Siri କୁ ପଚାରନ୍ତୁ

ନୋଟ୍: Siri ବ୍ଯବହାର କରିବା ପାଇଁ ଆପଣ ଇଣ୍ଟର୍‌ନେଟ୍ ସହିତ ସଂଯୁକ୍ତ ହୋଇଥିବା ଆବଶ‍୍ୟକ।

ଆପଣ Siri କୁ କିଛି କରିବାକୁ କହିବା ପୂର୍ବରୁ, ଆପଣ ଏହାକୁ ସକ୍ରିୟ କରିବା ଆବଶ‍୍ୟକ।

ନିମ୍ନଲିଖିତ ମଧ‍୍ୟରୁ ଗୋଟିଏ କରି Siri କୁ ସକ୍ରିୟ କରନ୍ତୁ:

  • ଆପଣଙ୍କ ଭଏସ୍ ସହିତ: “Siri” କିମ୍ବା “Hey Siri” କୁହନ୍ତୁ (ଯଦି ଏହି ବିକଳ୍ପ ଉପଲବ୍ଧ ଥାଏ ଏବଂ Siri ସେଟିଂସ୍‌ରେ ଚାଲୁ ଥାଏ)। ଆପଣଙ୍କ ଡିଭାଇସ୍ ଓ ଭାଷା ପାଇଁ “Hey Siri” କିମ୍ବା “Siri” ଉପଲବ୍ଧ ଅଛି କି ନାହିଁ ଯାଞ୍ଚ କରିବାକୁ, iOS ଓ iPadOS ଫୀଚର୍ ଉପଲବ୍ଧତା ୱେବ୍‌ସାଇଟ୍ ଦେଖନ୍ତୁ।

  • iPad ରେ ବଟନ୍‌ଗୁଡ଼ିକ ବ‍୍ୟବହାର କରନ୍ତୁ: Touch ID ଥିବା iPad ରେ ଶୀର୍ଷ ବଟନ୍ ଦବାଇ ହୋଲ୍ଡ୍ କରନ୍ତୁ କିମ୍ବା ହୋମ୍ ବଟନ୍ ଥିବା iPad ରେ ହୋମ୍ ବଟନ୍ ଦବାଇ ହୋଲ୍ଡ୍ କରନ୍ତୁ।

  • ଆପଣଙ୍କ iPad ସହିତ ସଂଯୁକ୍ତ ହେଡ୍‌ଫୋନ୍ ବ୍ଯବହାର କରନ୍ତୁ: ଆପଣଙ୍କ EarPods ରେ ଥିବା ସେଣ୍ଟର୍ କିମ୍ବା କଲ୍ ବଟନ୍‌କୁ ଦବାଇ ହୋଲ୍ଡ୍ କରନ୍ତୁ। AirPods ପାଇଁ, AirPods ୟୂଜର୍ ଗାଇଡ୍‌ରେ Siri ସେଟ୍ ଅପ୍ କରନ୍ତୁ ଦେଖନ୍ତୁ।