ଷ୍ଟେପ୍ 3: ଆପଣଙ୍କ ପିଲାଙ୍କ ଡିଭାଇସ୍ରେ ୱେବ୍ସାଇଟ୍ ଓ ଆପ୍ ପାଇଁ ନିରାପତ୍ତା ସେଟିଂସ୍ ସେଟ୍ କରନ୍ତୁ
ଆପଣ ପ୍ରଥମ ଥର ପାଇଁ ଆପଣଙ୍କ ପିଲାଙ୍କ ପାଇଁ ଏକ iPhone କିମ୍ବା iPad ସେଟ୍ ଅପ୍ କରିବା ସମୟରେ, ଆପଣ ଉପଯୁକ୍ତ ମନେ କରୁଥିବା ଆପ୍ ଚୟନ କରିପାରିବେ ଏବଂ ସମୟକ୍ରମେ ସେ ନୂଆ ଆପ୍ ପାଇଁ ଅନୁରୋଧ କରିପାରିବେ। ନୂଆ ଗେମ୍, ଆପ୍ ଓ ୱେବ୍ସାଇଟ୍ ପାଇଁ ଆପଣଙ୍କ ପିଲା ଅନୁରୋଧ କଲେ, American Academy of Pediatrics (AAP) ଏକ ପରିବାର ଭାବରେ ଏକାଠି ସେଗୁଡ଼ିକୁ ସମୀକ୍ଷା କରିବା ପାଇଁ ସୁପାରିଶ କରିଥାଏ।
App Store ରେ ଥିବା ପ୍ରତ୍ୟେକ ଆପ୍ରେ ଏକ ବୟସ ରେଟିଂ ଥାଏ ଏବଂ ଏହା ଇନ୍-ଆପ୍ କଣ୍ଟ୍ରୋଲ୍ ପ୍ରଦାନ କରେ କି ନାହିଁ ତାହା ନିର୍ଦ୍ଦିଷ୍ଟ କରାଯାଇଥାଏ, ଯାହା ଆପଣଙ୍କୁ କଣ୍ଟେଣ୍ଟ୍ ଉପଯୁକ୍ତ କି ନାହିଁ ତାହା ମୂଲ୍ୟାଙ୍କନ କରିବାରେ ସାହାଯ୍ୟ କରେ। କରାଯାଇଥିବା ପସନ୍ଦ ଏବେ ମଧ୍ୟ ଆପଣଙ୍କ ପରିବାର ପାଇଁ ଠିକ୍ ଅଛି କି ନାହିଁ ଦେଖିବା ପାଇଁ ଆପଣ କିଛି ସପ୍ତାହ ପରେ ଏକାଠି ଏହାର ପୁନର୍ବିଚାର କରିପାରନ୍ତି।
ଯଦି ଆପଣ ନିଜ ଫ୍ୟାମିଲି ଶେୟରିଂ ଗ୍ରୂପ୍ରେ ଥିବା ଜଣେ ପିଲାଙ୍କ ପାଇଁ ଏହି ପ୍ୟାରେଣ୍ଟଲ୍ କଣ୍ଟ୍ରୋଲ୍ ସେଟ୍ ଅପ୍ କରୁଥାନ୍ତି, ତେବେ ଆପଣଙ୍କ ପରିବାରର ସମସ୍ତ ଡିଭାଇସ୍ iOS, iPadOS, macOS, watchOS କିମ୍ବା visionOS ର ଭର୍ଶନ୍ 27 କିମ୍ବା ପରବର୍ତ୍ତୀ ଭର୍ଶନ୍କୁ ଅପ୍ଗ୍ରେଡ୍ ହେବା ଆବଶ୍ୟକ। ଆପଣଙ୍କ Apple ଡିଭାଇସ୍ କିପରି ଅପ୍ଡେଟ୍ କରିବେ ଜାଣନ୍ତୁ। | |||||||||||
