Siri କୁ ପଚାରନ୍ତୁ

ଧ‍୍ୟାନ ଦିଅନ୍ତୁ: Siri ବ୍ଯବହାର କରିବା ପାଇଁ ଆପଣ ଇଣ୍ଟର୍‌ନେଟ୍ ସହିତ ସଂଯୁକ୍ତ ହୋଇଥିବା ଆବଶ୍ଯକ।

ଆପଣ Siri କୁ କିଛି କରିବାକୁ କହିବା ପୂର୍ବରୁ, ଆପଣ ଏହାକୁ ସକ୍ରିୟ କରିବା ଆବଶ୍ଯକ। ଆପଣଙ୍କ iPhone ରେ, ନିମ୍ନଲିଖିତ ମଧ୍ଯରୁ ଯେକୌଣସି ଗୋଟିଏ କରନ୍ତୁ:

  • ଆପଣଙ୍କ ଭଏସ୍ ସହିତ: “Siri” କିମ୍ବା “Hey Siri.” କୁହନ୍ତୁ

  • Face ID ଥିବା iPhone ରେ: ସାଇଡ୍ ବଟନ୍‌କୁ ଦବାଇ ହୋଲ୍ଡ୍ କରନ୍ତୁ।

  • ହୋମ୍ ବଟନ୍ ଥିବା iPhone ରେ: ହୋମ୍ ବଟନ୍‌କୁ ଦବାଇ ହୋଲ୍ଡ୍ କରନ୍ତୁ।

  • EarPods ସହିତ: ସେଣ୍ଟର୍‌ କିମ୍ବା କଲ୍ ବଟନ୍‌କୁ ଦବାଇ ହୋଲ୍ଡ୍ କରନ୍ତୁ।

  • CarPlay ସହିତ: ଷ୍ଟିଅରିଂ ହ୍ବୀଲ୍‌ରେ ଭଏସ୍ କମାଣ୍ଡ୍ ବଟନ୍‌କୁ ଦବାନ୍ତୁ କିମ୍ବା CarPlay ହୋମ୍ ସ୍କ୍ରୀନ୍‌ରେ ହୋମ୍ ବଟନ୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ।

  • Siri Eyes Free ସହିତ: ଆପଣଙ୍କ ଷ୍ଟିଅରିଂ ହ୍ବୀଲ୍‌ରେ ଭଏସ୍ କମାଣ୍ଡ୍ ବଟନ୍ ଦବାଇ ଧରନ୍ତୁ।