iPhoneରୁ ଷ୍ଟକ୍ଗୁଡ଼ିକରେ ଏକାଧିକ ୱାଚ୍ଲିଷ୍ଟ୍ ପରିଚାଳନା କରନ୍ତୁ
ଆପଣ ଫଲୋ କରୁଥିବା ଷ୍ଟକ୍କୁ ସଂଗଠିତ କରିବା ପାଇଁ ଆପଣ ନିଜସ୍ୱ ୱାଚ୍ଲିଷ୍ଟ୍ ତିଆରି କରିପାରିବେ। ଉଦାହରଣ ସ୍ୱରୂପ, ଆପଣ ମନୋରଞ୍ଜନ କିମ୍ବା ନିରନ୍ତରତା ଭଳି ବର୍ଗ ଅନୁସାରେ ସେଗୁଡ଼ିକୁ ସଂଗଠିତ କରିପାରିବେ। ଆପଣ ୱାଚ୍ଲିଷ୍ଟ୍ଗୁଡ଼ିକ ମଧ୍ୟରେ ସ୍ୱିଚ୍ କରିପାରିବେ ଏବଂ ସେଗୁଡ଼ିକୁ ଆପଣଙ୍କ ଅନ୍ୟ ଡିଭାଇସ୍ରେ ଦେଖିପାରିବେ।

ଏକ ନୂଆ ୱାଚ୍ଲିଷ୍ଟ୍ ତିଆରି କରନ୍ତୁ
ଆପଣଙ୍କ iPhoneରେ ଷ୍ଟକ୍ ଆପ୍
କୁ ଯାଆନ୍ତୁ।
ମୋ ପ୍ରତୀକରେ ଟାପ୍ କରନ୍ତୁ, ତା’ପରେ ନୂଆ ୱାଚ୍ଲିଷ୍ଟ୍ରେ ଟାପ୍ କରନ୍ତୁ।
ୱାଚ୍ଲିଷ୍ଟ୍ର ନାମ ଦିଅନ୍ତୁ, ତା’ପରେ “ସେଭ୍ କରନ୍ତୁ”ରେ ଟାପ୍ କରନ୍ତୁ।
ଆପଣଙ୍କ ୱାଚ୍ଲିଷ୍ଟ୍ଗୁଡ଼ିକ ମଧ୍ୟରେ ସ୍ୱିଚ୍ କରିବାକୁ, “ମୋ ପ୍ରତୀକ” କିମ୍ବା ଆପଣ ଦେଖୁଥିବା ବର୍ତ୍ତମାନର “ୱାଚ୍ଲିଷ୍ଟ୍ର ନାମ”ରେ ଟାପ୍ କରନ୍ତୁ, ତା'ପରେ ଆପଣ ଦେଖିବାକୁ ଚାହୁଁଥିବା “ୱାଚ୍ଲିଷ୍ଟ୍ର ନାମ”ରେ ଟାପ୍ କରନ୍ତୁ।
ଏକ ୱାଚ୍ଲିଷ୍ଟ୍ରେ ପ୍ରତୀକ ଯୋଡ଼ନ୍ତୁ
ଆପଣଙ୍କ iPhoneରେ ଷ୍ଟକ୍ ଆପ୍
କୁ ଯାଆନ୍ତୁ।
ସର୍ଚ୍ଚ ଫିଲ୍ଡ୍ରେ, ଏକ ଟିକର୍ ପ୍ରତୀକ, କମ୍ପାନି, ପାଣ୍ଠି କିମ୍ବା ସୂଚୀ ନାମ ଲେଖନ୍ତୁ।
ରେ ଟାପ୍ କରନ୍ତୁ, ତା’ପରେ “ସମ୍ପୂର୍ଣ୍ଣ”ରେ ଟାପ୍ କରନ୍ତୁ।
ଟିପ୍: ଆପଣ ସହଜରେ ଗୋଟିଏ ୱାଚ୍ଲିଷ୍ଟ୍ର ପ୍ରତୀକକୁ ଅନ୍ୟ ଏକ ୱାଚ୍ଲିଷ୍ଟ୍ରେ ଯୋଡ଼ିପାରିବେ। ପ୍ରତୀକରେ ବାମକୁ ସ୍ୱାଇପ୍ କରନ୍ତୁ,
