iPadରେ ଥିବା ନୋଟ୍‌ରେ ଡ୍ରଇଂ ଓ ହସ୍ତଲିଖନ ଯୋଡ଼ନ୍ତୁ

Apple Pencil (ସମର୍ଥିତ ମଡେଲ୍ ରେ) କିମ୍ବା ଆପଣଙ୍କ ଆଙ୍ଗୁଠିରେ ସ୍କେଚ୍ କରିବାକୁ କିମ୍ବା ଏକ ହସ୍ତଲିଖିତ ନୋଟ୍ ଲେଖିବାକୁ ନୋଟ୍ ଆପ୍ ବ‍୍ୟବହାର କରନ୍ତୁ। ବିଭିନ୍ନ ମାର୍କ୍‌ଅପ୍ ଟୂଲ୍ ଏବଂ ରଙ୍ଗ ମଧ୍ଯରୁ ବାଛନ୍ତୁ ଏବଂ ରୂଲର୍ ସହିତ ସିଧା ରେଖା ଟାଣନ୍ତୁ। ଯେତେବେଳେ ଆପଣ Apple Pencil ମାଧ୍ଯମରେ ଲେଖନ୍ତି, ଆପଣଙ୍କ ନିଜ ହସ୍ତାକ୍ଷର ଶୈଳୀର ଲୁକ୍ ଏବଂ ଅନୁଭବ ବଜାୟ ରଖି ଆପଣଙ୍କ ହସ୍ତାକ୍ଷରକୁ ରିଅଲ୍ ଟାଇମ୍‌ରେ ସ୍ବୟଂଚାଳିତ ଭାବରେ ରିଫାଇନ୍ କରାଯାଇପାରିବ।

ସ୍କ୍ରୀନ୍‌ର ନିମ୍ନରେ ଏକ ଡ୍ରଇଂ ଏବଂ ମାର୍କ୍‌ଅପ୍ ଟୂଲ୍ ଦେଖାଉଥିବା ଏକ ନୋଟ୍।

ଡ୍ରଇଂ ଏବଂ ହସ୍ତାକ୍ଷର ଟୂଲ୍ ବ୍ଯବହାର କରନ୍ତୁ

  1. ଆପଣଙ୍କ iPadରେ ନୋଟ୍‌ ଆପ୍ କୁ ଯାଆନ୍ତୁ।

  2. ଏକ ନୋଟ୍‌ରେ Apple Pencil ସହିତ ଅଙ୍କନ କିମ୍ବା ଲେଖିବା ଆରମ୍ଭ କରନ୍ତୁ। କିମ୍ବା ଆପଣଙ୍କ ଆଙ୍ଗୁଠିରେ ଡ୍ର କରିବା କିମ୍ବା ଲେଖିବା ପାଇଁ “ହସ୍ତାକ୍ଷର ଟୂଲ୍” ବଟନ୍ ରେ ଟାପ୍‌ କରନ୍ତୁ।

  3. ନିମ୍ନଲିଖିତ ମଧ୍ୟରୁ ଯେକୌଣସି ଗୋଟିଏ କରନ୍ତୁ:

    • ରଙ୍ଗ କିମ୍ବା ଟୂଲ୍ ବଦଳାନ୍ତୁ: ମାର୍କ୍‌ଅପ୍ ଟୂଲ୍ ବ‍୍ୟବହାର କରନ୍ତୁ।

    • ହସ୍ତଲିଖନ କ୍ଷେତ୍ର ଆଡ୍‌ଜଷ୍ଟ୍ କରନ୍ତୁ: ରିସାଇଜ୍ ହ୍ଯାଣ୍ଡେଲ୍ (ବାମ ପାର୍ଶ୍ବରେ)କୁ ଉପର କିମ୍ବା ତଳକୁ ଡ୍ରାଗ୍ କରନ୍ତୁ।