ଆପଣଙ୍କ ପିଲା ଆପ୍ ଡାଉନ୍ଲୋଡ୍ କରିବା ପୂର୍ବରୁ ତାହାକୁ ସମୀକ୍ଷା କରନ୍ତୁ।
“କିଣିବା ପାଇଁ ପଚାରନ୍ତୁ” ସହିତ, ଆପଣଙ୍କ ପିଲା କେଉଁ ଆପ୍ କ୍ରୟ କିମ୍ବା ଡାଉନ୍ଲୋଡ୍ କରିପାରିବେ ତାହାର ନିଷ୍ପତ୍ତି ଆପଣ ନେଇପାରିବେ, ଯାହା ଫଳରେ କଣ୍ଟେଣ୍ଟ୍କୁ ସୁରକ୍ଷିତ ଓ ଉପଯୁକ୍ତ ରଖିବାରେ ସହାୟତା ମିଳିଥାଏ। ଯେତେବେଳେ ଆପଣଙ୍କ ପିଲା କିଛି ଡାଉନ୍ଲୋଡ୍ କରିବା କିମ୍ବା ନୂଆ କିଛି କିଣିବାକୁ ଚାହିଁବେ, ସେ ଆପଣଙ୍କୁ ମେସେଜ୍ରେ ଏକ ଅନୁରୋଧ ପଠାଇବେ କିମ୍ବା ଆପଣ ସିଧାସଳଖ ତାଙ୍କ ଡିଭାଇସ୍ରେ ଏହାକୁ ଅନୁମୋଦନ କରିପାରିବେ। ଏହାକୁ ଅନୁମୋଦନ କରିବା ପୂର୍ବରୁ, ଆପଣଙ୍କ ପରିବାର ପାଇଁ ଏହା ଉପଯୁକ୍ତ କି ନାହିଁ ଦେଖିବା ପାଇଁ ଆପଣ ଏହାକୁ ସମୀକ୍ଷା କରିପାରିବେ।
“କିଣିବା ପାଇଁ ପଚାରନ୍ତୁ” ସହିତ ଆରମ୍ଭ କରିବା ପାଇଁ, ଆପଣଙ୍କ ଫ୍ୟାମିଲି ଶେୟରିଂ ସେଟିଂସ୍କୁ ଯାଆନ୍ତୁ, ଆପଣଙ୍କ ପିଲାଙ୍କ ନାମ ଚୟନ କରନ୍ତୁ, ତା’ପରେ “କିଣିବା ପାଇଁ ପଚାରନ୍ତୁ”ରେ କ୍ଲିକ୍ କିମ୍ବା ଟାପ୍ କରନ୍ତୁ। ଅଧିକ ସୂଚନା ପାଇଁ, “‘କିଣିବା ପାଇଁ ପଚାରନ୍ତୁ’ ସହିତ ନୂଆ ଆପ୍ କ୍ରୟ ଏବଂ ଡାଉନ୍ଲୋଡ୍ ପାଇଁ ଅନୁମୋଦନ ଆବଶ୍ୟକ କରନ୍ତୁ” ଦେଖନ୍ତୁ।
ନୋଟ୍: “କିଣିବା ପାଇଁ ପଚାରନ୍ତୁ" App Store (ଇନ୍-ଆପ୍ କ୍ରୟ ସମେତ) ଏବଂ ବହି ଆପ୍ ଭଳି Apple ଆପ୍ରେ ଉପଲବ୍ଧ ଅଛି। ଏହା ପିଲାଙ୍କ ଆକାଉଣ୍ଟ୍ ଥିବା 13 ବର୍ଷରୁ କମ୍ ବୟସର ପିଲା (ଏବଂ କିଛି ପରିସ୍ଥିତିରେ 18 ବର୍ଷରୁ କମ୍ ବୟସର କିଶୋର)ଙ୍କ ପାଇଁ ଡିଫଲ୍ଟ୍ ଭାବରେ ଚାଲୁ ଥାଏ। (ଦେଶ କିମ୍ବା ଅଞ୍ଚଳ ଅନୁଯାୟୀ ବୟସ ଭିନ୍ନ ହୋଇପାରେ।)
