ଆପଣଙ୍କ ପିଲାଙ୍କ ଡିଭାଇସ୍ରେ ପ୍ୟାରେଣ୍ଟଲ୍ କଣ୍ଟ୍ରୋଲ୍ ସେଟ୍ ଅପ୍ କରନ୍ତୁ
iOS 27, iPadOS 27, macOS 27 ଓ watchOS 27 ଆପଣଙ୍କ ପିଲାଙ୍କ ଡିଭାଇସ୍ ପରିଚାଳନା କରିବା ପାଇଁ ନୂଆ ଉପାୟ ସହିତ ଏକ ପୁନଃ ଡିଜାଇନ୍ ହୋଇଥିବା ପ୍ୟାରେଣ୍ଟଲ୍ କଣ୍ଟ୍ରୋଲ୍* ଅନୁଭୂତି ଆଣିଥାଏ। ଆପଣ ଏବଂ ଆପଣଙ୍କ ପରିବାର ଆପଣଙ୍କ ଡିଭାଇସ୍ ଅପ୍ଡେଟ୍ କରିବା ପରେ, ଆପଣଙ୍କୁ ପ୍ରତ୍ୟେକ ପିଲାଙ୍କ ପାଇଁ ଏକ ସଂକ୍ଷିପ୍ତ ସେଟ୍ ଅପ୍ରେ ସହାୟତା କରାଯିବ। ଆପଣ ପୂର୍ବରୁ ସେଟ୍ ଅପ୍ କରିଥିବା ପ୍ୟାରେଣ୍ଟଲ୍ କଣ୍ଟ୍ରୋଲ୍ ସମୀକ୍ଷା କରିପାରିବେ ଏବଂ ପରିବର୍ତ୍ତନ କରିପାରିବେ କିମ୍ବା ପ୍ରଥମ ଥର ପାଇଁ ପ୍ୟାରେଣ୍ଟଲ୍ କଣ୍ଟ୍ରୋଲ୍ ସେଟ୍ ଅପ୍ କରିପାରିବେ।
ଯଦି ଆପଣ ପ୍ରଥମ ଥର ପାଇଁ ଆପଣଙ୍କ ପିଲାଙ୍କ ପାଇଁ ଏକ ଡିଭାଇସ୍ ସେଟ୍ ଅପ୍ କରୁଛନ୍ତି, ତେବେ iPhone କିମ୍ବା iPad ସେଟ୍ ଅପ୍ କରନ୍ତୁ, Mac, କିମ୍ବା Apple Watch ଦେଖନ୍ତୁ।
ଷ୍ଟେପ୍ 1: ଆରମ୍ଭ କରନ୍ତୁ
ଆପଣ ଏବଂ ଆପଣଙ୍କ ପରିବାର ଆପଣଙ୍କ ଡିଭାଇସ୍ଗୁଡ଼ିକୁ ଅପ୍ଡେଟ୍ କରିବା ପରେ, ଆପଣଙ୍କ ପିଲା ପାଇଁ ପ୍ୟାରେଣ୍ଟଲ୍ କଣ୍ଟ୍ରୋଲ୍ ସେଟ୍ ଅପ୍ କରିବାକୁ ଆପଣଙ୍କୁ ଆମନ୍ତ୍ରଣ କରାଯିବ। ଆପଣଙ୍କ ପିଲା କେଉଁ ଆପ୍ ଏକ୍ସ୍ପ୍ଲୋର୍ କରିପାରିବେ, ସେ କେଉଁ କଣ୍ଟାକ୍ଟ୍ ସହିତ ଯୋଗାଯୋଗ କରିପାରିବେ, ସେ କେତେବେଳେ ଆପ୍ ଓ ୱେବ୍ସାଇଟ୍ ଇତ୍ଯାଦି ଆକ୍ସେସ୍ କରିପାରିବେ ତାହା ଆପଣ ସେଟ୍ ଅପ୍ କରିପାରିବେ।