    • Apple Pencil ସହିତ ଲେଖିବା ସମୟରେ ଟାଇପ୍ ହୋଇଥିବା ଟେକ୍ସଟ୍‌ରେ ଆପଣଙ୍କ ହାତଲେଖାକୁ ଟ୍ରାନ୍ସକ୍ରାଇବ୍ କରନ୍ତୁ: ସ୍କ୍ରିବଲ୍ ଟୂଲ୍‌ (ପେନ୍‌ର ବାମ ପାର୍ଶ୍ୱରେ) ଟାପ୍‌ କରନ୍ତୁ, ତା’ପରେ ଲେଖିବା ଆରମ୍ଭ କରନ୍ତୁ।

      ନୋଟ୍: ସ୍କ୍ରିବଲ୍ ସମର୍ଥିତ ଭାଷାରେ ଉପଲବ୍ଧ। iOS ଏବଂ iPadOS ଫୀଚର୍ ଉପଲବ୍ଧତା ୱେବ୍‌ସାଇଟ୍ ଦେଖନ୍ତୁ। Apple Pencil ସହିତ ନୋଟ୍ ଲେଖିବା ବିଷୟରେ ଅଧିକ ଜାଣିବା ପାଇଁ ସ୍କ୍ରିବଲ୍ ଟେକ୍ସ୍‌ଟ୍‌ ଲେଖନ୍ତୁ ଦେଖନ୍ତୁ।

ଟିପ୍: ଆପଣ ନୋଟ୍‌ରେ ହସ୍ତଲିଖିତ ଟେକ୍ସଟ୍ ( ସମର୍ଥିତ ଭାଷାରେ) ସର୍ଚ୍ଚ୍‌ କରିପାରିବେ। ଯଦି ନୋଟ୍‌ରେ ଶୀର୍ଷକ ନଥାଏ, ତେବେ ହସ୍ତଲିଖିତ ଟେକ୍ସଟ୍‌ର ପ୍ରଥମ ଧାଡ଼ି ପ୍ରସ୍ତାବିତ ଶୀର୍ଷକ ହୋଇଯାଏ। ଶୀର୍ଷକକୁ ଏଡିଟ୍ କରିବା ପାଇଁ, ନୋଟ୍‌ର ଶୀର୍ଷ ପର୍ଯ‍୍ୟନ୍ତ ସ୍କ୍ରୋଲ୍ କରନ୍ତୁ, ତା’ପରେ “ଏଡିଟ୍” ଉପରେ ଟାପ୍ କରନ୍ତୁ।

ଡ୍ରଇଂ ଏବଂ ହସ୍ତାକ୍ଷର ଚୟନ ଏବଂ ଏଡିଟ୍ କରନ୍ତୁ

ସ୍ମାର୍ଟ୍‌ ଚୟନ ସହିତ ଆପଣ ଟାଇପ୍ ହୋଇଥିବା ଟେକ୍ସଟ୍ ପାଇଁ ବ୍ଯବହାର କରୁଥିବା ସମାନ ଜେଶ୍ଚର୍‌ ବ୍ଯବହାର କରି ଅଙ୍କନ ଏବଂ ହସ୍ତାକ୍ଷର ଚୟନ କରିପାରିବେ। ଆପଣ ନୋଟ୍ ଭିତରେ ସିଲେକ୍ସନ୍‌କୁ ମୂଭ୍, କପି କିମ୍ବା ଡିଲୀଟ୍ କରିପାରିବେ। ଆପଣ ଏହାକୁ ଅନ୍ଯ ନୋଟ୍ କିମ୍ବା ଆପ୍‌ରେ ଟାଇପ୍ ହୋଇଥିବା ଟେକ୍ସଟ୍ ଭାବରେ ମଧ୍ଯ ପେଷ୍ଟ୍ କରିପାରିବେ।

