Apple Watch ରେ ଆପଣଙ୍କ ପିଲାଙ୍କ ସ୍ବାସ୍ଥ୍ୟ ରିପୋର୍ଟ୍ ଏବଂ ସୂଚନା ଦେଖନ୍ତୁ
ଆପଣଙ୍କ ପିଲାଙ୍କ ଅନୁମତିରେ, ଆପଣ ତାଙ୍କ ଆକ୍ଟିଭିଟି ଏବଂ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନାର ରିପୋର୍ଟ୍ ଦେଖିପାରିବେ।
ନୋଟ୍: ଆପଣଙ୍କ ପିଲାଙ୍କ ପାଇଁ Apple Watch ସମସ୍ତ ଦେଶ କିମ୍ବା ଅଞ୍ଚଳରେ ଉପଲବ୍ଧ ନାହିଁ। ସମର୍ଥିତ ନେଟ୍ୱର୍କ୍ ପ୍ରଦାନକାରୀ ସମେତ ଉପଲବ୍ଧତା ବିଷୟରେ ସୂଚନା ପାଇଁ ”Apple Watch GPS + Cellular” ଦେଖନ୍ତୁ।
ଆପଣଙ୍କ ପିଲାଙ୍କ ସ୍ବାସ୍ଥ୍ୟ ବିବରଣୀ ଏବଂ ମେଡିକଲ୍ ID ତାଙ୍କ Apple Watch ରେ ଯୋଡ଼ନ୍ତୁ
ଆପଣଙ୍କ ପିଲାଙ୍କ ୱାଚ୍ ପରିଚାଳନା କରିବା ପାଇଁ ବ୍ୟବହୃତ iPhone ର Apple Watch ଆପ୍
କୁ ଯାଆନ୍ତୁ।
ମୋ Watch ରେ ଟାପ୍ କରନ୍ତୁ, ତା’ପରେ ପରିବାର Watch ତଳେ ଥିବା ଏକ ୱାଚ୍ରେ ଟାପ୍ କରନ୍ତୁ।
ରେ ଟାପ୍ କରନ୍ତୁ, ସ୍ବାସ୍ଥ୍ୟ ଆପ୍ରେ ଟାପ୍ କରନ୍ତୁ, ତା’ପରେ [ପରିବାର ସଦସ୍ୟଙ୍କ ନାମ] “ସ୍ବାସ୍ଥ୍ୟ ଡେଟା ଅନୁରୋଧ କରନ୍ତୁ”ରେ ଟାପ୍ କରନ୍ତୁ।
“ସ୍ବାସ୍ଥ୍ୟ ଡେଟା ଅନୁରୋଧ କରନ୍ତୁ”ରେ ଟାପ୍ କରନ୍ତୁ ଏବଂ ପରିଚାଳିତ ୱାଚ୍କୁ ଏକ ନୋଟିଫିକେଶନ୍ ପଠାଯିବ। ଆପଣଙ୍କ ପରିବାର ସଦସ୍ୟ ନିଜ ସ୍ବାସ୍ଥ୍ୟ ଡେଟା ଶେୟର୍ କରିବାକୁ ବାଛିବା ପରେ, ନିମ୍ନୋକ୍ତ କାର୍ଯ୍ୟ କରନ୍ତୁ:
ଜନ୍ମ ତାରିଖ, ଉଚ୍ଚତା ଏବଂ ଓଜନ ଭଳି ସୂଚନା ଲେଖିବା କିମ୍ବା ଏଡିଟ୍ କରିବା ପାଇଁ ସ୍ବାସ୍ଥ୍ୟ ବିବରଣୀରେ ଟାପ୍ କରନ୍ତୁ।
ଜରୁରୀକାଳୀନ କଣ୍ଟାକ୍ଟ୍ ଇତ୍ୟାଦି ଯୋଡ଼ିବା ପାଇଁ “ମେଡିକଲ୍ ID ସେଟ୍ ଅପ୍ କରନ୍ତୁ”ରେ ଟାପ୍ କରନ୍ତୁ।