ଆରମ୍ଭ କରିବା ପାଇଁ “ଆରମ୍ଭ କରନ୍ତୁ”ରେ ଟାପ୍ କିମ୍ବା କ୍ଲିକ୍ କରନ୍ତୁ। ଯଦି ଆପଣ ବର୍ତ୍ତମାନ ଏହି ଷ୍ଟେପ୍ ସମ୍ପୂର୍ଣ୍ଣ କରିପାରୁନାହାନ୍ତି, ତେବେ ଆପଣ ଯେକୌଣସି ସମୟରେ ଫ୍ୟାମିଲି ଶେୟରିଂ ସେଟିଂସ୍ > (ଆପଣଙ୍କ ପିଲାଙ୍କ ନାମ) କୁ ଯାଇ ଆରମ୍ଭ କରିପାରିବେ।
ଷ୍ଟେପ୍ 2: ଆପଣଙ୍କ ପିଲା କେଉଁ କଣ୍ଟେଣ୍ଟ୍ ଆକ୍ସେସ୍ କରିପାରିବେ ତାହା ବାଛନ୍ତୁ
ଆପଣଙ୍କ ପିଲା କେଉଁ ଆପ୍, ୱେବ୍ସାଇଟ୍ ଏବଂ କଣ୍ଟେଣ୍ଟ୍ ଆକ୍ସେସ୍ କରିପାରିବେ ତାହା ସ୍ଥିର କରନ୍ତୁ। ଆପଣ ଦୁଇଟି ସେଟିଂସ୍ ଚୟନ କରିବେ:
“Safari ରେ ତାଙ୍କ ୱେବ୍ସାଇଟ୍ ଆକ୍ସେସ୍ ପରିଚାଳନା” କରନ୍ତୁ: “କେବଳ ଅନୁମୋଦିତ ୱେବ୍ସାଇଟ୍” କିମ୍ବା “ବ୍ରାଉଜ୍ କରିବା ପାଇଁ ପଚାରନ୍ତୁ” ସହିତ Safari ରେ ନୂଆ ସାଇଟ୍ ଭିଜିଟ୍ କରିବା ପୂର୍ବରୁ ଆପଣଙ୍କ ପିଲାଙ୍କୁ ଆପଣଙ୍କ ଅନୁମୋଦନ ଆବଶ୍ୟକ ହେବ। ଅନୁମୋଦିତ ହେବା ପରେ, ସେହି ସାଇଟ୍ ଆକ୍ସେସ୍ଯୋଗ୍ୟ ରହିବ। “ପ୍ରାପ୍ତ ବୟସ୍କ ୱେବ୍ସାଇଟ୍ ସୀମିତ କରନ୍ତୁ” ସହିତ, ଅନେକ ବୟସ୍କ ୱେବ୍ସାଇଟ୍ର ଆକ୍ସେସ୍ ସୀମିତ ଅଟେ। କିମ୍ବା ଆପଣ ଇଣ୍ଟର୍ନେଟ୍କୁ ଅପ୍ରତିବନ୍ଧିତ ଆକ୍ସେସ୍ ଦେଇପାରିବେ।
ନୋଟ୍: ପିଲାଙ୍କ ଆକାଉଣ୍ଟ୍ ଥିବା 13 ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ଡିଫଲ୍ଟ୍ ଭାବରେ “ବ୍ରାଉଜ୍ କରିବା ପାଇଁ ପଚାରନ୍ତୁ” ଚାଲୁ ରହିଥାଏ। “ପିଲାଙ୍କ ଆକାଉଣ୍ଟ୍” ଥିବା 18 ବର୍ଷରୁ କମ୍ ପିଲାମାନଙ୍କ ପାଇଁ “ପ୍ରାପ୍ତବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ ୱେବ୍ସାଇଟ୍ ସୀମିତ କରନ୍ତୁ” ଡିଫଲ୍ଟ୍ ଭାବରେ ରହିଛି। 