ନୋଟ୍: ଯଦି ଆପଣଙ୍କ iPad ର ସିଷ୍ଟମ୍ ଭାଷା, ସେଟିଂସ୍‌  > ସାଧାରଣ > ଭାଷା ଓ ଅଞ୍ଚଳ > iPad ଭାଷା ସମର୍ଥିତ ଭାଷାରେ ସେଟ୍ ହୋଇଛି, ତେବେ ସ୍ମାର୍ଟ୍‌ ସିଲେକ୍ସନ୍ ଏବଂ “ହାତଲେଖା ଟ୍ରାନ୍ସକ୍ରିପ୍ସନ୍” କାର୍ଯ‍୍ୟ କରିବ। iOS ଏବଂ iPadOS ଫୀଚର୍ ଉପଲବ୍ଧତା ୱେବ୍‌ସାଇଟ୍ ଦେଖନ୍ତୁ।

  1. ଆପଣଙ୍କ iPadରେ ନୋଟ୍‌ ଆପ୍ କୁ ଯାଆନ୍ତୁ।

  2. ଏକ ନୋଟ୍‌ରେ, ନିମ୍ନୋକ୍ତ ଯେକୌଣସି ପଦ୍ଧତି ବ‍୍ୟବହାର କରି ଡ୍ରଇଂ ଏବଂ ଆପଣଙ୍କ ଆଙ୍ଗୁଠିରେ ହସ୍ତାକ୍ଷର ଚୟନ କରନ୍ତୁ:

    • ଲାସୋ ଟୂଲ୍ ସହିତ: “ହସ୍ତାକ୍ଷର ଟୂଲ୍” ବଟନ୍ ରେ ଟାପ୍‌ କରନ୍ତୁ, ଲାସୋ ଟୂଲ୍ (ଟୂଲ୍ ପାଲେଟ୍‌ରେ ଇରେଜର୍‌ ଏବଂ ଇମେଜ୍‌ ୱାଣ୍ଡ୍‌ ମଧ୍ୟରେ), ତା’ପରେ ନିଜ ଆଙ୍ଗୁଠି ବ୍ୟବହାର କରି ଆପଣ ଚୟନ କରିବାକୁ ଚାହୁଁଥିବା ଅବଜେକ୍ଟ୍‌ ଆଉଟ୍‌ଲାଇନ୍‌ କରନ୍ତୁ ।

    • ଜେଶ୍ଚର୍‌ ସହିତ:

      • ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ, ତା’ପରେ ସିଲେକ୍ସନ୍ ସମ୍ପ୍ରସାରିତ କରିବା ପାଇଁ ଡ୍ରାଗ୍ କରନ୍ତୁ।

      • ଗୋଟିଏ ଶବ୍ଦ ଚୟନ କରିବାକୁ ଡବଲ୍-ଟାପ୍ କରନ୍ତୁ।

      • ବାକ୍ଯ ଚୟନ କରିବା ପାଇଁ ତିନି ଥର ଟାପ୍ କରନ୍ତୁ।

      • ଆବଶ‍୍ୟକ ଅନୁଯାୟୀ ଚୟନ ଆଡ୍‌ଜଷ୍ଟ୍‌ କରିବାକୁ ହ୍ଯାଣ୍ଡେଲ୍ ଡ୍ରାଗ୍ କରନ୍ତୁ।

  3. ଚୟନରେ ଟାପ୍ କରନ୍ତୁ, ତା’ପରେ ଏକ ବିକଳ୍ପ ବାଛନ୍ତୁ।

ହସ୍ତଲିଖିତ ଟେକ୍ସ୍‌ଟ୍ ସହିତ କାମ କରନ୍ତୁ

iPad ଆପଣଙ୍କ ହାତଲେଖାକୁ ମସୃଣ, ସିଧା ଏବଂ ଅଧିକ ସ୍ପଷ୍ଟ କରିବା ପାଇଁ ରିଫାଇନ୍‌ କରିପାରିବ। ଆପଣ ଆପଣଙ୍କ ହାତଲେଖାରେ ଟାଇପ୍ ହୋଇଥିବା ଟେକ୍ସଟ୍ ପେଷ୍ଟ୍‌ କିମ୍ବା ରୂପାନ୍ତରିତ କରିପାରିବେ, ଅନ୍‌ଲାଇନ୍‌ରେ ବନାନ ଠିକ୍ କରିପାରିବେ ଏବଂ ହସ୍ତାକ୍ଷରକୁ ସ୍ଥାନାନ୍ତର କିମ୍ବା ଡିଲୀଟ୍ କରିପାରିବେ।