ରେ ଟାପ୍ କରନ୍ତୁ, ଏକ ୱାଚ୍ଲିଷ୍ଟ୍ ଚୟନ କରନ୍ତୁ, ତା'ପରେ, "ସମ୍ପୂର୍ଣ୍ଣ ହୋଇଛି"ରେ ଟାପ୍ କରନ୍ତୁ।
ଆପଣ ଏକ ନୂଆ ୱାଚ୍ଲିଷ୍ଟ୍ରେ ଯୋଡ଼ୁଥିବା ପ୍ରତ୍ୟେକ ପ୍ରତୀକକୁ “ମୋ ପ୍ରତୀକ” ୱାଚ୍ଲିଷ୍ଟ୍ରେ ମଧ୍ଯ ଯୋଡ଼ାଯାଏ। ମୋ ପ୍ରତୀକ ୱାଚ୍ଲିଷ୍ଟ୍ରେ ପ୍ରତୀକଗୁଡ଼ିକୁ ପରିଚାଳନା କରନ୍ତୁ ଦେଖନ୍ତୁ।
’ୱାଚ୍ଲିଷ୍ଟ୍’ରୁ ପ୍ରତୀକଗୁଡ଼ିକୁ କାଢ଼ି ଦିଅନ୍ତୁ
ଆପଣଙ୍କ iPhoneରେ ଷ୍ଟକ୍ ଆପ୍
କୁ ଯାଆନ୍ତୁ।
ପ୍ରତୀକରେ ବାମକୁ ସ୍ୱାଇପ୍ କରନ୍ତୁ।
ଆପଣ ତିଆରି କରିଥିବା ୱାଚ୍ଲିଷ୍ଟ୍ର ଏକ ପ୍ରତୀକକୁ କାଢ଼ିଦେଲେ ସେହି ପ୍ରତୀକ ମୋ ପ୍ରତୀକ ୱାଚ୍ଲିଷ୍ଟ୍ରେ ରହିଥାଏ। ମୋ ପ୍ରତୀକ ୱାଚ୍ଲିଷ୍ଟ୍ରେ ପ୍ରତୀକଗୁଡ଼ିକୁ ପରିଚାଳନା କରନ୍ତୁ ଦେଖନ୍ତୁ।
ଏକ ୱାଚ୍ଲିଷ୍ଟ୍ରେ ପ୍ରତୀକଗୁଡ଼ିକୁ କ୍ରମବଦ୍ଧ କରନ୍ତୁ
ଆପଣଙ୍କ ୱାଚ୍ଲିଷ୍ଟ୍ରେ ଥିବା ପ୍ରତୀକଗୁଡ଼ିକ କିପରି କ୍ରମବଦ୍ଧ ହୋଇଛି ତାହା ଆପଣ ବାଛିପାରିବେ।
ଆପଣଙ୍କ iPhoneରେ ଷ୍ଟକ୍ ଆପ୍
କୁ ଯାଆନ୍ତୁ।
ଆପଣ କ୍ରମବଦ୍ଧ କରିବାକୁ ଚାହୁଁଥିବା ୱାଚ୍ଲିଷ୍ଟ୍କୁ ଚୟନ କରନ୍ତୁ, ତା’ପରେ
ରେ ଟାପ୍ କରନ୍ତୁ।
“ଅନୁସାରେ ୱାଚ୍ଲିଷ୍ଟ୍ କ୍ରମବଦ୍ଧ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ନିମ୍ନୋକ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ଗୋଟିଏରେ ଟାପ୍ କରନ୍ତୁ:
ମାନ୍ୟୁଅଲ୍
ମୂଲ୍ଯ ପରିବର୍ତ୍ତନ
ଶତକଡ଼ା ପରିବର୍ତ୍ତନ
ମାର୍କେଟ୍ କ୍ଯାପ୍
ପ୍ରତୀକ
ନାମ