ଆପଣଙ୍କ ପିଲା ୱେବ୍ସାଇଟ୍ ଭିଜିଟ୍ କରିବା ପୂର୍ବରୁ ତାହାକୁ ସମୀକ୍ଷା କରନ୍ତୁ
“ବ୍ରାଉଜ୍ କରିବା ପାଇଁ ପଚାରନ୍ତୁ” ସହିତ, ଆପଣଙ୍କ ପିଲା କେଉଁ ୱେବ୍ସାଇଟ୍କୁ Safari ରେ ଆକ୍ସେସ୍ କରିପାରିବେ ତାହାର ନିଷ୍ପତ୍ତି ଆପଣ ନେଇପାରିବେ, ଯାହା ଫଳରେ ସେ ଆପଣ ଠିକ୍ ମନେକରୁଥିବା ଥିବା କଣ୍ଟେଣ୍ଟ୍ ଏକ୍ସ୍ପ୍ଲୋର୍ କରିବେ। ଯେତେବେଳେ ଆପଣଙ୍କ ପିଲା ଏକ ନୂଆ ୱେବ୍ସାଇଟ୍ ଭିଜିଟ୍ କରିବାକୁ ଚାହିଁବେ, ସେ ଆପଣଙ୍କୁ ମେସେଜ୍ରେ ଏକ ଅନୁରୋଧ ପଠାଇବେ କିମ୍ବା ଆପଣ ସିଧାସଳଖ ତାଙ୍କ ଡିଭାଇସ୍ରେ ଏହାକୁ ଅନୁମୋଦନ କରିପାରିବେ। ଏହାକୁ ଅନୁମୋଦନ କରିବା ପୂର୍ବରୁ, ଆପଣଙ୍କ ପରିବାର ପାଇଁ ଏହା ଉପଯୁକ୍ତ କି ନାହିଁ ଦେଖିବା ପାଇଁ ଆପଣ ଏହାକୁ ସମୀକ୍ଷା କରିପାରିବେ।
“ବ୍ରାଉଜ୍ କରିବା ପାଇଁ ପଚାରନ୍ତୁ” ସହିତ ଆରମ୍ଭ କରିବା ପାଇଁ, ଆପଣଙ୍କ ଫ୍ୟାମିଲି ଶେୟରିଂ ସେଟିଂସ୍କୁ ଯାଆନ୍ତୁ, ଆପଣଙ୍କ ପିଲାଙ୍କ ନାମ ଚୟନ କରନ୍ତୁ, ତା’ପରେ ଆପ୍ ଓ ୱେବ୍ସାଇଟ୍ରେ କ୍ଲିକ୍ କିମ୍ବା ଟାପ୍ କରନ୍ତୁ। ଅଧିକ ସୂଚନା ପାଇଁ, ”Safari ରେ ନିର୍ଦ୍ଦିଷ୍ଟ ଆପ୍ ଓ ୱେବ୍ସାଇଟ୍କୁ ବ୍ଲକ୍ କରନ୍ତୁ କିମ୍ବା ଅନୁମତି ଦିଅନ୍ତୁ” ଦେଖନ୍ତୁ।
ନୋଟ୍: ପିଲାଙ୍କ ଆକାଉଣ୍ଟ୍ ଥିବା 13 ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ “ବ୍ରାଉଜ୍ କରିବାକୁ ପଚାରନ୍ତୁ” ଡିଫଲ୍ଟ୍ ଭାବରେ ଅନ୍ ଥାଏ ଏବଂ ପିଲାଙ୍କ ଆକାଉଣ୍ଟ୍ ଥିବା 13 ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ “ପ୍ରାପ୍ତବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ ୱେବ୍ସାଇଟ୍ଗୁଡ଼ିକୁ ସୀମିତ କରନ୍ତୁ” ଡିଫଲ୍ଟ୍ ଭାବରେ ଅନ୍ ଥାଏ। “ବ୍ରାଉଜ୍ କରିବା ପାଇଁ ପଚାରନ୍ତୁ” Safari ରେ ଥିବା ୱେବ୍ସାଇଟ୍ ପାଇଁ ଲାଗୁ ହୁଏ। (ଦେଶ କିମ୍ବା ଅଞ୍ଚଳ ଅନୁଯାୟୀ ବୟସ ଭିନ୍ନ ହୋଇପାରେ।)