  1. ଆପଣଙ୍କ iPadରେ ନୋଟ୍‌ ଆପ୍ କୁ ଯାଆନ୍ତୁ।

  2. ଏକ ନୋଟ୍‌ରେ ହାତଲେଖା ଚୟନ କରନ୍ତୁ।

  3. ନିମ୍ନଲିଖିତ ମଧ୍ୟରୁ ଯେକୌଣସି ଗୋଟିଏ କରନ୍ତୁ:

    • ରିଫାଇନ୍ କରନ୍ତୁ: ଆପଣଙ୍କ ଲେଖାକୁ ମସୃଣ, ସିଧା ଏବଂ ଅଧିକ ସ୍ପଷ୍ଟ କରିବାକୁ “1 ରିଫାଇନ୍ କରନ୍ତୁ”ରେ ଟାପ୍‌ କରନ୍ତୁ।

      ଆପଣଙ୍କ ହାତଲେଖା ସ୍ବୟଂଚାଳିତ ଭାବରେ ରିଫାଇନ୍‌ କରିବାକୁ “ହସ୍ତାକ୍ଷର ଟୂଲ୍” ବଟନ୍ ରେ ଟାପ୍‌ କରନ୍ତୁ, “ଅଧିକ” ବଟନ୍‌ ରେ ଟାପ୍‌ କରନ୍ତୁ, ତା’ପରେ ଅଟୋ-ରିଫାଇନ୍‌ ହସ୍ତାକ୍ଷର ଚାଲୁ କରନ୍ତୁ।

    • ଆପଣଙ୍କ ଲେଖାକୁ ଅଧିକ ସ୍ତରୀୟ କରନ୍ତୁ: ସିଧା ଟାପ୍ କରନ୍ତୁ।

    • ସଠିକ ବନାନ: ଅଣ୍ଡର୍‌ଲାଇନ୍‌ ହୋଇଥିବା ଶବ୍ଦ ଉପରେ ଟାପ୍ କରନ୍ତୁ, ତା’ପରେ ଆପଣ ଏହାକୁ କିପରି ସଂଶୋଧନ କରିବାକୁ ଚାହୁଁଛନ୍ତି ବାଛନ୍ତୁ। ଫିକ୍ସ୍ ଆପଣଙ୍କ ନିଜ ଲେଖିବା ଶୈଳୀରେ ଦେଖାଯିବ।

    • ହସ୍ତାକ୍ଷରକୁ ମୂଭ୍ କରନ୍ତୁ: ଚୟନିତ ଟେକ୍ସ୍‌ଟ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ ଏବଂ ପରେ ଏହାକୁ ଏକ ନୂଆ ସ୍ଥାନକୁ ଡ୍ରାଗ୍ କରନ୍ତୁ।

    • ଏକ ଟେକ୍ସଟ୍ ଅବ୍‌ଜେକ୍ଟ୍‌କୁ ହାତଲେଖାରେ ପରିବର୍ତ୍ତନ କରନ୍ତୁ: ଡ୍ରଇଂ କ୍ଷେତ୍ରରେ ଏକ ଟେକ୍ସଟ୍ ଅବ୍‌ଜେକ୍ଟ୍‌ରେ ଟାପ୍ କରନ୍ତୁ, “ଅଧିକ” ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ “ହାତଲେଖାକୁ ରୂପାନ୍ତର କରନ୍ତୁ”ରେ ଟାପ୍‌ କରନ୍ତୁ। (ଏହି ଫୀଚର୍‌ 2 ଜଣଙ୍କ ପାଇଁ ଅତିକମ୍‌ରେ 10 ଟି ଅନ୍ଯ ଛୋଟ ଅକ୍ଷର ସହିତ ଆପଣଙ୍କ ହାତଲେଖାରେ ପୂର୍ବରୁ ସେଭ୍ ହୋଇଥିବା ନୋଟ୍ ଆବଶ‍୍ୟକ କରେ।)

