ଷ୍ଟେପ୍ 2: ପିଲାଙ୍କ ଆକାଉଣ୍ଟ୍ ତିଆରି କରନ୍ତୁ
“ପିଲାଙ୍କ ଆକାଉଣ୍ଟ୍” ତିଆରି କରିବା ଦ୍ବାରା ଆପଣଙ୍କ ପିଲାଙ୍କୁ ବୟସ-ଆଧାରିତ ସୁରକ୍ଷା ମିଳିଥାଏ, ଯାହାକୁ ଆପଣ ନିଜ ପରିବାରର ଆବଶ୍ଯକତା ଅନୁଯାୟୀ ଯେକୌଣସି ସମୟରେ ଆଡ୍ଜଷ୍ଟ୍ କରିପାରିବେ। ଯେତେବେଳେ ଆପଣ ପିଲାଙ୍କ ଆକାଉଣ୍ଟ୍ ତିଆରି କରନ୍ତି ଏବଂ ନିଜ ପିଲାଙ୍କୁ ଆପଣଙ୍କ ଫ୍ୟାମିଲି ଶେୟରିଂ ଗ୍ରୂପ୍ରେ ଯୋଡ଼ନ୍ତି, ସେତେବେଳେ ତାଙ୍କ ପ୍ୟାରେଣ୍ଟଲ୍ କଣ୍ଟ୍ରୋଲ୍ ପରିଚାଳନା କରିବାରେ ସହାୟତା କରିବା ଏବଂ ତାଙ୍କ ସହ କ୍ରୟ ଓ ସବ୍ସ୍କ୍ରିପ୍ସନ୍ ଶେୟର୍ କରିବା ପାଇଁ ଆପଣ ଅନ୍ୟ ପ୍ରାପ୍ତବୟସ୍କଙ୍କୁ ପିତାମାତା କିମ୍ବା ଅଭିଭାବକ ଭାବେ ଯୋଡ଼ିପାରିବେ। ନୂଆ ପ୍ୟାରେଣ୍ଟଲ୍ କଣ୍ଟ୍ରୋଲ୍ ଅନୁଭୂତିର ଲାଭ ଉଠାଇବା ପାଇଁ, ଆପଣ ଏବଂ ଆପଣଙ୍କର ପରିବାରକୁ ଆପଣଙ୍କ ଡିଭାଇସ୍ ଅପ୍ଡେଟ୍ କରିବାକୁ ପଡ଼ିବ।
ନୋଟ୍: 13 ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ଏକ “ପିଲାଙ୍କ ଆକାଉଣ୍ଟ୍” ଆବଶ୍ୟକ ହୁଏ ଏବଂ ଏହା 18 ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଉପଲବ୍ଧ। ପିଲାଙ୍କ ଆକାଉଣ୍ଟ୍ ତିଆରି କରିବା ପାଇଁ ଆବଶ୍ୟକ ସର୍ବନିମ୍ନ ବୟସ ବିଭିନ୍ନ ଦେଶ ଏବଂ ଅଞ୍ଚଳରେ ଭିନ୍ନ ହୋଇପାରେ। ଅଧିକ ସୂଚନା ପାଇଁ, Apple ସହାୟତା ଆର୍ଟିକଲ୍ “ଆପଣଙ୍କ ପିଲାଙ୍କ ପାଇଁ ଏକ Apple ଆକାଉଣ୍ଟ୍ ତିଆରି କରନ୍ତୁ” ଦେଖନ୍ତୁ।
ପିଲାଙ୍କ ଆକାଉଣ୍ଟ୍ ତିଆରି ଆରମ୍ଭ କରିବା ପାଇଁ, ସେଟିଂସ୍ ଆପ୍ (କିମ୍ବା Mac ରେ ଥିବା ସିଷ୍ଟମ୍ ସେଟିଂସ୍)କୁ ଯାଆନ୍ତୁ, “ପିଲା ଯୋଡ଼ନ୍ତୁ” ବଟନ୍ରେ କ୍ଲିକ୍ କିମ୍ବା ଟାପ୍ କରନ୍ତୁ, ତା’ପରେ “ପିଲାଙ୍କ ଆକାଉଣ୍ଟ୍ ତିଆରି କରନ୍ତୁ”କୁ ଚୟନ କରନ୍ତୁ। ଆପଣଙ୍କ ପରିସ୍ଥିତି ଉପରେ ନିର୍ଭର କରି, ଆପଣ ନିମ୍ନୋକ୍ତଗୁଡ଼ିକରୁ ଯେକୌଣସି ଗୋଟିଏ ମଧ୍ୟ କରିପାରିବେ:
