ରେ ଏକ FaceTime କଲ୍ ଆରମ୍ଭ କରିପାରିବେ ଏବଂ କଲ୍ରେ ଅନ୍ୟମାନଙ୍କ ସହିତ ସମନ୍ଵୟ ରକ୍ଷା କରି ମ୍ୟୁଜିକ୍ ଶେୟର୍ କରିବାକୁ SharePlay ବ୍ୟବହାର କରିପାରିବେ। ଗୀତକୁ ପୋଜ୍, ରିୱାଇଣ୍ଡ୍, ଫାଷ୍ଟ୍-ଫର୍ୱର୍ଡ୍ କରିବା କିମ୍ବା ଏହାର ଏକ ଭିନ୍ନ ଭାଗକୁ ଯିବା ପାଇଁ ସ୍କ୍ରବ୍ କରିବାକୁ ପ୍ରତ୍ଯେକ ବ୍ଯକ୍ତି ମ୍ଯୁଜିକ୍ କଣ୍ଟ୍ରୋଲ୍ ବ୍ଯବହାର କରିପାରିବେ। ଏବଂ SharePlay ବ୍ଯବହାର କରୁଥିବା ଯେକୌଣସି ବ୍ଯକ୍ତି ଶେୟର୍ ହୋଇଥିବା ଧାଡ଼ିରେ ଗୀତ ଯୋଡ଼ିପାରିବେ। ଆପଣ ଯେଉଁ ଲୋକମାନଙ୍କ ସହିତ ଶେୟର୍ କରିବାକୁ ଚାହାନ୍ତି, ସେମାନଙ୍କ ପାଖରେ ମ୍ଯୁଜିକ୍ର ଆକ୍ସେସ୍ ଥିବା ଆବଶ୍ଯକ (ଉଦାହରଣ ସ୍ୱରୂପ ସବ୍ସ୍କ୍ରିପ୍ସନ୍ ମାଧ୍ଯମରେ)।
Apple Music ଆପ୍
ଖୋଲନ୍ତୁ (କିମ୍ବା ଅନ୍ୟ ସମର୍ଥିତ ମ୍ୟୁଜିକ୍ ଆପ୍) ଖୋଲନ୍ତୁ, ତା'ପରେ "ଆପଣ ଶେୟର୍ କରିବାକୁ ଚାହୁଁଥିବା ମ୍ୟୁଜିକ୍"ରେ ଟାପ୍ କରନ୍ତୁ।
ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:
ମ୍ଯୁଜିକ୍ ପାଖରେ
ରେ ଟାପ୍ କରନ୍ତୁ, ତା'ପରେ, SharePlayରେ ଟାପ୍ କରନ୍ତୁ।
ଶୀର୍ଷର ଡାହାଣରେ ଥିବା
ରେ ଟାପ୍ କରନ୍ତୁ,
ରେ ଟାପ୍ କରନ୍ତୁ, ତା’ପରେ SharePlayରେ ଟାପ୍ କରନ୍ତୁ।
“To” ଫିଲ୍ଡ୍ରେ, ଆପଣ ଶେୟର୍ କରିବାକୁ ଚାହୁଁଥିବା କଣ୍ଟାକ୍ଟ୍ ଲେଖନ୍ତୁ, ତା’ପରେ “FaceTime”ରେ ଟାପ୍ କରନ୍ତୁ।
FaceTime କଲ୍ ସଂଯୋଗ ହେଲେ, “ଆରମ୍ଭ କରନ୍ତୁ”ରେ ଟାପ୍ କରନ୍ତୁ।
ଶୁଣିବା ଆରମ୍ଭ କରିବାକୁ, ପ୍ରାପ୍ତକର୍ତ୍ତାମାନେ FaceTime କଣ୍ଟ୍ରୋଲ୍ର ଶୀର୍ଷରେ “ଗୀତ ଶୀର୍ଷକ”ରେ ଟାପ୍ କରନ୍ତି, ତାପରେ “ଖୋଲନ୍ତୁ”ରେ ଟାପ୍ କରନ୍ତି। କଲ୍ରେ ଥିବା ପ୍ରତ୍ଯେକଙ୍କ ପାଇଁ, ଯେଉଁମାନଙ୍କ ପାଖରେ ବିଷୟବସ୍ତୁର ଆକ୍ସେସ୍ ଅଛି ସେମାନଙ୍କ ପାଇଁ ମ୍ୟୁଜିକ୍ ଏକା ସମୟରେ ଚାଲୁହେବା ଆରମ୍ଭ କରେ।