    • ଟାଇପ୍ ହୋଇଥିବା ଟେକ୍ସଟ୍‌କୁ ଆପଣଙ୍କ ହସ୍ତାକ୍ଷରରେ ପେଷ୍ଟ୍ କରନ୍ତୁ: ଏକ ଓ୍ବେବ୍‌ପେଜ୍‌, ଡକ୍ଯୁମେଣ୍ଟ୍‌ କିମ୍ବା ଇମେଲ୍‌ରୁ ଟେକ୍ସଟ୍ ଚୟନ କରି କପି କରନ୍ତୁ; ନୋଟ୍‌ରେ ଏକ ହସ୍ତାକ୍ଷର କ୍ଷେତ୍ରରେ, ତା’ପରେ “ପେଷ୍ଟ୍ କରନ୍ତୁ”ରେ ଟାପ୍‌ କରନ୍ତୁ। (ଏହି ଫୀଚର୍‌ 2 ଜଣଙ୍କ ପାଇଁ ଅତିକମ୍‌ରେ 10 ଟି ଅନ୍ଯ ଛୋଟ ଅକ୍ଷର ସହିତ ଆପଣଙ୍କ ହାତଲେଖାରେ ପୂର୍ବରୁ ସେଭ୍ ହୋଇଥିବା ନୋଟ୍ ଆବଶ‍୍ୟକ କରେ।)

  4. ଟେକ୍ସଟ୍ ଇରେଜ୍ କରିବାକୁ, ଲେଖାକୁ ସ୍କ୍ରାଚ୍ ଆଉଟ୍ କରନ୍ତୁ, ତା’ପରେ iPadରେ ଆପଣଙ୍କ ଲିଖିତ ଉପକରଣ (ଯେପରିକି Apple Pencil କିମ୍ବା ଆପଣଙ୍କ ଆଙ୍ଗୁଠି)କୁ ହୋଲ୍ଡ୍‌ ଡାଉନ୍‌ କରନ୍ତୁ। (ପେନ୍, ମନୋ ଲାଇନ୍ କିମ୍ବା ମାର୍କର୍ ଭଳି ମାର୍କଅପ୍ ଟୂଲ୍ ବ‍୍ୟବହାର କରିବା ସମୟରେ ସମର୍ଥିତ।)

ଅନ୍ଯ ଆପ୍‌ରୁ ଇମେଜ୍ ଡ୍ରାଗ୍ କରନ୍ତୁ

ଆପଣ ଅନ୍ଯ ଆପ୍‌ରୁ ଇମେଜ୍‌କୁ ଏକ ନୋଟ୍‌ ଡ୍ରାଗ୍ କରିପାରିବେ ଏବଂ ସେଗୁଡ଼ିକୁ ହସ୍ତଲିଖିତ ଏବଂ ଅଙ୍କିତ ବିଷୟବସ୍ତୁ ସହିତ ଏକତ୍ର କରିପାରିବେ। ଆପଣ ଡ୍ରଇଂ କ୍ଷେତ୍ରରେ ଏକ ଇମେଜ୍ ଯୋଡ଼ିଲା ପରେ, ଆପଣ ଇମେଜ୍‌ର ଲୋକେଶନ୍ ଏବଂ ସାଇଜ୍‌ ପରିବର୍ତ୍ତନ କରିପାରିବେ।

