ଆପଣଙ୍କ ଫେଭରିଟ୍ ଟୀମ୍ ଏବଂ ଲୀଗ୍ ସେଟ୍ ଅପ୍ କରନ୍ତୁ

ଥରେ ଆପଣ Apple Sports ଆପ୍ ଇନ୍ଷ୍ଟଲ୍ କରିସାରିବା ପରେ, ଆପଣଙ୍କ ଫେଭରିଟ୍ ଟୀମ୍ ଏବଂ ଲୀଗ୍ ବାଛି ମୋ ସ୍ପୋର୍ଟ୍ସ୍ ସହିତ ସେଟ୍ ଅପ୍ ଏବଂ ସିଙ୍କ୍ କରିବା ପାଇଁ ଆପଣଙ୍କୁ ପ୍ରମ୍ପ୍ଟ୍ କରାଯାଏ।
ଯଦି ଆପଣ News ଆପ୍
କିମ୍ବା Apple TV ଆପ୍
ରେ “ମୋ ସ୍ପୋର୍ଟ୍ସ୍” ପୂର୍ବରୁ ସେଟ୍ ଅପ୍ କରିଛନ୍ତି ଏବଂ ସମାନ Apple ଆକାଉଣ୍ଟ୍ରେ ସାଇନ୍ ଇନ୍ କରିଛନ୍ତି, ତେବେ ଆପଣଙ୍କ ଟୀମ୍ ଏବଂ ଲୀଗ୍ଗୁଡ଼ିକ Apple Sports ଆପ୍ ସହିତ ସ୍ୱୟଂଚାଳିତ ଭାବରେ ସିଙ୍କ୍ରୋନାଇଜ୍ ହୋଇଥାଏ ଏବଂ ଆପଣ ଏହାକୁ ଖୋଲିବା ସମୟରେ ଦେଖାଯାଏ।
Apple Sports ଆପ୍ରେ ଆପଣଙ୍କ ଫେଭରିଟ୍ ଟୀମ୍ ଏବଂ ଲୀଗ୍ ସେଟ୍ ଅପ୍ କରନ୍ତୁ
ଆପଣଙ୍କ iPhone ରେ Apple Sports ଆପ୍
କୁ ଯାଆନ୍ତୁ, ତା’ପରେ “ଆରମ୍ଭ କରନ୍ତୁ”ରେ ଟାପ୍ କରନ୍ତୁ।ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:
ସର୍ଚ୍ଚ୍ ବ୍ଯବହାର କରନ୍ତୁ: ସର୍ଚ୍ଚ୍ ଫିଲ୍ଡ୍ରେ ଟାପ୍ କରନ୍ତୁ, ଏକ ସର୍ଚ୍ଚ୍ ଶବ୍ଦ ଲେଖନ୍ତୁ କିମ୍ବା ଡିକ୍ଟେଟ୍ କରନ୍ତୁ, ତା’ପରେ ଆପଣ ଫଲୋ କରିବାକୁ ଚାହୁଁଥିବା ଟୀମ୍ କିମ୍ବା ଲୀଗ୍ ପାଖରେ ଥିବା
ରେ ଟାପ୍ କରନ୍ତୁ।ଏକ ଲୀଗ୍ ଚୟନ କରନ୍ତୁ: ଆଜିର ସ୍କୋର୍ ଦେଖିବା ପାଇଁ ଏକ ଲୀଗ୍ରେ ଟାପ୍ କରନ୍ତୁ, ତା’ପରେ ଆପଣ ଫଲୋ କରିବାକୁ ଚାହୁଁଥିବା ଏକ ଲୀଗ୍ ପାଖରେ ଥିବା
ରେ ଟାପ୍ କରନ୍ତୁ।ଏକ ଟୀମ୍ ଚୟନ କରନ୍ତୁ: ଏକ ଲୀଗ୍ରେ ଟାପ୍ କରନ୍ତୁ, ତା’ପରେ ଆପଣ ଫଲୋ କରିବାକୁ ଚାହୁଁଥିବା ଟୀମ୍ ପାଖରେ ଥିବା
ରେ ଟାପ୍ କରନ୍ତୁ।
ଆପଣ ସମାପ୍ତ କରିବା ପରେ, “ସମ୍ପୂର୍ଣ୍ଣ”ରେ ଟାପ୍ କରନ୍ତୁ।