13 ବର୍ଷରୁ କମ୍ ପିଲାମାନେ ନୂଆ ୱେବ୍ସାଇଟ୍ ବ୍ରାଉଜ୍ କରିବା ପାଇଁ ଅନୁରୋଧ କରିବା ଆବଶ୍ଯକ ଏବଂ 18 ବର୍ଷରୁ କମ୍ ପିଲାମାନଙ୍କୁ ସମସ୍ତ ବ୍ଲକ୍ ହୋଇଥିବା ୱେବ୍ସାଇଟ୍ ବ୍ରାଉଜ୍ କରିବା ପାଇଁ ଅନୁମତି ଆବଶ୍ଯକ। (ଦେଶ କିମ୍ବା ଅଞ୍ଚଳ ଅନୁଯାୟୀ ବୟସ ଭିନ୍ନ ହୋଇପାରେ।)
ତାଙ୍କର କଣ୍ଟେଣ୍ଟ୍ ପାଇଁ ଆକ୍ସେସ୍ ବାଛନ୍ତୁ: ବୁକ୍ ଆପ୍ ଭଳି Apple ଆପ୍ ମାଧ୍ୟମରେ ଉପଲବ୍ଧ ବହି, ମୂଭି, TV ଶୋ’ ଓ ମ୍ଯୂଜିକ୍ ପାଇଁ ବୟସ ରେଟିଂ ସେଟ୍ କରନ୍ତୁ। ଉଦାହରଣ ସ୍ବରୂପ, ଆପଣ ଏକ ବୟସ ରେଟିଂ ଚୟନ କରିପାରିବେ କିମ୍ବା ଅଶ୍ଳୀଳ କଣ୍ଟେଣ୍ଟ୍ ବ୍ଲକ୍ କରିପାରିବେ।
ନୋଟ୍: ପିଲାଙ୍କ ଆକାଉଣ୍ଟ୍ ଥିବା 18 ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ବୟସ-ଆଧାରିତ କଣ୍ଟେଣ୍ଟ୍ ଓ ଗୋପନୀୟତା ପ୍ରତିବନ୍ଧକ ଡିଫଲ୍ଟ୍ ଭାବରେ ସକ୍ଷମ ହୋଇଥାଏ ଏବଂ ଏହା ଯେକୌଣସି ସମୟରେ ଆଡ୍ଜଷ୍ଟ୍ କରାଯାଇପାରିବ। (ଦେଶ କିମ୍ବା ଅଞ୍ଚଳ ଅନୁଯାୟୀ ବୟସ ଭିନ୍ନ ହୋଇପାରେ।)
ଆପଣ ସମ୍ପୂର୍ଣ୍ଣ କରିବା ପରେ, “ଜାରି ରଖନ୍ତୁ”ରେ ଟାପ୍ କିମ୍ବା କ୍ଲିକ୍ କରନ୍ତୁ।
ଷ୍ଟେପ୍ 3: ଆପଣଙ୍କ ପିଲା କାହା ସହିତ ଯୋଗାଯୋଗ କରିପାରିବ ତାହା ବାଛନ୍ତୁ
ଆପଣଙ୍କ ପିଲା ଫୋନ୍, ମେସେଜ୍ ଓ FaceTime ବ୍ୟବହାର କରି କାହା ସହିତ ଯୋଗାଯୋଗ କରିପାରିବେ ତାହା ପରିଚାଳନା କରନ୍ତୁ ଏବଂ ତାଙ୍କୁ ସମ୍ବେଦନଶୀଳ କଣ୍ଟେଣ୍ଟ୍ରୁ ସୁରକ୍ଷା ଦେବାରେ ସହାୟତା କରନ୍ତୁ।