ୱାଚ୍ଲିଷ୍ଟ୍ରେ ଥିବା ପ୍ରତୀକଗୁଡ଼ିକର କ୍ରମ ପରିବର୍ତ୍ତନ କରିବାକୁ, ରେ ଟାପ୍ କରନ୍ତୁ, "ୱାଚ୍ଲିଷ୍ଟ୍ରେ କ୍ରମବଦ୍ଧ କରନ୍ତୁ"ରେ ଟାପ୍ କରନ୍ତୁ, ତା'ପରେ "ଛୋଟରୁ ବଡ଼ କ୍ରମ" କିମ୍ବା "ବଡ଼ରୁ ଛୋଟ କ୍ରମ"ରେ ଟାପ୍ କରନ୍ତୁ।
ୱାଚ୍ଲିଷ୍ଟ୍ରେ ପ୍ରଦର୍ଶିତ ମୂଲ୍ଯକୁ ବଦଳାନ୍ତୁ
ଆପଣ ଏକ ୱାଚ୍ଲିଷ୍ଟ୍ରେ ପ୍ରତ୍ୟେକ ପ୍ରତୀକର ମୂଲ୍ୟର ତଳେ ଡିସ୍ପ୍ଲେ ହୋଇଥିବା ମୂଲ୍ଯକୁ ବଦଳାଇପାରିବେ।
ଆପଣଙ୍କ iPhoneରେ ଷ୍ଟକ୍ ଆପ୍
କୁ ଯାଆନ୍ତୁ।
ଆପଣ ବଦଳାଇବାକୁ ଚାହୁଁଥିବା ୱାଚ୍ଲିଷ୍ଟ୍ ଚୟନ କରନ୍ତୁ, ତା’ପରେ
ରେ ଟାପ୍ କରନ୍ତୁ।
ୱାଚ୍ଲିଷ୍ଟ୍ ଶୋ’ରେ ଟାପ୍ କରନ୍ତୁ, ତା’ପରେ ନିମ୍ନଲିଖିତ ବିକଳ୍ପଗୁଡ଼ିକ ମଧ୍ୟରୁ ଗୋଟିଏରେ ଟାପ୍ କରନ୍ତୁ:
ମୂଲ୍ଯ ପରିବର୍ତ୍ତନ
ଶତକଡ଼ା ପରିବର୍ତ୍ତନ
ମାର୍କେଟ୍ କ୍ଯାପ୍
ୱାଚ୍ଲିଷ୍ଟ୍କୁ ଡିଲିଟ୍, ରୀଅର୍ଡର୍ ଏବଂ ରୀନେମ୍ କରନ୍ତୁ
ଆପଣଙ୍କ iPhoneରେ ଷ୍ଟକ୍ ଆପ୍
କୁ ଯାଆନ୍ତୁ।
ୱାଚ୍ଲିଷ୍ଟ୍ ନାମରେ ଟାପ୍ କରିବା ପରେ ୱାଚ୍ଲିଷ୍ଟ୍ ପରିଚାଳନାରେ ଟାପ୍ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ୟରୁ ଯେକୌଣସି ଗୋଟିଏ କରନ୍ତୁ:
ଗୋଟିଏ ୱାଚ୍ଲିଷ୍ଟ୍ ଡିଲିଟ୍ କରନ୍ତୁ: ପ୍ରତୀକ ପାଖରେ
ରେ ଟାପ୍ କରନ୍ତୁ,
ରେ ଟାପ୍ କରନ୍ତୁ, ତା'ପରେ “ୱାଚ୍ଲିଷ୍ଟ୍ ଡିଲିଟ୍ କରନ୍ତୁ” ରେ ଟାପ୍ କରନ୍ତୁ।
ଆପଣଙ୍କ ୱାଚ୍ଲିଷ୍ଟ୍କୁ ପୁଣି କ୍ରମରେ ସଜାନ୍ତୁ:
କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ ୱାଚ୍ଲିଷ୍ଟ୍କୁ ଏକ ନୂଆ ପୋଜିଶନ୍କୁ ଡ୍ରାଗ୍ କରନ୍ତୁ।
ଗୋଟିଏ ୱାଚ୍ଲିଷ୍ଟ୍ ରୀନେମ୍ କରନ୍ତୁ:
ରେ ଟାପ୍ କରି ଏକ ନୂଆ ନାମ ଟାଇପ୍ କରନ୍ତୁ, ତା'ପରେ “ସେଭ୍ କରନ୍ତୁ”ରେ ଟାପ୍ କରନ୍ତୁ।
