iPad ରେ ଭଏସ୍ ମେମୋ ସହାୟତାରେ ଆରମ୍ଭ କରନ୍ତୁ

iPad ରେ ଥିବା ଭଏସ୍ ମେମୋ ଆପ୍ ରେ ଆପଣ ସହଜରେ ବକ୍ତୃତା, ଗୀତର ଆଇଡିଆ, ମିଟିଂ ଏବଂ ଆହୁରି ଅନେକ କିଛି ରେକର୍ଡ୍ କରିପାରିବେ।

ଭଏସ୍ ମେମୋରେ କରାଯାଇଥିବା ଏକ ରେକର୍ଡିଂ। ଶୀର୍ଷରେ ଏକ ଚୟନିତ ରେକର୍ଡିଂ ସହିତ ରେକର୍ଡିଂର ଲିଷ୍ଟ୍ ବାମ ପାର୍ଶ୍ୱରେ ଅଛି। ଡାହାଣ ପଟେ, ୱେଭ୍‌ଫର୍ମ୍‌ରେ ଏକ ପ୍ଲେ’ହେଡ୍ ଅଛି, ଯାହାକୁ ଆପଣ ରେକର୍ଡିଂରେ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଯିବାକୁ ଡ୍ରାଗ୍ କରିପାରିବେ। ୱେଭ୍‌ଫର୍ମ୍‌ ଉପରେ ଶେୟର୍, ଫେଭରିଟ୍, ମୂଭ୍‌, ଡିଲିଟ୍, ପ୍ଲେବ୍ଯାକ୍ ବିକଳ୍ପ, ଟ୍ରାନ୍‌ସ୍କ୍ରିପ୍ସନ୍‌ ଏବଂ ଏଡିଟ୍‌ ବଟନ୍ ରହିଛି। ଟ୍ରାନ୍ସକ୍ରିପ୍ଟ୍‌ ତଳେ ପ୍ଲେବ୍ଯାକ୍‌ କଣ୍ଟ୍ରୋଲ୍‌ଗୁଡ଼ିକ ଅଛି।

ଗୋଟିଏ ଟାପ୍‌ରେ ରେକର୍ଡ୍ କରନ୍ତୁ

ରେକର୍ଡିଂ ଆରମ୍ଭ କରିବାକୁ, କେବଳ “ରେକର୍ଡ୍ କରନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ।

ଆପଣଙ୍କ iPhone, iPad, Mac ଏବଂ Apple Vision Pro ରେ ଆପଣଙ୍କ ଅଡିଓ ରେକର୍ଡିଂ ସ୍ୱୟଂଚାଳିତ ଭାବରେ ଦେଖାଯିବ ଯେଉଁଠାରେ ଆପଣ ସମାନ Apple ଆକାଉଣ୍ଟ୍‌ରେ ସାଇନ୍ ଇନ୍ କରିଛନ୍ତି ଏବଂ iCloud ସେଟିଂସ୍‌ରେ ଭଏସ୍ ମେମୋ ଚାଲୁ କରାଯାଇଛି।

ସ୍କ୍ରୀନ୍‌ର ସର୍ବାତଳେ ଅଡିଓ ୱେଭ୍‌ଫର୍ମ୍‌ର ଏକ ଅଂଶକୁ ଏନ୍‌କ୍ଲୋଜ୍‌ କରୁଥିବା ହଳଦିଆ ଟ୍ରୀମ୍‌ ହ୍ୟାଣ୍ଡଲ୍ ସହିତ ଏଡିଟ୍ କରାଯାଉଥିବା ଏକ ରେକର୍ଡିଂ। “ପ୍ଲେ ବ୍ଯାକ୍‌ କଣ୍ଟ୍ରୋଲ୍‌”ର ବାମ ପାର୍ଶ୍ୱରେ “ଟ୍ରିମ୍ କରନ୍ତୁ” ବଟନ୍ (ହ୍ୟାଣ୍ଡେଲ୍‌ ବାହାରେ ରେକର୍ଡିଂର ଅଂଶ ଡିଲିଟ୍‌ କରିବା ପାଇଁ) ଏବଂ “ଡିଲିଟ୍ କରନ୍ତୁ” ବଟନ୍ (ହ୍ୟାଣ୍ଡେଲ୍ ବାହାରେ ରେକର୍ଡିଂର ଅଂଶ ଡିଲିଟ୍‌ କରିବା ପାଇଁ) ଅଛି।