ପରେ Apple Sports ଆପ୍ରେ ପରିବର୍ତ୍ତନ କରିବା ପାଇଁ, ଉପର-ଡାହାଣ କୋଣରେ ଥିବା ମେନ୍ୟୂ ବଟନ୍ରେ ଟାପ୍ କରନ୍ତୁ, ତା’ପରେ “ଏଡିଟ୍ କରନ୍ତୁ”ରେ ଟାପ୍ କରନ୍ତୁ (“Apple Sports ଆପ୍ରେ “ମୋ ସ୍ପୋର୍ଟ୍ସ୍” ପରିଚାଳନା କରନ୍ତୁ” ଦେଖନ୍ତୁ)।
ଆପଣ ଫେଭରିଟ୍ ଯୋଡ଼ିବା କିମ୍ବା କାଢ଼ିବା ସମୟରେ, ସେଗୁଡ଼ିକ News, Apple TV ଏବଂ ଅନ୍ୟ ସମର୍ଥିତ ଆପ୍ରେ ମୋ ସ୍ପୋର୍ଟ୍ସ୍ ସହିତ ଏବଂ iPad, Mac ଏବଂ Apple TV ଭଳି ସମାନ Apple ଆକାଉଣ୍ଟ୍ରେ ସାଇନ୍ ଇନ୍ ହୋଇଥିବା ଅନ୍ୟ ଡିଭାଇସ୍ରେ ସିଙ୍କ୍ରୋନାଇଜ୍ ହୋଇଥାଏ।
News ଆପ୍ କିମ୍ବା Apple TV ଆପ୍ରେ ଆପଣଙ୍କ ଫେଭରିଟ୍ ଟୀମ୍ ଏବଂ ଲୀଗ୍ ସେଟ୍ ଅପ୍ କରନ୍ତୁ
ଯଦି ଆପଣ News ଆପ୍ରେ
କିମ୍ବା Apple TV ଆପ୍ରେ
ମୋ ସ୍ପୋର୍ଟ୍ସ୍ ସେଟ୍ ଅପ୍ ଏବଂ ପରିଚାଳନା କରନ୍ତି, ତେବେ ଆପଣଙ୍କ ଫେଭରିଟ୍ ଟୀମ୍ ଏବଂ ଲୀଗ୍ ମଧ୍ଯ Apple Sports ଆପ୍ରେ
ଦେଖାଯାଏ।
ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ କରନ୍ତୁ:
News ଆପ୍ରେ ମୋ ସ୍ପୋର୍ଟ୍ସ୍ ସେଟ୍ ଅପ୍ କରନ୍ତୁ: iPhone ୟୂଜର୍ ଗାଇଡ୍ ରେ News ଆପ୍ ପାଇଁ ଥିବା ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।
Apple TV ଆପ୍ରେ ମୋ ସ୍ପୋର୍ଟ୍ସ୍ ସେଟ୍ ଅପ୍ କରନ୍ତୁ: iPhone ୟୂଜର୍ ଗାଇଡ୍ ରେ Apple TV ଆପ୍ ପାଇଁ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।
ପରେ Apple Sports ଆପ୍ରେ ପରିବର୍ତ୍ତନ କରିବା ପାଇଁ, ଉପର-ଡାହାଣ କୋଣରେ ଥିବା ମେନ୍ଯୂ ବଟନ୍ରେ ଟାପ୍ କରନ୍ତୁ, ତା’ପରେ “ଏଡିଟ୍ କରନ୍ତୁ”ରେ ଟାପ୍ କରନ୍ତୁ। “Apple Sports ଆପ୍ରେ “ମୋ ସ୍ପୋର୍ଟ୍ସ୍” ପରିଚାଳନା କରନ୍ତୁ” ଦେଖନ୍ତୁ।