ଆପଣଙ୍କ ସମସ୍ତ ଡିଭାଇସ୍ରେ ନିଜ ୱାଚ୍ଲିଷ୍ଟ୍ଗୁଡ଼ିକ ଦେଖନ୍ତୁ
ଆପଣ ସମାନ Apple ଆକାଉଣ୍ଟରେ ସାଇନ୍ ଇନ୍ କରିଥିବା ନିଜର iPhone, iPad ଏବଂ Macରେ ଆପଣଙ୍କ ୱାଚ୍ଲିଷ୍ଟ୍ଗୁଡ଼ିକ ଦେଖିପାରିବେ।
ଆପଣଙ୍କ iPhone କିମ୍ବା iPadରେ: ସେଟିଂସ୍
> [ଆପଣଙ୍କ ନାମ] > iCloudକୁ ଯାଆନ୍ତୁ, (“iCloudରେ ସେଭ୍ ହୋଇଛି” ପାଖରେ ଥିବା) “ସବୁ ଦେଖନ୍ତୁ”ରେ ଟାପ୍ କରନ୍ତୁ, ତା'ପରେ ଷ୍ଟକ୍ ଚାଲୁ କରନ୍ତୁ।
macOS 13 କିମ୍ବା ପରବର୍ତ୍ତୀ ଭର୍ଶନ୍ ଥିବା Macରେ: Apple ମେନ୍ୟୁ
> ସିଷ୍ଟମ୍ ସେଟିଂସ୍ ବାଛନ୍ତୁ, ସାଇଡ୍ବାର୍ର ଶୀର୍ଷରେ ଆପଣଙ୍କ ନାମରେ କ୍ଲିକ୍ କରନ୍ତୁ, iCloudରେ କ୍ଲିକ୍ କରନ୍ତୁ, ତା'ପରେ ଷ୍ଟକ୍ ଚାଲୁ କରନ୍ତୁ। (ଯଦି ଆପଣ ନିଜ ନାମ ଦେଖୁନାହାନ୍ତି, ତେବେ ଆପଣଙ୍କ Apple ଆକାଉଣ୍ଟ୍ରେ ସାଇନ୍ ଇନ୍ କରିବାକୁ କିମ୍ବା ଗୋଟିଏ ଆକାଉଣ୍ଟ୍ ତିଆରି କରିବାକୁ “ସାଇନ୍ ଇନ୍ କରନ୍ତୁ”ରେ କ୍ଲିକ୍ କରନ୍ତୁ।)macOS 10.15-12.7 ଥିବା Macରେ: Apple ମେନ୍ୟୁ > ସିଷ୍ଟମ୍ ପ୍ରାଥମିକତା ବାଛନ୍ତୁ, Apple IDରେ କ୍ଲିକ୍ କରନ୍ତୁ, iCloudରେ କ୍ଲିକ୍ କରନ୍ତୁ, ତା'ପରେ ଷ୍ଟକ୍ ଚାଲୁ କରନ୍ତୁ।
macOS 10.14 ଥିବା Macରେ କିମ୍ବା ପୂର୍ବବର୍ତ୍ତୀ ଭର୍ଶନ୍ରେ: Apple ମେନ୍ଯୁ > ସିଷ୍ଟମ୍ ପ୍ରାଥମିକତା ବାଛନ୍ତୁ, ତା’ପରେ iCloudରେ କ୍ଲିକ୍ କରନ୍ତୁ। iCloud Driveକୁ ଚୟନ କରି ବିକଳ୍ପରେ କ୍ଲିକ୍ କରନ୍ତୁ, ତା’ପରେ ଷ୍ଟକ୍ ଚାଲୁ କରନ୍ତୁ।