ସେମାନେ କାହା ସହିତ କଥା ହୋଇପାରିବେ ତାହା ନିର୍ଣ୍ଣୟ କରନ୍ତୁ: ଆପଣଙ୍କ ପିଲା ଜଣେ ନୂଆ ବ୍ୟକ୍ତିଙ୍କୁ ମେସେଜ୍ କିମ୍ବା କଲ୍ କରିବାକୁ ଚାହୁଁଥିଲେ, ଆପଣ ପ୍ରଥମେ ସେହି କଣ୍ଟାକ୍ଟ୍କୁ ସମୀକ୍ଷା କରି ଅନୁମୋଦନ କରିବେ। ଗ୍ରୂପ୍ରେ ଥିବା ସମସ୍ତଙ୍କ ପାଇଁ ନା ଥ୍ରେଡ୍ରେ ଥିବା କେବଳ ଜଣେ ଅନୁମୋଦିତ କଣ୍ଟାକ୍ଟ୍ଙ୍କ ପାଇଁ ଅନୁମୋଦନ ଆବଶ୍ୟକ ଆପଣ ତାହା ବାଛିପାରିବେ।
ନୋଟ୍: “ପିଲାଙ୍କ ଆକାଉଣ୍ଟ୍” ଥିବା 13 ବର୍ଷ ପର୍ଯ୍ଯନ୍ତ ବୟସର ପିଲାମାନଙ୍କ ପାଇଁ କଣ୍ଟାକ୍ଟ୍ ପରିଚାଳନା ଡିଫଲ୍ଟ୍ ଭାବରେ ଚାଲୁ ଥାଏ ଏବଂ “ପିଲାଙ୍କ ଆକାଉଣ୍ଟ୍” ଥିବା 13 ବର୍ଷ ଓ ତା’ଠାରୁ ଅଧିକ ବୟସର ପିଲାମାନଙ୍କ ପାଇଁ ଏହା ଚାଲୁ କରାଯାଇପାରିବ। (ଦେଶ କିମ୍ବା ଅଞ୍ଚଳ ଅନୁଯାୟୀ ବୟସ ଭିନ୍ନ ହୋଇପାରେ।)
ସମ୍ବେଦନଶୀଳ ଇମେଜ୍ ଓ ଭିଡିଓରୁ ତାଙ୍କୁ ସୁରକ୍ଷା ଦେବାରେ ସହାୟତା କରନ୍ତୁ: ନଗ୍ନତା କିମ୍ବା ହିଂସାତ୍ମକ କଣ୍ଟେଣ୍ଟ୍ ଚିହ୍ନଟ ହୋଇଥିବା ଫଟୋ ପଠାଇବା କିମ୍ବା ଗ୍ରହଣ କରିବାରୁ ଆପଣଙ୍କ ପିଲାଙ୍କୁ ସୁରକ୍ଷା ଦେବାରେ ସହାୟତା କରନ୍ତୁ।
ଆପଣ ସମ୍ପୂର୍ଣ୍ଣ କରିବା ପରେ, “ଜାରି ରଖନ୍ତୁ”ରେ ଟାପ୍ କିମ୍ବା କ୍ଲିକ୍ କରନ୍ତୁ।
ଷ୍ଟେପ୍ 4: ଆପଣଙ୍କ ପିଲା କେଉଁ ସମୟରେ ନିଜ ଡିଭାଇସ୍ ବ୍ୟବହାର କରିପାରିବେ ତାହା ବାଛନ୍ତୁ
ସପ୍ତାହିକ ଦିନ ଓ ସପ୍ତାହାନ୍ତ ପାଇଁ ଭିନ୍ନ ଶେଡ୍ୟୂଲ୍ ସହିତ, ଆପଣଙ୍କ ପିଲା କେତେ ଘଣ୍ଟା ଆପ୍ ଓ ୱେବ୍ସାଇଟ୍ ବ୍ୟବହାର କରିପାରିବେ ସେଟ୍ କରନ୍ତୁ। ଏହି ସମୟ ବାହାରେ, ଅଧିକାଂଶ ଆପ୍ ଏବଂ ନୋଟିଫିକେଶନ୍ ପଜ୍ ହୋଇଥାଏ—ଏହି ଫୀଚର୍କୁ ପୂର୍ବରୁ ଡାଉନ୍ଟାଇମ୍ କୁହାଯାଉଥିଲା—ବର୍ତ୍ତମାନ ଆପଣଙ୍କ ପିଲାଙ୍କ ଦୈନିକ ଶେଡ୍ୟୂଲ୍ରେ ଅନ୍ତର୍ଭୁକ୍ତ କରାଯାଇଛି। ପ୍ରତ୍ୟେକଟି ପାଇଁ “ଏଠାରୁ ଉପଲବ୍ଧ” ଏବଂ “ଏପର୍ଯ୍ଯନ୍ତ ଉପଲବ୍ଧ” ସମୟ ବାଛନ୍ତୁ।