ଅନୁମତିପ୍ରାପ୍ତ ବହି, ମ୍ୟୂଜିକ୍, ମୂଭି ଇତ୍ୟାଦି ପାଇଁ ବୟସ-ଉପଯୁକ୍ତ ରେଟିଂ ବାଛନ୍ତୁ
Apple Music ଏବଂ Apple Books ଭଳି Apple ସେବାଗୁଡ଼ିକରେ ବୟସ ରେଟିଂ ଆଧାରରେ ଆପଣଙ୍କ ପିଲା କ’ଣ ଦେଖିପାରିବେ ଏବଂ ଶୁଣିପାରିବେ ତାହା ଆପଣ ଆଡ୍ଜଷ୍ଟ୍ କରିପାରିବେ, ଯାହା ଫଳରେ ସେମାନେ କେବଳ ସେହି କଣ୍ଟେଣ୍ଟ୍ ଦେଖିପାରିବେ ଯାହା ତାଙ୍କ ବୟସ ପାଇଁ ଉପଯୁକ୍ତ ବୋଲି ଆପଣ ମନେକରନ୍ତି। ଆପଣ ଆଖି ଉପରେ ଚାପ କମ୍ କରିବାରେ ସହାୟତା କରିବାକୁ ସ୍କ୍ରୀନ୍ ଦୂରତା ଚାଲୁ କରିବା, କିମ୍ବା Siri ଚାଲୁ ବା ବନ୍ଦ କରିବା ଭଳି ଅନ୍ୟ ସେଟିଂସ୍ ମଧ୍ୟ ପରିଚାଳନା କରିପାରିବେ।
ଆରମ୍ଭ କରିବା ପାଇଁ, ଆପଣଙ୍କ ଫ୍ୟାମିଲି ଶେୟରିଂ ସେଟିଂସ୍କୁ ଯାଆନ୍ତୁ, ଆପଣଙ୍କ ପିଲାଙ୍କ ନାମ ଚୟନ କରନ୍ତୁ, ତା’ପରେ କଣ୍ଟେଣ୍ଟ୍ ଓ ଗୋପନୀୟତା ପ୍ରତିବନ୍ଧକରେ କ୍ଲିକ୍ କିମ୍ବା ଟାପ୍ କରନ୍ତୁ। ଅଧିକ ସୂଚନା ପାଇଁ, ”ଆପଣଙ୍କ ପିଲାଙ୍କ ଡିଭାଇସ୍ରେ ମୂଭି, ମ୍ୟୂଜିକ୍ ଇତ୍ୟାଦି ପାଇଁ ବୟସ-ଉପଯୁକ୍ତ କଣ୍ଟେଣ୍ଟ୍ ବାଛନ୍ତୁ” ଦେଖନ୍ତୁ।
ନୋଟ୍: ପିଲାଙ୍କ ଆକାଉଣ୍ଟ୍ ଥିବା 18 ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ବୟସ-ଆଧାରିତ କଣ୍ଟେଣ୍ଟ୍ ଓ ଗୋପନୀୟତା ପ୍ରତିବନ୍ଧକ ଡିଫଲ୍ଟ୍ ଭାବରେ ଚାଲୁ ଥାଏ। (ଦେଶ କିମ୍ବା ଅଞ୍ଚଳ ଅନୁଯାୟୀ ବୟସ ଭିନ୍ନ ହୋଇପାରେ।)