ଆପଣଙ୍କ Mac ରେ Wi-Fi ଚାଲୁ କରନ୍ତୁ

ଆପଣଙ୍କ Mac ରେ, ମେନ୍ଯୁ ବାର୍‌ରେ Wi-Fi ଷ୍ଟାଟସ୍ ମେନ୍ଯୁ ରେ କ୍ଲିକ୍ କରନ୍ତୁ, ତା’ପରେ Wi-Fi ଚାଲୁ କିମ୍ବା ବନ୍ଦ କରନ୍ତୁ।

ଏକ Wi-Fi ନେଟ୍‌ଓ୍ବର୍କ୍ ସହିତ ସଂଯୋଗ କରିବାକୁ, Wi-Fi ଷ୍ଟାଟସ୍ ମେନ୍ଯୁ ରେ କ୍ଲିକ୍ କରନ୍ତୁ, ତା’ପରେ ନେଟ୍‌ଓ୍ବର୍କ୍ ବାଛନ୍ତୁ କିମ୍ବା ଅନ୍ଯ ନେଟ୍‌ଓ୍ବର୍କ୍ ବାଛନ୍ତୁ, ତା’ପରେ ଏକ ନେଟ୍‌ଓ୍ବର୍କ୍ ବାଛନ୍ତୁ। (ଯଦି ନେଟ୍‌ଓ୍ବର୍କ୍ ଲୁକ୍କାୟିତ ଅଛି, ଅନ୍ଯ ନେଟ୍‌ଓ୍ବର୍କ୍‌ର ଲିଷ୍ଟ୍‌ର ତଳଭାଗକୁ ସ୍କ୍ରୋଲ୍ କରନ୍ତୁ, “ଅନ୍ଯ”କୁ ବାଛନ୍ତୁ, ନେଟ୍‌ଓ୍ବର୍କ୍ ନାମ ଏବଂ ପାସ୍‌ଓ୍ବର୍ଡ୍ ଲେଖନ୍ତୁ, ତା’ପରେ “ଯୋଗ ଦିଅନ୍ତୁ”ରେ କ୍ଲିକ୍ କରନ୍ତୁ।)