ଯଦି ଆପଣଙ୍କ ପରିବାର ସଦସ୍ୟ ତାଙ୍କ ସ୍ବାସ୍ଥ୍ୟ ଆପ୍ରୁ ଏହି ସୂଚନା ଆପଣଙ୍କ ସହିତ ଶେୟର୍ କରିବାକୁ ବାଛିଛନ୍ତି, ତେବେ ଆପଣ ତାଙ୍କ Apple Watch ପରିଚାଳନା କରିବା ପାଇଁ ବ୍ୟବହୃତ iPhone ଓ ୱାଚ୍ରେ ସ୍ବାସ୍ଥ୍ୟ ବିବରଣୀ ଏବଂ ମେଡିକଲ୍ ID ଦେଖିପାରିବେ।
ଆପଣଙ୍କ iPhone ରେ: ସ୍ବାସ୍ଥ୍ୟ ଆପ୍କୁ ଯାଆନ୍ତୁ, “ଶେୟର୍ କରାଯାଉଛି”ରେ ଟାପ୍ କରନ୍ତୁ, “ଆପଣଙ୍କ ପରିବାର ସଦସ୍ୟଙ୍କ ନାମ”ରେ ଟାପ୍ କରନ୍ତୁ, ତା’ପରେ “ପ୍ରୋଫାଇଲ୍”ରେ ଟାପ୍ କରନ୍ତୁ।
ପରିଚାଳିତ Apple Watch ରେ: Apple Watch ରେ ସେଟିଂସ୍ ଆପ୍
କୁ ଯାଆନ୍ତୁ, ତା’ପରେ ସ୍ବାସ୍ଥ୍ୟ ଆପ୍ରେ ଟାପ୍ କରନ୍ତୁ।
ଆପଣଙ୍କ ପିଲାଙ୍କ Apple Watch ରୁ ସେମାନଙ୍କ ସ୍ବାସ୍ଥ୍ୟ ସୂଚନା ଦେଖନ୍ତୁ
ଯଦି ଆପଣଙ୍କ ପରିବାର ସଦସ୍ୟ ତାଙ୍କ ସ୍ବାସ୍ଥ୍ୟ ଡେଟା ଶେୟର୍ କରିବାକୁ ବାଛିଛନ୍ତି, ତେବେ ଆପଣ ତାଙ୍କ ଆକ୍ଟିଭିଟି ବିଷୟରେ ଅତିରିକ୍ତ ସୂଚନା ଏହା ସହିତ ଶ୍ରବଣ ଶକ୍ତି, ଦିନ ଆଲୋକରେ ବିତାଇଥିବା ସମୟ, ହୃତ୍ସ୍ପନ୍ଦନ ହାର ଇତ୍ୟାଦି ବିଷୟରେ ସୂଚନା ଦେଖିପାରିବେ।
ଆପଣଙ୍କ iPhone ରେ ଥିବା ସ୍ବାସ୍ଥ୍ୟ ଆପ୍କୁ ଯାଆନ୍ତୁ।
“ଶେୟର୍ କରାଯାଉଛି”ରେ ଟାପ୍ କରନ୍ତୁ, ତା’ପରେ “ଆପଣଙ୍କ ସହିତ ଶେୟର୍ କରାଯାଉଛି” ତଳେ ଆପଣଙ୍କ ପରିବାର ସଦସ୍ୟଙ୍କ ନାମରେ ଟାପ୍ କରନ୍ତୁ।
“ସ୍ବାସ୍ଥ୍ୟ ବର୍ଗ”ରେ ଟାପ୍ କରନ୍ତୁ, ତା’ପରେ ଏକ ବର୍ଗରେ ଟାପ୍ କରନ୍ତୁ।
ଏହା ପରେ କ’ଣ?
ଆପଣ ସ୍କୂଲ୍ଟାଇମ୍ ସେଟ୍ ଅପ୍ କରିବା ସମୟରେ ଆପଣଙ୍କ ପିଲାଙ୍କ Apple Watch ରେ ନୋଟିଫିକେଶନ୍ ବ୍ଲକ୍ କରି ଏବଂ ସମସ୍ତ ଆପ୍କୁ ବନ୍ଦ କରି ନିଜ ପିଲାଙ୍କୁ ସ୍କୂଲ୍ରେ ଧ୍ୟାନ କେନ୍ଦ୍ରିତ କରିବାରେ ସହାୟତା କରିପାରିବେ। ”ଆପଣଙ୍କ ପିଲାଙ୍କ Apple Watch ରେ ସ୍କୁଲ୍ଟାଇମ୍ର ବ୍ୟବାହର ଆରମ୍ଭ କରନ୍ତୁ” ଦେଖନ୍ତୁ।