Apple Sports ଆପ୍ ପାଇଁ ସେଟିଂସ୍ ଆଡ୍ଜଷ୍ଟ୍ କରନ୍ତୁ
ଆପଣ ବେଟିଂ ଅଡ୍ସ୍ (ଯେଉଁଠାରେ ଉପଲବ୍ଧ) ଲୁଚାଇବା, ଏକ ଭାଷା ଇତ୍ୟାଦି ବାଛିବା ପାଇଁ Apple Sports ଆପ୍ର ସେଟିଂସ୍ ଆଡ୍ଜଷ୍ଟ୍ କରିପାରିବେ।
Apple Sports ଆପ୍ରେ ବେଟିଂ ଅଡ୍ସ୍ ସେଟ୍ କରନ୍ତୁ (ଯେଉଁଠାରେ ଉପଲବ୍ଧ)
ଆପଣଙ୍କ iPhone ରେ Apple Sports ଆପ୍
କୁ ଯାଆନ୍ତୁ, ଉପର-ଡାହାଣ କୋଣରେ ଥିବା ମେନ୍ୟୂ ବଟନ୍ରେ ଟାପ୍ କରନ୍ତୁ,
ରେ ଟାପ୍ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ୟରୁ ଯେକୌଣସି ଗୋଟିଏ କରନ୍ତୁ:ବେଟିଂ ଅଡ୍ସ୍ ଲୁଚାନ୍ତୁ: “ବେଟିଂ ଅଡ୍ସ୍ ଦେଖାନ୍ତୁ”କୁ ବନ୍ଦ କରନ୍ତୁ।
ବେଟିଂ ଅଡ୍ସ୍ ପାଇଁ ଫର୍ମାଟ୍ ଚୟନ କରନ୍ତୁ: “ଅଡ୍ସ୍ ପ୍ରକାର”ରେ ଟାପ୍ କରନ୍ତୁ, ତା’ପରେ ଆମେରିକୀୟ, ଡେସିମଲ୍ କିମ୍ବା ଫ୍ରାକ୍ସନଲ୍ ଚୟନ କରନ୍ତୁ।
Apple Sports ଆପ୍ ପାଇଁ ଅନ୍ଯ ସେଟିଂସ୍ ଆଡ୍ଜଷ୍ଟ୍ କରନ୍ତୁ
ଆପଣଙ୍କ iPhone ରେ, ସେଟିଂସ୍
> ଆପ୍ > ସ୍ପୋର୍ଟ୍ସ୍ କୁ ଯାଆନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ୟରୁ ଯେକୌଣସି ଗୋଟିଏ କରନ୍ତୁ:Apple Intelligence ଓ Siri ସେଟିଂସ୍କୁ ଆଡ୍ଜଷ୍ଟ୍ କରନ୍ତୁ: Apple Intelligence ଓ Siri ରେ ଟାପ୍ କରନ୍ତୁ, ତା’ପରେ କେଉଁ ସେଟିଂସ୍କୁ ଚାଲୁ କିମ୍ବା ବନ୍ଦ କରିବାକୁ ହେବ ତାହା ବାଛନ୍ତୁ।
ସର୍ଚ୍ଚ୍ ସେଟିଂସ୍ ଆଡ୍ଜଷ୍ଟ୍ କରନ୍ତୁ: ସର୍ଚ୍ଚ୍ରେ ଟାପ୍ କରନ୍ତୁ, ତା’ପରେ Apple Sports ଆପ୍ ଏବଂ ଏହାର କଣ୍ଟେଣ୍ଟ୍ ସର୍ଚ୍ଚ୍ରେ ଦେଖାଯିବାକୁ ଅନୁମତି ଦେବେ କି ନାହିଁ ବାଛନ୍ତୁ।
ଲାଇଭ୍ ଆକ୍ଟିଭିଟି ଚାଲୁ କରନ୍ତୁ କିମ୍ବା ବନ୍ଦ କରନ୍ତୁ: “ଲାଇଭ୍ ଆକ୍ଟିଭିଟି”ରେ ଟାପ୍ କରନ୍ତୁ, ତା’ପରେ “ଲାଇଭ୍ ଆକ୍ଟିଭିଟିକୁ ଅନୁମତି ଦିଅନ୍ତୁ”କୁ ଚାଲୁ କିମ୍ବା ବନ୍ଦ କରନ୍ତୁ।