ଆପଣଙ୍କ ରେକର୍ଡିଂକୁ ଫାଇନ-ଟ୍ଯୂନ୍ କରନ୍ତୁ

ଆପଣ ନିଜ iPad, iPhone, Mac, Apple Watch ରେ କିମ୍ବା Apple Vision Pro ରେ ଏକ ରେକର୍ଡିଂ କ‍୍ୟାପ୍‌ଚର୍ କରନ୍ତୁ ନା କାହିଁକି, ଆପଣଙ୍କ iPad ରେ ଆପଣ ଏହାକୁ ସହଜରେ ଏଡିଟ୍ କରିପାରିବେ। ରେକର୍ଡିଂ ଲିଷ୍ଟ୍‌ରେ ରେକର୍ଡିଂ ଚୟନ କରନ୍ତୁ, “ଏଡିଟ୍ କରନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ, ତା’ପରେ ଏଡିଟ୍ କରିବା ଆରମ୍ଭ କରିବା ପାଇଁ ଶୀର୍ଷ ଡାହାଣ ପାର୍ଶ୍ୱରେ ଥିବା ଟ୍ରିମ୍ ବଟନ୍‌ ରେ ଟାପ୍ କରନ୍ତୁ।

ଭଏସ୍ ମେମୋରେ କରାଯାଇଥିବା ଏକ ରେକର୍ଡିଂ। ଶୀର୍ଷରେ ଏକ ଚୟନିତ ରେକର୍ଡିଂ ସହିତ ରେକର୍ଡିଂର ଲିଷ୍ଟ୍ ବାମ ପାର୍ଶ୍ୱରେ ଅଛି। ଡାହାଣ ପଟେ, ୱେଭ୍‌ଫର୍ମ୍‌ରେ ଏକ ପ୍ଲେ’ହେଡ୍ ଅଛି, ଯାହାକୁ ଆପଣ ରେକର୍ଡିଂରେ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଯିବାକୁ ଡ୍ରାଗ୍ କରିପାରିବେ। ୱେଭ୍‌ଫର୍ମ୍‌ ଉପରେ ଶେୟର୍, ଫେଭରିଟ୍, ମୂଭ୍‌ କରନ୍ତୁ, ଡିଲିଟ୍ କରନ୍ତୁ, ପ୍ଲେବ୍ଯାକ୍ ସେଟିଂସ୍, ଟ୍ରାନ୍ସ୍‌କ୍ରିପ୍‌ଶନ୍ ଏବଂ “ଏଡିଟ୍‌ କରନ୍ତୁ” ବଟନ୍ ରହିଛି। ଟ୍ରାନ୍ସକ୍ରିପ୍ଟ୍‌ ତଳେ ପ୍ଲେବ୍ଯାକ୍‌ କଣ୍ଟ୍ରୋଲ୍‌ଗୁଡ଼ିକ ଅଛି।

ଅଡିଓ ଟ୍ରାନ୍‌ସ୍କ୍ରିପ୍ଟ୍‌ ଦେଖନ୍ତୁ ଏବଂ ସର୍ଚ୍ଚ୍ କରନ୍ତୁ

ଆପଣ ରେକର୍ଡିଂ କରିବା ସମୟରେ ଏପରିକି ଲାଇଭ୍ କିମ୍ବା ପରେ ଭଏସ୍ ମେମୋରେ ଆପଣଙ୍କ ରେକର୍ଡିଂର ଟ୍ରାନ୍‌ସ୍କ୍ରିପ୍ଟ୍‌ ଦେଖିପାରିବେ। ଟ୍ରାନ୍‌ସ୍କ୍ରିପ୍ଟ୍‌ ସର୍ଚ୍ଚ୍‌ଯୋଗ୍ଯ ଅଟେ, ତେଣୁ ଆପଣ ଖୋଜୁଥିବା କେବଳ ସେହି ମୁହୂର୍ତ୍ତଟି ଖୋଜିପାରିବେ। ଚୟନିତ ରେକର୍ଡିଂର ଟ୍ରାନ୍‌ସ୍କ୍ରିପ୍ଟ୍‌ ଦେଖିବା ପାଇଁ, ଉପର ଡାହାଣ ପାର୍ଶ୍ୱରେ ଥିବା ଟ୍ରାନ୍ସକ୍ରିପ୍ସନ୍ ବଟନ୍ ରେ ଟାପ୍ କରନ୍ତୁ। ନିର୍ଦ୍ଦିଷ୍ଟ ଟେକ୍ସ୍‌ଟ୍ ଖୋଜିବା ପାଇଁ, ଏହାକୁ ରେକର୍ଡିଂ ଲିଷ୍ଟ୍‌ର ଉପରେ ଥିବା ସର୍ଚ୍ଚ୍ ଫିଲ୍ଡ୍‌ରେ ଲେଖନ୍ତୁ। ଲିଷ୍ଟ୍ କେବଳ ସେହି ଟେକ୍ସ୍‌ଟ୍ ସହିତ ରେକର୍ଡିଂ ଦେଖାଏ।

