ପିଲା ଏବଂ ପରିବାର ପାଇଁ Apple ଡିଭାଇସ୍
ପ୍ୟାରେଣ୍ଟଲ୍ କଣ୍ଟ୍ରୋଲ୍ ଏବଂ ଆପଣଙ୍କ ପିଲାଙ୍କ iPhone, iPad, Mac କିମ୍ବା Apple Watch ସେଟ୍ ଅପ୍ କରିବା ବିଷୟରେ ଆପଣ ଜାଣିବା ପାଇଁ ଆବଶ୍ୟକ ସମସ୍ତ ତଥ୍ୟ।
ପ୍ୟାରେଣ୍ଟଲ୍ କଣ୍ଟ୍ରୋଲ୍ରେ କ’ଣ ନୂଆ ଅଛି
iOS 27, iPadOS 27, macOS 27 ଓ watchOS 27 ରେ ପ୍ୟାରେଣ୍ଟଲ୍ କଣ୍ଟ୍ରୋଲ୍*ରେ କ’ଣ ପରିବର୍ତ୍ତନ ହୋଇଛି ତାହା ଦେଖନ୍ତୁ ଏବଂ କିପରି ଆରମ୍ଭ କରିବେ ତାହା ଜାଣନ୍ତୁ।
ଆପଣଙ୍କ ପିଲାଙ୍କ ପ୍ରଥମ Apple ଡିଭାଇସ୍ ସେଟ୍ ଅପ୍ କରିବା ଆରମ୍ଭ କରନ୍ତୁ
ଏକ ପିଲାଙ୍କ ଆକାଉଣ୍ଟ୍ ତିଆରି କରନ୍ତୁ, ସେ ନିଜ ଡିଭାଇସ୍ରେ କେଉଁ ଆପ୍ରୁ ଆରମ୍ଭ କରିବେ ତାହା ବାଛନ୍ତୁ ଏବଂ ସେଟ୍ଅପ୍ ସମୟରେ ପ୍ୟାରେଣ୍ଟଲ୍ କଣ୍ଟ୍ରୋଲ୍ ଚୟନ କରନ୍ତୁ। ଯଦି ଆପଣଙ୍କ ପିଲାଙ୍କର ପୂର୍ବରୁ ଏକ ଆକାଉଣ୍ଟ୍ ଅଛି, ତେବେ ଆପଣ ଏକ ବିଦ୍ଯମାନ ଆକାଉଣ୍ଟ୍ ମଧ୍ଯ ଅପ୍ଡେଟ୍ କରିପାରିବେ।
ଆପଣଙ୍କ ପିଲାଙ୍କର ପ୍ରଥମiPhone କିମ୍ବା iPad, Mac, କିମ୍ବା Apple Watch ସେଟ୍ ଅପ୍ କରିବା ଆରମ୍ଭ କରନ୍ତୁ।
ଆପଣଙ୍କ ପିଲାଙ୍କ ଡିଭାଇସ୍ରେ ପ୍ୟାରେଣ୍ଟଲ୍ କଣ୍ଟ୍ରୋଲ୍ ଏକ୍ସ୍ପ୍ଲୋର୍ କରନ୍ତୁ
ଆପଣଙ୍କ ପିଲାଙ୍କ ଡିଭାଇସ୍ରେ ଉପଲବ୍ଧ ଥିବା ପ୍ୟାରେଣ୍ଟଲ୍ କଣ୍ଟ୍ରୋଲ୍ର ଏକ ଓଭର୍ଭ୍ଯୂ ପ୍ରାପ୍ତ କରନ୍ତୁ, ଯେଉଁଥିରେ ପିଲାମାନଙ୍କୁ ସୁରକ୍ଷିତ ରଖିବାରେ ସହାୟତା କରିବା ପାଇଁ ଡିଜାଇନ୍ କରାଯାଇଥିବା ବୟସ-ଆଧାରିତ ସୁରକ୍ଷା ଅନ୍ତର୍ଭୁକ୍ତ।
