iPadରେ ଥିବା Safariରେ ଟ୍ଯାବ୍‌ ଖୋଲନ୍ତୁ ଏବଂ ବନ୍ଦ କରନ୍ତୁ

ଏକାଧିକ ଖୋଲା ଥିବା ୱେବ୍‌ପେଜ୍‌‌ ମଧ‍୍ୟରେ ନାଭିଗେଟ୍ କରିବାରେ ଆପଣଙ୍କୁ ସହାୟତା କରିବାକୁ ଟାବ୍ ବ୍ଯବହାର କରନ୍ତୁ।

ଏକ ନୂଆ ଟ୍ଯାବ୍‌‌ରେ ଏକ ଲିଙ୍କ୍ ଖୋଲନ୍ତୁ

  1. ଆପଣଙ୍କ iPadରେ Safari ଆପ୍ କୁ ଯାଆନ୍ତୁ।

  2. ଲିଙ୍କ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ “ବ୍ଯାକ୍‌ଗ୍ରାଉଣ୍ଡ୍‌ରେ ଖୋଲନ୍ତୁ” ଉପରେ ଟାପ୍ କରନ୍ତୁ।

ଏକ ଟାବ୍‌ର ହିଷ୍ଟ୍ରି ଦେଖନ୍ତୁ

ଆପଣ ପୂର୍ବରୁ ଏହି ଟାବ୍‌ରେ କେଉଁ ୱେବ୍‌ପେଜ୍‌ ଦେଖିଛନ୍ତି ତାହା ଆପଣ ଦେଖିପାରିବେ।

  1. ଆପଣଙ୍କ iPadରେ Safari ଆପ୍ କୁ ଯାଆନ୍ତୁ।

  2. “ପଛକୁ ଯାଆନ୍ତୁ” ବଟନ୍‌ କିମ୍ବା “ଫର୍‌ଓ୍ବର୍ଡ୍”‌ ବଟନ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ।

ଟାବ୍ ବନ୍ଦ କରନ୍ତୁ

  1. ଆପଣଙ୍କ iPadରେ Safari ଆପ୍ କୁ ଯାଆନ୍ତୁ।

  2. “ଟାବ୍” ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ ଟାବ୍‌ର ଉପର-ଡାହାଣ କୋଣରେ “ବନ୍ଦ କରନ୍ତୁ” ବଟନ୍‌ରେ ଟାପ୍‌ କରି ଏହାକୁ ବନ୍ଦ କରନ୍ତୁ।

ଟିପ୍‌: ଏହି ଟାବ୍‌ ଗ୍ରୂପ୍‌ରେ ଥିବା ସମସ୍ତ ଟାବ୍‌କୁ ଏକା ସମୟରେ ବନ୍ଦ କରିବା ପାଇଁ ସମ୍ପୂର୍ଣ୍ଣ ବଟନ୍‌ କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ, ତା’ପରେ “ସମସ୍ତ [ସଂଖ୍ଯକ] ଟାବ୍‌ ବନ୍ଦ କରନ୍ତୁ”ରେ ଟାପ୍‌ କରନ୍ତୁ।

ନିକଟରେ ବନ୍ଦ ହୋଇଥିବା ଏକ ଟାବ୍ ଖୋଲନ୍ତୁ

  1. ଆପଣଙ୍କ iPadରେ Safari ଆପ୍ କୁ ଯାଆନ୍ତୁ।

  2. “ନୂଆ ଟାବ୍” ବଟନ୍ କୁ ସ୍ସର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ ସମ୍ପ୍ରତି ବନ୍ଦ ହୋଇଥିବା ଲିଷ୍ଟ୍‌ରୁ ବାଛନ୍ତୁ।

    Safari ରେ, ଏକ ୱେବ୍‌ପୃଷ୍ଠା ଖୋଲା ଅଛି। ସ୍କ୍ରୀନର ଶୀର୍ଷ ଡାହାଣ ପାର୍ଶ୍ୱରେ, ନୂଆ ଟାବ୍‌ ବଟନ୍ ଚୟନ କରାଯାଇଛି ଏବଂ ସମ୍ପ୍ରତି ବନ୍ଦ କରାଯାଇଥିବା ଦୁଇଟି ଟାବ୍‌ର ଏକ ଲିଷ୍ଟ୍ ଦେଖାଯାଉଛି।