Siri କୁ ପଚାରନ୍ତୁ
ନୋଟ୍: Siri ବ୍ୟବହାର କରିବା ପାଇଁ ଆପଣ ଇଣ୍ଟର୍ନେଟ୍ ସହିତ ସଂଯୁକ୍ତ ହୋଇଥିବା ଆବଶ୍ୟକ।
ଆପଣ Siri କୁ କିଛି କରିବାକୁ କହିବା ପୂର୍ବରୁ, ଆପଣ ଏହାକୁ ସକ୍ରିୟ କରିବା ଆବଶ୍ଯକ।
ନିମ୍ନଲିଖିତ ମଧ୍ୟରୁ ଯେକୌଣସିଟି କରି Siri କୁ ସକ୍ରିୟ କରନ୍ତୁ:
ଆପଣଙ୍କ ଭଏସ୍ ବ୍ଯବହାର କରନ୍ତୁ: “Siri” କିମ୍ବା “Hey Siri” କୁହନ୍ତୁ (ଯଦି ଏହି ବିକଳ୍ପ Siri ସେଟିଂସ୍ରେ ଚାଲୁ ଅଛି)। ଆପଣଙ୍କ ଡିଭାଇସ୍ ଓ ଭାଷା ପାଇଁ “Hey Siri” କିମ୍ବା “Siri” ଉପଲବ୍ଧ ଅଛି କି ନାହିଁ ଯାଞ୍ଚ କରିବାକୁ, iOS ଓ iPadOS ଫୀଚର୍ ଉପଲବ୍ଧତା ୱେବ୍ସାଇଟ୍ ଦେଖନ୍ତୁ।
iPhone ରେ ବଟନ୍ଗୁଡ଼ିକ ବ୍ୟବହାର କରନ୍ତୁ: ପାର୍ଶ୍ବ ବଟନ୍ ଦବାଇ ହୋଲ୍ଡ୍ କରନ୍ତୁ (Face ID କିମ୍ବା iPhone Duo ଥିବା iPhone ରେ) କିମ୍ବା ହୋମ୍ ବଟନ୍ ଦବାଇ ହୋଲ୍ଡ୍ କରନ୍ତୁ (iPhone SE ରେ)।
ଆପଣ ଏକ ବଟନ୍ ସାହାଯ୍ଯରେ Siri ସକ୍ରିୟ କରିବା ସମୟରେ iPhone ସାଇଲେଣ୍ଟ୍ ମୋଡ୍ ରେ ଥିବାବେଳେ Siri ନୀରବରେ ଉତ୍ତର ଦିଏ। ସାଇଲେଣ୍ଟ୍ ମୋଡ୍ ଅଫ୍ ଥିବା ସମୟରେ Siri ଉଚ୍ଚ ସ୍ବରରେ ଉତ୍ତର ଦିଏ। ଆପଣ ନିଜ ଭଏସ୍ ସହିତ Siri କୁ ସକ୍ରିୟ କଲେ, Siri ଉତ୍ତର ଦିଏ। ଏହି ବ୍ୟବହାରକୁ ପରିବର୍ତ୍ତନ କରିବା ପାଇଁ, Siri କିପରି ପ୍ରତିକ୍ରିୟା ଦେବ ତାହା ପରିବର୍ତ୍ତନ କରନ୍ତୁ ଦେଖନ୍ତୁ।
ଆପଣଙ୍କ iPhone ସହିତ ସଂଯୁକ୍ତ ହେଡ୍ଫୋନ୍ ବ୍ଯବହାର କରନ୍ତୁ: ଆପଣଙ୍କ EarPods ରେ ଥିବା ସେଣ୍ଟର୍ କିମ୍ବା କଲ୍ ବଟନ୍କୁ ଦବାଇ ହୋଲ୍ଡ୍ କରନ୍ତୁ। AirPods ପାଇଁ, AirPods ୟୂଜର୍ ଗାଇଡ୍ରେ Siri ସେଟ୍ ଅପ୍ କରନ୍ତୁ ଦେଖନ୍ତୁ।
ଆପଣଙ୍କ କାର୍ରେ ଥିବା ବଟନ୍ଗୁଡ଼ିକ ବ୍ୟବହାର କରନ୍ତୁ: ଯଦି ଆପଣଙ୍କ କାର୍ରେ CarPlay ଅଛି, ତେବେ ଷ୍ଟିଅରିଂ ହ୍ବୀଲ୍ରେ ଥିବା ଭଏସ୍ କମାଣ୍ଡ୍ ବଟନ୍କୁ ଦବାଇ ହୋଲ୍ଡ୍ କରନ୍ତୁ କିମ୍ବା CarPlay ହୋମ୍ ସ୍କ୍ରୀନ୍ରେ ଥିବା ହୋମ୍ ବଟନ୍କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ। Siri Eyes Free ସହିତ, ଆପଣଙ୍କ ଷ୍ଟିଅରିଂ ହ୍ବୀଲ୍ରେ ଥିବା ଭଏସ୍ କମାଣ୍ଡ୍ ବଟନ୍ ଦବାଇ ହୋଲ୍ଡ୍ କରନ୍ତୁ।