ଯଦି ଆପଣ ନିଜ ପିଲାଙ୍କ ପ୍ରଥମ iPhone, iPad, Mac କିମ୍ବା Apple Watch ସେଟ୍ ଅପ୍ କରୁଛନ୍ତି: ଆପଣ ପ୍ରଥମ ଥର ଆପଣଙ୍କ ପିଲାଙ୍କ ପାଇଁ ଏକ Apple ଡିଭାଇସ୍ ସେଟ୍ ଅପ୍ କରିବା ସମୟରେ, ତାଙ୍କର ପ୍ରଥମ Apple ଆକାଉଣ୍ଟ୍ ତିଆରି କରିବା ପାଇଁ ଆପଣଙ୍କୁ ଷ୍ଟେପ୍ ଅନୁଯାୟୀ ଗାଇଡ୍ କରାଯିବ। ଏହି ପ୍ରକ୍ରିୟା ସମୟରେ ଆପଣ ସ୍କ୍ରୀନ୍ ଟାଇମ୍ ଏବଂ ଅନ୍ୟ ପ୍ୟାରେଣ୍ଟଲ୍ କଣ୍ଟ୍ରୋଲ୍ ମଧ୍ୟ ସେଟ୍ ଅପ୍ କରିପାରିବେ। ”ଆପଣଙ୍କ ପିଲାଙ୍କ ପାଇଁ ଏକ iPhone କିମ୍ବା iPad, Mac କିମ୍ବା Apple Watch ସେଟ୍ ଅପ୍ କରନ୍ତୁ” ଦେଖନ୍ତୁ।
ଯଦି ଆପଣ ନିଜ ପିଲାଙ୍କୁ ଏକ ଡିଭାଇସ୍ ହସ୍ତାନ୍ତର କରୁଛନ୍ତି: ଯଦି ଆପଣଙ୍କ ପିଲା ବ୍ୟବହାର କରୁଥିବା ଡିଭାଇସ୍ରେ ଅନ୍ୟ କେହି ସାଇନ୍ ଇନ୍ କରିଛନ୍ତି, ତେବେ ସେହି Apple ଆକାଉଣ୍ଟ୍ରୁ ସାଇନ୍ ଆଉଟ୍ କରନ୍ତୁ, ତା’ପରେ ଫ୍ୟାମିଲି ଶେୟରିଂ ବ୍ୟବହାର କରି ତାଙ୍କୁ ଏକ ପିଲାଙ୍କ ଆକାଉଣ୍ଟ୍ରେ ସେଟ୍ ଅପ୍ କରନ୍ତୁ। ଏହି ଉପାୟରେ, ଆପଣଙ୍କ ବ୍ୟକ୍ତିଗତ ସୂଚନା ପୃଥକ୍ ରହିଥାଏ ଏବଂ ଆପଣ ବୟସ-ଆଧାରିତ ପ୍ୟାରେଣ୍ଟଲ୍ କଣ୍ଟ୍ରୋଲ୍ର ଆକ୍ସେସ୍ ପାଇଥାନ୍ତି। Apple ସହାୟତା ଆର୍ଟିକଲ୍ ”ଆପଣଙ୍କ iPhone, iPad, Mac କିମ୍ବା Apple Watch ବିକ୍ରି କରିବା, ଦେଇଦେବା କିମ୍ବା ଟ୍ରେଡ୍ ଇନ୍ କରିବା ପୂର୍ବରୁ କ’ଣ କରିବେ” ଦେଖନ୍ତୁ।
ଯଦି ଆପଣଙ୍କ ପିଲାଙ୍କ ବୟସ ସଠିକ୍ ନାହିଁ: କିଛି ପିଲାଙ୍କର ଏକ Apple ଆକାଉଣ୍ଟ୍ ଥାଇପାରେ ଯାହା ସେମାନଙ୍କ ସଠିକ୍ ଜନ୍ମ ତାରିଖ ସହିତ ସେଟ୍ ଅପ୍ ହୋଇନଥିଲା, ତେଣୁ ବୟସ-ଆଧାରିତ ସେଟିଂସ୍ ଓ ପରାମର୍ଶ ଆଶାନୁରୂପ କାର୍ଯ୍ୟ କରିନପାରେ। ଆପଣ ଜନ୍ମଦିନକୁ ସଂଶୋଧନ କରିପାରିବେ ଏବଂ ଆବଶ୍ୟକ ହେଲେ ଏହାକୁ ଏକ ପିଲାଙ୍କ ଆକାଉଣ୍ଟ୍ରେ ରୂପାନ୍ତରିତ କରିପାରିବେ। ଏହି ଉପାୟରେ, ଆପଣଙ୍କ ପିଲା ବୟସ-ଆଧାରିତ ପ୍ୟାରେଣ୍ଟଲ୍ କଣ୍ଟ୍ରୋଲ୍ ପାଇପାରିବେ ଯାହାକୁ ଆପଣ ନିଜ ପରିବାରର ଆବଶ୍ୟକତା ଅନୁଯାୟୀ କଷ୍ଟମାଇଜ୍ କରିପାରିବେ। Apple ସହାୟତା ଆର୍ଟିକଲ୍ ”ଯଦି ଆପଣ ଏକ Apple ଆକାଉଣ୍ଟ୍କୁ ପିଲାଙ୍କ ଆକାଉଣ୍ଟ୍ରେ ପରିବର୍ତ୍ତନ କରନ୍ତି” ଦେଖନ୍ତୁ।