ଆପଣ ସମ୍ପୂର୍ଣ୍ଣ କରିବା ପରେ, “ଜାରି ରଖନ୍ତୁ”ରେ ଟାପ୍ କିମ୍ବା କ୍ଲିକ୍ କରନ୍ତୁ।
ଷ୍ଟେପ୍ 5: ଆପଣଙ୍କ ପିଲାଙ୍କୁ ଫୋକସ୍ କରିବାରେ ସହାୟତା କରିବା ପାଇଁ ସ୍କୂଲ୍ ସମୟ ସେଟ୍ ଅପ୍ କରନ୍ତୁ
ଆପଣଙ୍କ ପିଲାଙ୍କୁ ସ୍କୂଲ୍ରେ ଧ୍ୟାନ କେନ୍ଦ୍ରିତ କରିବାରେ ସହାୟତା କରିବା ପାଇଁ ଆପଣ ସ୍କୁଲ୍ ସମୟରେ ମନୋରଞ୍ଜନ, ଗେମ୍ ଓ ସୋଶିଅଲ୍ ମୀଡିଆ ଭଳି ଆପ୍ ବର୍ଗକୁ ପଜ୍ କରିପାରିବେ। ଅନ୍ୟ ଆପ୍ ଓ ୱେବ୍ସାଇଟ୍ ସମ୍ପୂର୍ଣ୍ଣ ଭାବରେ ଆକ୍ସେସ୍ଯୋଗ୍ୟ।
“ସ୍କୂଲ୍ ସମୟରେ ପଜ୍ କରନ୍ତୁ" ଚାଲୁ କରନ୍ତୁ, ତା’ପରେ ସ୍କୂଲ୍ ଦିନ ପାଇଁ ଆରମ୍ଭ ସମୟ ଏବଂ ଶେଷ ସମୟ ସେଟ୍ କରନ୍ତୁ।
ଆପଣ ସମ୍ପୂର୍ଣ୍ଣ କରିବା ପରେ, “ଜାରି ରଖନ୍ତୁ”ରେ ଟାପ୍ କିମ୍ବା କ୍ଲିକ୍ କରନ୍ତୁ।
ଷ୍ଟେପ୍ 6: ସମୟ ଅନୁମତି ସେଟ୍ କରନ୍ତୁ
ସମୟ ଅନୁମତି, ଯାହାକୁ ପୂର୍ବରୁ ଆପ୍ ସୀମା କୁହାଯାଉଥିଲା, ବର୍ତ୍ତମାନ ପରିବାର ଅଧିକାଂଶ ପରିଚାଳନା କରିବାକୁ ଚାହୁଁଥିବା ଆପ୍ ବର୍ଗଗୁଡ଼ିକରେ ପ୍ରୟୋଗ କରାଯାଉଛି: ମନୋରଞ୍ଜନ, ଗେମ୍ ଓ ସୋଶିଅଲ୍ ମୀଡିଆ। ଆପଣ ସମସ୍ତ ତିନୋଟି ପାଇଁ ମୋଟ ସମୟ ସେଟ୍ କରିପାରିବେ, ତା’ପରେ ଯେକୌଣସି ଗୋଟିଏ ବର୍ଗ ପାଇଁ ସମୟ ଆଡ୍ଜଷ୍ଟ୍ କରିପାରିବେ।
ଆପଣ ଏକ ସୀମା ସେଟ୍ କରିବା ସମୟରେ, ଆପଣ ନିଜ ପିଲାଙ୍କ ବୟସ ଉପରେ ଆଧାରିତ ମାର୍ଗଦର୍ଶନ ଦେଖିପାରିବେ, ଯାହା କ୍ଲିନିକଲ୍ ଏବଂ ଶିଶୁ ବିକାଶ ବିଶେଷଜ୍ଞଙ୍କ ଗବେଷଣା ଦ୍ବାରା ସୂଚିତ। ସ୍ଲାଇଡର୍କୁ ଡ୍ରାଗ୍ କରି ସମୟ ଆଡ୍ଜଷ୍ଟ୍ କରନ୍ତୁ ଏବଂ ଏହା ପ୍ରସ୍ତାବିତ ରେଞ୍ଜ୍ ମଧ୍ଯରେ ଅଛି କି ନାହିଁ ଦେଖନ୍ତୁ।