ଲାଇଭ୍ ଆକ୍ଟିଭିଟି କେତେ ଥର ଅପ୍ଡେଟ୍ ହେବ ତାହା ସେଟ୍ କରନ୍ତୁ: “ଲାଇଭ୍ ଆକ୍ଟିଭିଟି”ରେ ଟାପ୍ କରନ୍ତୁ, ତା’ପରେ “ଅଧିକ ଥର ଅପ୍ଡେଟ୍ କରନ୍ତୁ”କୁ ଚାଲୁ କିମ୍ବା ବନ୍ଦ କରନ୍ତୁ।
ଗୁରୁତ୍ବପୂର୍ଣ୍ଣ: ଅଧିକ ଥର ଅପ୍ଡେଟ୍ ଚାଲୁ କରିବା ଦ୍ୱାରା ଆପଣ ଅଧିକ ରିଅଲ୍-ଟାଇମ୍ ସୂଚନା ଦେଖିପାରିବେ, କିନ୍ତୁ ଏହା ଆପଣଙ୍କ iPhone ବ୍ଯାଟରିକୁ ଶୀଘ୍ର ଶେଷ କରିପାରେ।
ବ୍ୟାକ୍ଗ୍ରାଉଣ୍ଡ୍ରେ ଆପ୍ ରିଫ୍ରେଶ୍ ହୋଇଛି କି ନାହିଁ ବାଛନ୍ତୁ: ବ୍ଯାକ୍ଗ୍ରାଉଣ୍ଡ୍ ଆପ୍ ରିଫ୍ରେଶ୍ ଚାଲୁ କିମ୍ବା ବନ୍ଦ କରନ୍ତୁ।
Apple Sports ଆପ୍ ମୋବାଇଲ୍ ଡେଟା ବ୍ୟବହାର କରେ କି ନାହିଁ ବାଛନ୍ତୁ: ମୋବାଇଲ୍ ଡେଟା ଚାଲୁ କରନ୍ତୁ କିମ୍ବା ବନ୍ଦ କରନ୍ତୁ।
ଏକ ପସନ୍ଦର ଭାଷା ବାଛନ୍ତୁ: ଭାଷାରେ ଟାପ୍ କରନ୍ତୁ, ତା’ପରେ ଏକ ଭାଷା ବାଛନ୍ତୁ।
ଧ୍ୟାନ ଦିଅନ୍ତୁ: ସମସ୍ତ ଦେଶ କିମ୍ବା ଅଞ୍ଚଳରେ ସମସ୍ତ ଭାଷା ସମର୍ଥିତ ନୁହେଁ। Apple Intelligence ସମସ୍ତ iPhone ମଡେଲ୍ରେ କିମ୍ବା ସମସ୍ତ ଭାଷା କିମ୍ବା ଅଞ୍ଚଳରେ ଉପଲବ୍ଧ ନାହିଁ।
“ମୋ ସ୍ପୋର୍ଟ୍ସ୍” ଚାଲୁ କିମ୍ବା ବନ୍ଦ କରନ୍ତୁ
ଗୋପନୀୟତା ସୂଚନା ପଢ଼ିବା ପାଇଁ କିମ୍ବା ମୋ ସ୍ପୋର୍ଟ୍ସ୍ ଚାଲୁ କିମ୍ବା ବନ୍ଦ କରିବା ପାଇଁ Apple Sports ଆପ୍ରେ ଥିବା ଆପଣଙ୍କ ଆକାଉଣ୍ଟ୍ ପ୍ରୋଫାଇଲ୍ରେ ଟାପ୍ କରନ୍ତୁ।
ଗୁରୁତ୍ବପୂର୍ଣ୍ଣ: Apple Sports ଆପ୍ ବ୍ୟବହାର କରିବା ଏବଂ Apple News, Apple TV ଏବଂ ଅନ୍ଯ Apple ଆପ୍ଗୁଡ଼ିକ ମଧ୍ୟରେ ଆପଣଙ୍କ ଫେଭରିଟ୍ ଟୀମ୍ ଏବଂ ଲୀଗ୍ଗୁଡ଼ିକୁ ସିଙ୍କ୍ରୋନାଇଜ୍ କରି ରଖିବା ପାଇଁ “ମୋ ସ୍ପୋର୍ଟ୍ସ୍” ଚାଲୁ ରହିବା ଆବଶ୍ୟକ।
ଆପଣଙ୍କ iPhone ରେ Apple Sports ଆପ୍
ଖୋଲନ୍ତୁ, ଉପର-ଡାହାଣ କୋଣରେ ଥିବା ମେନ୍ଯୂ ବଟନ୍ରେ ଟାପ୍ କରନ୍ତୁ, ତା’ପରେ ଆପଣଙ୍କ ପ୍ରୋଫାଇଲ୍ ଆଇକନ୍
ରେ ଟାପ୍ କରନ୍ତୁ।“ମୋ ସ୍ପୋର୍ଟ୍ସ୍ ସିଙ୍କ୍ କରନ୍ତୁ” ଚାଲୁ କିମ୍ବା ବନ୍ଦ କରନ୍ତୁ।
“ସମ୍ପୂର୍ଣ୍ଣ”ରେ ଟାପ୍ କରନ୍ତୁ।