iOS 18
iPhoneରେ ସ୍ୱୟଂଚାଳିତ ଭାବରେ SMS ପାସ୍କୋଡ୍ ପୂରଣ କରନ୍ତୁ
ଯେତେବେଳେ ଆପଣ କିଛି ଓ୍ବେବ୍ସାଇଟ୍ ଏବଂ ଆପ୍ରେ ସାଇନ୍ ଇନ୍ କରନ୍ତି, ଆପଣଙ୍କ iPhoneକୁ ଓ୍ବନ୍-ଟାଇମ୍ SMS ପାସ୍କୋଡ୍ ପଠାଯାଏ। ସୁରକ୍ଷା ପଦକ୍ଷେପ ଭାବରେ, ଆପଣଙ୍କୁ ଓ୍ବେବ୍ସାଇଟ୍ କିମ୍ବା ଆପ୍ରେ କୋଡ୍ ଲେଖିବାକୁ ପଡ଼ିବ। iPhone ମେସେଜ୍ରେ ପାସ୍କୋଡ୍ ଚିହ୍ନଟ କରି ଏହାକୁ କୀ’ବୋର୍ଡ୍ ଉପରେ ପ୍ରଦର୍ଶନ କରିପାରିବ।
ପାସ୍କୋଡ୍ ବ୍ଯବହାର କରିବା ପାଇଁ, ଏହାକୁ ଟାପ୍ କରନ୍ତୁ।
ଧ୍ୟାନ ଦିଅନ୍ତୁ: କନ୍ଟିନ୍ଯୁଇଟି ସହିତ, ଆପଣ iPhoneରେ ପଠାଇଥିବା ଏବଂ ପ୍ରାପ୍ତ କରୁଥିବା ସମସ୍ତ SMS ଏବଂ MMS ମେସେଜ୍ ଆପଣଙ୍କ ଅନ୍ଯ iPhone, iPad ଏବଂ iPod touch ଡିଭାଇସ୍ ଏବଂ ଆପଣଙ୍କ Macରେ ମଧ୍ଯ ଦେଖାଯାଇପାରେ। Apple ସହାୟତା ଆର୍ଟିକଲ୍ ଆପଣଙ୍କ Mac, iPhone, iPad ଏବଂ Apple Watchକୁ ସଂଯୋଗ କରିବା ପାଇଁ କଣ୍ଟିନ୍ଯୁଇଟି ବ୍ଯବହାର କରନ୍ତୁ ଦେଖନ୍ତୁ।