ଫ୍ୟାମିଲି ଶେୟରିଂ ସାହାଯ୍ୟରେ କ’ଣ ସବୁ କରାଯାଇପାରିବ ତାହା ଦେଖନ୍ତୁ
ସର୍ବାଧିକ ପାଞ୍ଚ ଜଣ ଅନ୍ୟ ଲୋକଙ୍କ ସହ ସବ୍ସ୍କ୍ରିପ୍ସନ୍, କ୍ରୟ, iCloud+ ଷ୍ଟୋରେଜ୍ ଇତ୍ୟାଦି ଶେୟର୍ କରନ୍ତୁ। ପ୍ରତ୍ୟେକ ବ୍ୟକ୍ତି ନିଜର ଆକାଉଣ୍ଟ୍ ବ୍ୟବହାର କରନ୍ତି ଏବଂ କ’ଣ ଶେୟର୍ କରାଯିବ ତାହା ଆପଣ ବାଛନ୍ତି।
ଆପଣଙ୍କ ପିଲାଙ୍କ ଡିଭାଇସ୍ରେ କଣ୍ଟେଣ୍ଟ୍ ବ୍ଲକ୍ କରନ୍ତୁ
ଆପଣଙ୍କ ପିଲା ନିଜ ଡିଭାଇସ୍ରେ କେଉଁ ଆପ୍ ଓ ୱେବ୍ସାଇଟ୍ ବ୍ୟବହାର କରିପାରିବେ ତାହା ବାଛନ୍ତୁ।
ଆପଣଙ୍କ ପିଲାଙ୍କ ଡିଭାଇସ୍ରେ ଆପ୍ ଓ ୱେବ୍ସାଇଟ୍ ପାଇଁ ଆକ୍ସେସ୍ ବ୍ଲକ୍ କରନ୍ତୁ କିମ୍ବା ଅନୁମତି ଦିଅନ୍ତୁ
ଆପଣଙ୍କ ପରିବାର ଏବଂ ତାଙ୍କ ଡିଭାଇସ୍ଗୁଡ଼ିକୁ ଚିହ୍ନଟ କରନ୍ତୁ
ଆପଣଙ୍କ ପରିବାର ସଦସ୍ୟମାନେ କେଉଁଠାରେ ଅଛନ୍ତି ତାହା ଦେଖନ୍ତୁ ଏବଂ ହଜିଯାଇଥିବା ଡିଭାଇସ୍ ଖୋଜିବାରେ ସହାୟତା କରନ୍ତୁ।
ଆପଣଙ୍କ ଫ୍ୟାମିଲି ଶେୟରିଂ ଗ୍ରୂପ୍ ସହ ଆପଣଙ୍କ ଲୋକେଶନ୍ ଶେୟର୍ କରନ୍ତୁ ଏବଂ ହଜିଯାଇଥିବା ଡିଭାଇସ୍ ଠାବ କରନ୍ତୁ
ଆପଣଙ୍କ ପିଲାଙ୍କ ଡିଭାଇସ୍ରେ ସ୍କ୍ରୀନ୍ ଟାଇମ୍ ପାସ୍କୋଡ୍ ରୀସେଟ୍ କରନ୍ତୁ
ଯଦି ଆପଣଙ୍କ ପିଲା ସ୍କ୍ରୀନ୍ ଟାଇମ୍ ପାସ୍କୋଡ୍ ଜାଣିଯାଆନ୍ତି କିମ୍ବା ଆପଣ ଏହାକୁ ଭୁଲିଯାଆନ୍ତି, ତେବେ ଆପଣ ଏହାକୁ ରୀସେଟ୍ କରିପାରିବେ ଏବଂ ଏକ ନୂଆ ପାସ୍କୋଡ୍ ତିଆରି କରିପାରିବେ।