ଭଏସ୍ ମେମୋରେ କରାଯାଇଥିବା ଏକ ରେକର୍ଡିଂ। ଶୀର୍ଷରେ ଏକ ଚୟନିତ ରେକର୍ଡିଂ ସହିତ ରେକର୍ଡିଂର ଲିଷ୍ଟ୍ ବାମ ପାର୍ଶ୍ୱରେ ଅଛି। ଡାହାଣ ପଟେ, ୱେଭ୍‌ଫର୍ମ୍‌ରେ ଏକ ପ୍ଲେ’ହେଡ୍ ଅଛି, ଯାହାକୁ ଆପଣ ରେକର୍ଡିଂରେ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଯିବାକୁ ଡ୍ରାଗ୍ କରିପାରିବେ। ୱେଭ୍‌ଫର୍ମ୍‌ ଉପରେ ଶେୟର୍, ଫେଭରିଟ୍, ମୂଭ୍‌ କରନ୍ତୁ, ଡିଲିଟ୍ କରନ୍ତୁ, ପ୍ଲେବ୍ଯାକ୍ ସେଟିଂସ୍, ଟ୍ରାନ୍ସ୍‌କ୍ରିପ୍‌ଶନ୍ ଏବଂ “ଏଡିଟ୍‌ କରନ୍ତୁ” ବଟନ୍ ରହିଛି। ଟ୍ରାନ୍‌ସ୍କ୍ରିପ୍ଟ୍‌ ଦେଖିବା ପାଇଁ, ଟ୍ରାନ୍‌ସ୍କ୍ରିପ୍ସନ୍‌ ବଟନ୍‌ରେ ଟାପ୍ କରନ୍ତୁ।

ଏକ ରେକର୍ଡିଂ ଶେୟର୍ କିମ୍ବା ଏକ୍ସ୍‌ପୋର୍ଟ୍ କରନ୍ତୁ

ଆପଣ ଏକ ରେକର୍ଡିଂକୁ ବନ୍ଧୁମାନଙ୍କ ସହ ଶେୟର୍ କରିପାରିବେ କିମ୍ବା ପ୍ରଫେଶନଲ୍ ଏଡିଟିଂ ଟୂଲ୍ ସହାୟତାରେ ଉନ୍ନତ କରିବା ପାଇଁ ଏହାକୁ Logic Pro କୁ ଏକ୍ସ୍‌ପୋର୍ଟ୍ କରିପାରିବେ। ଶେୟର୍ କରିବାକୁ, ରେକର୍ଡିଂରେ ଟାପ୍ କରନ୍ତୁ, ତା’ପରେ “ଶେୟର୍ କରନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ। ବିକଳ୍ପରେ ଟାପ୍ କରନ୍ତୁ, ରେଣ୍ଡର୍ ହୋଇଥିବା କିମ୍ବା ଏଡିଟ୍‌ ଯୋଗ୍ଯ ଫାଇଲ୍‌ ଭାବରେ ଶେୟର୍ କରିବାକୁ ବାଛନ୍ତୁ, ତା’ପରେ ସମ୍ପୂର୍ଣ୍ଣ ବଟନ୍‌ ରେ ଟାପ୍ କରନ୍ତୁ। ଏକ “ଶେୟରିଂ” ବିକଳ୍ପ ବାଛନ୍ତୁ କିମ୍ବା ଏକ୍ସ୍‌ପୋର୍ଟ୍‌ କରିବା ପାଇଁ, ଉପରକୁ ସ୍ୱାଇପ୍ କରନ୍ତୁ, ତା’ପରେ “ଫାଇଲ୍‌ରେ ସେଭ୍ କରନ୍ତୁ”ରେ ଟାପ୍ କରନ୍ତୁ।

ଅଧିକ ଜାଣିବାକୁ ଚାହୁଁଛନ୍ତି କି?