ଇମେଜ୍ ୱଣ୍ଡ୍ ବ୍ଯବହାର କରନ୍ତୁ

ଯଦି Apple Intelligence ଚାଲୁ ଅଛି, ତେବେ ଆପଣ ତିଆରି କରିଥିବା ମୋଟାମୋଟି ସ୍କେଚ୍ ଆଧାରରେ ଇମେଜ୍ ଜେନେରେଟ୍ କରିବା ପାଇଁ “ନୋଟ୍‌ରେ ଇମେଜ୍ ୱାଣ୍ଡ୍” ବ୍ଯବହାର କରିପାରିବେ। ଆଖପାଖ ଅଞ୍ଚଳରୁ ଶବ୍ଦ ଏବଂ ଇମେଜ୍ ଉପରେ ଆଧାରିତ ଏକ ଇମେଜ୍ ତିଆରି କରିବାକୁ ଆପଣ ଖାଲି ସ୍ପେସ୍ ମଧ୍ୟ ଚୟନ କରିପାରିବେ। Apple Intelligence ସହିତ ଇମେଜ୍ ୱଣ୍ଡ୍ ବ‍୍ୟବହାର କରନ୍ତୁ।

ନୋଟ୍: Apple Intelligence iPadOS 27 କିମ୍ବା ପରବର୍ତ୍ତୀ ଭର୍ଶନ୍‌ରେ, Apple Intelligence-ସକ୍ଷମ ହୋଇଥିବା iPad mini (A17 Pro) ଓ M1 କିମ୍ବା ପରବର୍ତ୍ତୀ ଭର୍ଶନ୍‌ର iPad ମଡେଲ୍‌ରେ ଉପଲବ୍ଧ ଅଛି। Apple Intelligence ସମସ୍ତ ଭାଷା କିମ୍ବା ଅଞ୍ଚଳରେ ଉପଲବ୍ଧ ନାହିଁ। ଉପଯୋଗ ସୀମା ଲାଗୁ ହୋଇପାରେ।*

1. iPad Pro (M4 ଓ M5 ମଡେଲ୍), iPad Pro 12.9-ଇଞ୍ଚ୍ (5ମ ଓ ପରବର୍ତ୍ତୀ ଜେନେରେଶନ୍), iPad Pro 11-ଇଞ୍ଚ୍ (3ୟ ଓ ପରବର୍ତ୍ତୀ ଜେନେରେଶନ୍), iPad Air (M2, M3 ଓ M4), iPad Air 10.9-ଇଞ୍ଚ୍ (4ର୍ଥ ଓ ପରବର୍ତ୍ତୀ ଜେନେରେଶନ୍), iPad (10ମ ଓ ପରବର୍ତ୍ତୀ ଜେନେରେଶନ୍), iPad mini (6ଷ୍ଠ ଜେନେରେଶନ୍), ଏବଂ iPad mini (A17 Pro) ରେ ହସ୍ତାକ୍ଷର ରିଫାଇନ୍‌ମେଣ୍ଟ୍‌ ଉପଲବ୍ଧ; ଇଂରାଜୀ (ଅଷ୍ଟ୍ରେଲିଆ), ଇଂରାଜୀ (କାନାଡା), ଇଂରାଜୀ (ଭାରତ), ଇଂରାଜୀ (ଆୟର୍‌ଲ୍ଯାଣ୍ଡ୍), ଇଂରାଜୀ (ନ୍ୟୁଜିଲ‍୍ୟାଣ୍ଡ୍), ଇଂରାଜୀ (ସିଙ୍ଗାପୁର), ଇଂରାଜୀ (ଦକ୍ଷିଣ ଆଫ୍ରିକା), ଇଂରାଜୀ (UK), ଇଂରାଜୀ (US), ଫରାସୀ(ବେଲ୍‌ଜିୟମ୍), ଫରାସୀ (କାନାଡା), ଫରାସୀ (ଫ୍ରାନ୍ସ), ଫରାସୀ (ସୁଇଜରଲ୍ୟାଣ୍ଡ୍‌), ଜର୍ମାନ୍ (ଅଷ୍ଟ୍ରିଆ), ଜର୍ମାନ୍ (ଜର୍ମାନୀ), ଜର୍ମାନ୍ (ସୁଇଜରଲ୍ୟାଣ୍ଡ୍), ଇଟାଲୀୟ (ଇଟାଲୀ), ଇଟାଲୀୟ (ସୁଇଜରଲ୍ୟାଣ୍ଡ୍), ପର୍ତ୍ତୁଗାଲ୍‌ (ବ୍ରାଜିଲ୍‌), ପର୍ତ୍ତୁଗୀଜ୍ (ପର୍ତ୍ତୁଗାଲ୍), ସ୍ପାନିଶ୍ (ଲାଟିନ୍ ଆମେରିକା), ସ୍ପାନିଶ୍ (ମେକ୍ସିକୋ) ଓ ସ୍ପାନିଶ୍ (ସ୍ପେନ୍) ପାଇଁ ସମର୍ଥିତ।

