ଫୋନ୍ ଆପ୍ ଲେଆଉଟ୍ ପରିବର୍ତ୍ତନ କରନ୍ତୁ

ଆପଣ ୟୁନିଫାଏଡ୍‌ ଲେଆଉଟ୍ ବ‍୍ୟବହାର କରିବାକୁ ବାଛିପାରିବେ ଯାହା ଆପଣଙ୍କୁ ଗୋଟିଏ ଟାବ୍‌ରେ ଫେଭରିଟ୍, ସାମ୍ପ୍ରତିକ ଏବଂ ଭଏସ୍‌ମେଲ୍‌କୁ ସଂଯୁକ୍ତ କରିଥାଏ କିମ୍ବା ସେଗୁଡ଼ିକୁ ଅଲଗା ଟାବ୍‌ରେ କ୍ରମବଦ୍ଧ କରିବାକୁ କ୍ଲାସିକ୍ ଲେଆଉଟ୍ ବାଛିପାରିବେ।

  1. ଆପଣଙ୍କ iPhoneରେ ଫୋନ୍ ଆପ୍ କୁ ଯାଆନ୍ତୁ।

  2. ଆପଣଙ୍କ ସ୍କ୍ରୀନ୍‌ର ନିମ୍ନରେ ଥିବା କଲ୍ (ୟୁନିଫାଏଡ୍ ଲେଆଉଟ୍‌ରେ) କିମ୍ବା ସାମ୍ପ୍ରତିକ (କ୍ଲାସିକ୍ ଲେଆଉଟ୍‌ରେ) ଟାପ୍ କରନ୍ତୁ।

  3. ଫିଲ୍ଟର୍ ବଟନ୍‌ ରେ ଟାପ୍‌ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ‍୍ୟରୁ ଗୋଟିଏ ବାଛନ୍ତୁ:

    • ୟୁନିଫାଏଡ୍: ଆପଣଙ୍କ ଫେଭରିଟ୍ କଣ୍ଟାକ୍ଟ୍, ସାମ୍ପ୍ରତିକ କଲ୍ ଏବଂ ଭଏସ୍‌ମେଲ୍‌ ସ୍କ୍ରୀନ୍ ତଳେ ଥିବା କଲ୍ ଟାବ୍‌ରେ ଏକତ୍ରିତ ଏବଂ ଡିସ୍‌ପ୍ଲେ ହୁଏ।

    • କ୍ଲାସିକ୍: ଆପଣଙ୍କ ଫେଭରିଟ୍ କଣ୍ଟାକ୍ଟ୍, ସାମ୍ପ୍ରତିକ କଲ୍ ଏବଂ ଭଏସ୍‌ମେଲ୍‌ ସ୍କ୍ରୀନ୍‌ର ନିମ୍ନରେ ଅଲଗା ଟ‍୍ୟାବ୍‌ରେ କ୍ରମବଦ୍ଧ କରାଯାଏ।