ଆପଣ ନିଜ ପରିବାର ପାଇଁ ଯାହା ଉପଯୁକ୍ତ—ସେହି ଅନୁଯାୟୀ ବର୍ଗ ମଧ୍ୟ ଯୋଡ଼ିପାରିବେ କିମ୍ବା ଏକ ବର୍ଗରେ କେଉଁ ଆପ୍ ରହିବ ତାହା ପରିବର୍ତ୍ତନ କରିପାରିବେ।
ଆପଣ ସମ୍ପୂର୍ଣ୍ଣ କରିବା ପରେ, “ଜାରି ରଖନ୍ତୁ”ରେ ଟାପ୍ କିମ୍ବା କ୍ଲିକ୍ କରନ୍ତୁ।
ଷ୍ଟେପ୍ 7: ଏକ ପାସ୍କୋଡ୍ ତିଆରି କରନ୍ତୁ
ଏକ ଚାରି-ଅଙ୍କ ବିଶିଷ୍ଟ ପାସ୍କୋଡ୍ ତିଆରି କରନ୍ତୁ ଯାହା ଆପଣଙ୍କ ପିଲା ଅନୁମାନ କରିପାରିବେ ନାହିଁ। ଆପଣ ପ୍ୟାରେଣ୍ଟଲ୍ କଣ୍ଟ୍ରୋଲ୍ କିମ୍ବା ଶିଶୁ ନିରାପତ୍ତା ଫୀଚର୍ ପରିବର୍ତ୍ତନ କରୁଥିବା ଯେକୌଣସି ସମୟରେ ଆପଣଙ୍କୁ ଏହି ପାସ୍କୋଡ୍ ଲେଖିବା ଆବଶ୍ୟକ ହେବ।
ଆପଣ ସମ୍ପୂର୍ଣ୍ଣ କରିବା ପରେ, “ଜାରି ରଖନ୍ତୁ”ରେ ଟାପ୍ କିମ୍ବା କ୍ଲିକ୍ କରନ୍ତୁ।
ଏହା ପରେ କ’ଣ?
ଆପଣ ବର୍ତ୍ତମାନ ଚୟନ କରିଥିବା ପ୍ୟାରେଣ୍ଟଲ୍ କଣ୍ଟ୍ରୋଲ୍ ବିଷୟରେ ଅତିରିକ୍ତ ସୂଚନା ପ୍ରାପ୍ତ କରିବା ପାଇଁ, ”ଆପଣଙ୍କ ପିଲାଙ୍କ ଡିଭାଇସ୍ରେ ପ୍ୟାରେଣ୍ଟଲ୍ କଣ୍ଟ୍ରୋଲ୍ ସହିତ ଆରମ୍ଭ କରନ୍ତୁ” ଦେଖନ୍ତୁ।
ଯଦି ଆପଣ ଏବଂ ଆପଣଙ୍କ ପରିବାର ପ୍ରଥମ ଥର ପାଇଁ ଫ୍ୟାମିଲି ଶେୟରିଂ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପରିବାର ଗ୍ରୂପ୍ ସାହାଯ୍ୟରେ କ’ଣ ସବୁ କରିପାରିବେ, ଯେପରିକି କ୍ରୟ, ସବ୍ସ୍କ୍ରିପ୍ସନ୍ ଶେୟରିଂ, ଲୋକ ଏବଂ ହଜିଥିବା ଡିଭାଇସ୍ର ଲୋକେଶନ୍ ଖୋଜିବାରେ ସହାୟତା କରିବା ଇତ୍ୟାଦି ବିଷୟରେ ଅଧିକ ସୂଚନା ପ୍ରାପ୍ତ କରନ୍ତୁ। ଫ୍ୟାମିଲି ଶେୟରିଂ ସହିତ ଆରମ୍ଭ କରନ୍ତୁ ଦେଖନ୍ତୁ।