2. କ‍୍ୟାଣ୍ଟୋନିଜ୍ (ପାରମ୍ପରିକ), ଚାଇନିଜ୍ (ସରଳୀକୃତ), ଚାଇନିଜ୍ (ପାରମ୍ପରିକ), ଇଂରାଜୀ (ଅଷ୍ଟ୍ରେଲିଆ), ଇଂରାଜୀ (କାନାଡା), ଇଂରାଜୀ (ଭାରତ), ଇଂରାଜୀ (ଆୟର୍ଲାଣ୍ଡ୍‌), ଇଂରାଜୀ (ନ୍ଯୁଜିଲାଣ୍ଡ୍‌), ଇଂରାଜୀ (ସିଙ୍ଗାପୁର), ଇଂରାଜୀ (ଦକ୍ଷିଣ ଆଫ୍ରିକା), ଇଂରାଜୀ (UK), ଇଂରାଜୀ (US), ଫ୍ରେଞ୍ଚ୍‌ (ବେଲ୍‌ଜିୟମ୍‌), ଫ୍ରେଞ୍ଚ୍‌ (କାନାଡା), ଫ୍ରେଞ୍ଚ୍‌ (ଫ୍ରାନ୍ସ୍‌), ଫ୍ରେଞ୍ଚ୍‌ (ସ୍ୱିଜର୍‌ଲାଣ୍ଡ୍), ଜର୍ମାନ୍‌ (ଅଷ୍ଟ୍ରିଆ), ଜର୍ମାନ୍‌ (ଜର୍ମାନୀ), ଜର୍ମାନ୍‌ (ସ୍ୱିଜର୍‌ଲାଣ୍ଡ୍), ଇଟାଲୀୟ (ଇଟାଲୀ), ଇଟାଲୀୟ (ସ୍ୱିଜର୍‌ଲାଣ୍ଡ୍), ଜାପାନୀ, କୋରିଆନ୍, ପର୍ତ୍ତୁଗୀଜ୍‌ (ବ୍ରାଜିଲ୍‌), ପର୍ତ୍ତୁଗାଲ୍ (ପର୍ତ୍ତୁଗାଲ୍), ରୁଷୀୟ, ସ୍ପାନିଶ୍ (ଲାଟିନ୍ ଆମେରିକା), ସ୍ପାନିଶ୍ (ମେକ୍ସିକୋ), ସ୍ପାନିଶ୍ (ସ୍ପେନ୍), ଥାଇ (ଥାଇଲାଣ୍ଡ୍), ୟୁକ୍ରେନିଅନ୍ ଏବଂ ଭିଏତନାମିଜ୍ ପାଇଁ ହସ୍ତାକ୍ଷର ରିଫ୍ଲୋ ସମର୍ଥିତ।