ଧ୍ୟାନ ଦିଅନ୍ତୁ: ଯେଉଁମାନଙ୍କ ପାଖରେ ଆପଣଙ୍କ ଦ୍ୱାରା ଶେୟର୍ କରାଯାଇଥିବା ବିଷୟବସ୍ତୁର ଆକ୍ସେସ୍ ନାହିଁ, ସେମାନଙ୍କୁ ଆକ୍ସେସ୍ ପାଇବା ପାଇଁ କୁହାଯାଇଛି।
FaceTime କଲ୍ ସମୟରେ Game Centerରେ ବନ୍ଧୁମାନଙ୍କ ସହ ଗେମ୍ ଖେଳନ୍ତୁ
ଆପଣ ଏକ FaceTime କଲ୍ରେ Game Centerରେ ବନ୍ଧୁମାନଙ୍କ ସହିତ ସମର୍ଥିତ ମଲ୍ଟିପ୍ଲେୟର୍ ଗେମ୍ ଖେଳିପାରିବେ। ଆପଣ ପ୍ରଥମେ ସେଟିଂ ରେ ଆପଣଙ୍କ Game Center ପ୍ରୋଫାଇଲ୍ ସେଟ୍ କରନ୍ତୁ, ବନ୍ଧୁ ଯୋଡ଼ନ୍ତୁ, ତା'ପରେ, App Storeରେ Game Center ପାଇଁ ଏକ ସମର୍ଥିତ ମଲ୍ଟିପ୍ଲେୟର୍ ଗେମ୍ ଖୋଜନ୍ତୁ ଏବଂ ଡାଉନ୍ଲୋଡ୍ କରନ୍ତୁ।
ଏକ FaceTime କଲ୍ ସମୟରେ, ଗେମ୍ ଖୋଲନ୍ତୁ “SharePlay, ଆରମ୍ଭ କରନ୍ତୁ”ରେ ଟାପ୍ କରନ୍ତୁ, ତା'ପରେ ଅନ୍ସ୍କ୍ରୀନ୍ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।
iPhoneରେ ବନ୍ଧୁଙ୍କ ସହ ଖେଳିବା ପାଇଁ Game Center ବ୍ଯବହାର କରନ୍ତୁ ଦେଖନ୍ତୁ।
SharePlay ଆପଣଙ୍କୁ Apple Fitness+ ବ୍ଯବହାର କରି ଅନ୍ଯମାନଙ୍କ ସହିତ ଓ୍ବର୍କ୍ଆଉଟ୍ କରିବାକୁ ଦେଇଥାଏ। ଆପଣଙ୍କ iPhone, iPad, କିମ୍ୱା AppleTVରେ Apple ସହାୟତା ଆର୍ଟିକଲ୍ Apple Fitness+ ସହିତ SharePlay ବ୍ୟବହାର କରନ୍ତୁ ଦେଖନ୍ତୁ।
ବାର୍ତ୍ତାଳାପ ସମୟରେ ଆପ୍, ୱେବ୍ ପେଜ୍ ଇତ୍ଯାଦି ଦେଖାଇବା ପାଇଁ ଆପଣ ନିଜ ସ୍କ୍ରୀନ୍ ମଧ୍ଯ ଶେୟର୍ କରିପାରିବେ। FaceTime କଲ୍ରେ ଆପଣଙ୍କ ସ୍କ୍ରୀନ୍ ଶେୟର୍ କରନ୍ତୁ ଦେଖନ୍ତୁ।