*Apple Intelligence Siri ଏବଂ ଡିଭାଇସ୍ ଭାଷା ଚାଇନୀଜ୍ (ସରଳୀକୃତ), ଚାଇନୀଜ୍ (ପାରମ୍ପରିକ), ଡାନିଶ୍, ଡଚ୍, ଇଂରାଜୀ, ଫ୍ରେଞ୍ଚ୍, ଜର୍ମାନ୍, ଇଟାଲୀୟ, ଜାପାନୀ, କୋରିଆନ୍, ନର୍‌ୱେଜିଅନ୍, ପର୍ତ୍ତୁଗୀଜ୍, ସ୍ପାନିଶ୍, ସ୍ବୀଡିଶ୍, ତୁର୍କିଶ୍ କିମ୍ବା ଭିଏତ୍‌ନାମୀରେ ସେଟ୍ ହୋଇଥିବା ସହିତ ଉପଲବ୍ଧ ଅଛି। କିଛି ଫୀଚର୍ ସମସ୍ତ ଅଞ୍ଚଳ କିମ୍ବା ଭାଷାରେ ଉପଲବ୍ଧ ହୋଇନପାରେ। କିଛି ଡିଭାଇସ୍ ସମସ୍ତ ଅଞ୍ଚଳରେ ଉପଲବ୍ଧ ହୋଇନପାରେ। iOS 27, iPadOS 27, macOS 27, watchOS 27 ଓ visionOS 27 ରେ ବୀଟାରେ Siri AI ଉପଲବ୍ଧ ଅଛି ଏବଂ ଏଥିପାଇଁ ଏକ ସମର୍ଥିତ ଭାଷାରେ ସେଟ୍ ହୋଇଥିବା Apple Intelligence–ସକ୍ଷମ ହୋଇଥିବା ଡିଭାଇସ୍ ଆବଶ୍ଯକ। ଆରମ୍ଭ କରିବା ପାଇଁ ଇଂରାଜୀରେ ଉପଲବ୍ଧ। Siri AI ପ୍ରାରମ୍ଭରେ iOS, iPadOS ଓ watchOS ରେ EU ରେ ଉପଲବ୍ଧ ହେବ ନାହିଁ। ସର୍ଭର୍-ସାଇଡ୍ ମଡେଲ୍‌ ଉପରେ ନିର୍ଭର କରୁଥିବା କିଛି Apple Intelligence ଫୀଚର୍ ଦୈନିକ ଉପଯୋଗ ସୀମା ଅଧୀନରେ ଅଛି, ଯେଉଁଥିରେ Siri AI, ଇଣ୍ଟେଲିଜେଣ୍ଟ୍ ଫଟୋ ଏଡିଟିଂ ଟୂଲ୍, Image Playground ଏବଂ ଶର୍ଟ୍‌କଟ୍‌ରେ AFM 3 କ୍ଲାଉଡ୍ ମଡେଲ୍ ଅନ୍ତର୍ଭୁକ୍ତ କିନ୍ତୁ ଏଥିରେ ସୀମିତ ନୁହେଁ। ଦୈନିକ ସୀମା ଫୀଚର୍, ଅନୁରୋଧ ଜଟିଳତା, ସିଷ୍ଟମ୍ ଚାହିଦା, ସିଷ୍ଟମ୍ ନୀତି ଏବଂ ଅନ୍ଯାନ‍୍ୟ କାରକ ଅନୁଯାୟୀ ଭିନ୍ନ ହୋଇପାରେ। ଭବିଷ୍ଯତରେ ଏପରି ଫୀଚର୍‌ଗୁଡ଼ିକ ପାଇଁ ବିସ୍ତାରିତ ଆକ୍ସେସ୍ ଏକ ଶୁଳ୍କରେ ଉପଲବ୍ଧ ହେବ। ଏହି ଫୀଚର୍‌ଗୁଡ଼ିକର ବ‍୍ୟବହାର Apple Intelligence ନିୟମ ଓ ସର୍ତ୍ତାବଳୀ ଅଧୀନସ୍ଥ। apple.com/apple-intelligence ରେ ଅଧିକ ଜାଣନ୍ତୁ।