ବ୍ଯାକ୍‌ଅପ୍‌ରୁ ସମସ୍ତ ବିଷୟବସ୍ତୁ iPadରେ ରିଷ୍ଟୋର୍ କରନ୍ତୁ

ଆପଣ ଏକ ବ୍ୟାକ୍‌ଅପ୍‌ରୁ ବିଷୟବସ୍ତୁ, ସେଟିଂସ୍ ଏବଂ ଆପ୍‌ଗୁଡ଼ିକୁ ଏକ ନୂଆ କିମ୍ୱା ନୂଆ ଭାବରେ ଇରେଜ୍‌ ହୋଇଥିବା iPadରେ ରିଷ୍ଟୋର୍‌ କରିପାରିବେ।

ଗୁରୁତ୍ବପୂର୍ଣ୍ଣ: ଆପଣଙ୍କ iPadକୁ ରିଷ୍ଟୋର୍ କରିବା ପାଇଁ ଆପଣଙ୍କ ପାଖରେ ଏକ ବ୍ଯାକ୍‌ଅପ୍ ଥିବା ଆବଶ‍୍ୟକ। iPad ବ୍ଯାକ୍‌ ଅପ୍ ନିଅନ୍ତୁ ଦେଖନ୍ତୁ।

iCloud ବ୍ଯାକ୍‌ଅପ୍‌ରୁ iPad ରିଷ୍ଟୋର୍ କରନ୍ତୁ

  1. ଆପଣଙ୍କ iPad ଚାଲୁ କରନ୍ତୁ।

    “ନମସ୍କାର” ସ୍କ୍ରୀନ୍‌ ଦେଖାଯିବା ଉଚିତ। ଯଦି ଆପଣ ପୂର୍ବରୁ ନିଜ ଡିଭାଇସ୍ ସେଟ୍ ଅପ୍ କରିସାରିଛନ୍ତି, ତେବେ ଆପଣଙ୍କୁ ନିଜ ବ୍ୟାକ୍‌ଅପ୍‌ରୁ ଏହାକୁ ରିଷ୍ଟୋର୍‌ କରିବାକୁ ଏହି ଷ୍ଟେପ୍‌ଗୁଡ଼ିକ ବ୍ୟବହାର କରିବା ପୂର୍ବରୁ ଏହାର ସମସ୍ତ ବିଷୟବସ୍ତୁ ଇରେଜ୍‌ କରିବାକୁ ହେବ।

  2. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • “ମାନ୍ଯୁଅଲ୍‌ ଭାବରେ ସେଟ୍ ଅପ୍ କରନ୍ତୁ”ରେ ଟାପ୍ କରନ୍ତୁ, “iCloud ବ୍ୟାକ୍‌ଅପ୍‌ରୁ ରିଷ୍ଟୋର୍‌ କରନ୍ତୁ”ରେ ଟାପ୍‌ କରନ୍ତୁ, ତା’ପରେ ଅନ୍‌ସ୍କ୍ରୀନ୍‌ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।

    • ଯଦି ଆପଣଙ୍କ ପାଖରେ iOS 11, iPadOS 13 କିମ୍ବା ପରବର୍ତ୍ତୀ ଭର୍ଶନ୍‌ର ଅନ୍ଯ iPhone, iPad କିମ୍ବା iPod touch ଅଛି, ତେବେ ଆପଣ ନିଜ ନୂଆ ଡିଭାଇସ୍‌କୁ ସ୍ୱୟଂଚାଳିତ ଭାବେ ସେଟ୍ ଅପ୍ କରିବା ପାଇଁ କ୍ୱିକ୍ ଷ୍ଟାର୍ଟ୍‌ ବ‍୍ୟବହାର କରିପାରିବେ। ଦୁଇଟି ଡିଭାଇସ୍ ଏକାଠି କରନ୍ତୁ, ତା’ପରେ ଆପଣଙ୍କର ଅନେକ ସେଟିଂସ୍, ପ୍ରାଥମିକତା ଏବଂ iCloud କୀ’ଚେନ୍ ସୁରକ୍ଷିତ ଭାବରେ କପି କରିବା ପାଇଁ ଅନ୍‌ସ୍କ୍ରୀନ୍ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ। ଏହାପରେ ଆପଣ ନିଜର iCloud ବ୍ଯାକ୍‌ଅପ୍‌ରୁ ନିଜର ଅବଶିଷ୍ଟ ଡେଟା ଏବଂ ବିଷୟବସ୍ତୁକୁ ଆପଣଙ୍କ ନୂଆ ଡିଭାଇସ୍‌ରେ ରିଷ୍ଟୋର୍ କରିପାରିବେ।

      କିମ୍ବା ଯଦି ଉଭୟ ଡିଭାଇସ୍‌ରେ OS 12.4, iPadOS 13 କିମ୍ବା ପରବର୍ତ୍ତୀ ଭର୍ଶନ୍‌ ଅଛି, ତେବେ ଆପଣ ଆପଣଙ୍କର ସମସ୍ତ ଡେଟା ଆପଣଙ୍କ ପୂର୍ବବର୍ତ୍ତୀ ଡିଭାଇସ୍‌ରୁ ୱେୟର୍‌ଲେସ୍ ଭାବେ ଆପଣଙ୍କ ନୂଆ ଡିଭାଇସ୍‌କୁ ଟ୍ରାନ୍ସ୍‌ଫର୍ କରିପାରିବେ। ମାଇଗ୍ରେଶନ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ ନହେବା ପର୍ଯ‍୍ୟନ୍ତ ନିଜ ଡିଭାଇସ୍‌କୁ ପରସ୍ପର ପାଖରେ ରଖନ୍ତୁ ଏବଂ ପାୱର୍‌ ସହ ସଂଯୁକ୍ତ କରନ୍ତୁ।

ଆପଣଙ୍କୁ ଆପଣଙ୍କର Apple ଆକାଉଣ୍ଟ୍ ପାଇଁ ପଚରାଯାଇଛି। ଯଦି ଆପଣ ନିଜ Apple ଆକାଉଣ୍ଟ୍ ଭୁଲିଯାଇଛନ୍ତି, ତେବେ iforgot.apple.comକୁ ଯାଆନ୍ତୁ।

ଏକ କମ୍ପ୍ଯୁଟର୍‌ ବ୍ୟାକ୍ଅପ୍‌ରୁ iPad ରିଷ୍ଟୋର୍‌ କରନ୍ତୁ

  1. USB ବ‍୍ୟବହାର କରି, ଆପଣଙ୍କ ବ୍ୟାକ୍‌ଅପ୍ ଥିବା କମ୍ପ୍ୟୁଟର୍‌ରେ ଏକ ନୂଆ କିମ୍ୱା ନୂଆ ଭାବରେ ଇରେଜ୍‌ ହୋଇଥିବା iPad ସଂଯୋଗ କରନ୍ତୁ।

  2. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • Mac ( macOS 10.15 କିମ୍ବା ପରବର୍ତ୍ତୀ ଭର୍ଶନ୍‌)ରେ: Finder‌ ସାଇଡ୍‌ବାର୍‌ରେ, ଆପଣଙ୍କ iPad ଚୟନ କରନ୍ତୁ, “ବିଶ୍ବାସ କରନ୍ତୁ”ରେ କ୍ଲିକ୍ କରନ୍ତୁ, ତା’ପରେ “ଏହି ବ୍ଯାକ୍‌ଅପ୍‌ରୁ ରିଷ୍ଟୋର୍‌ କରନ୍ତୁ”ରେ କ୍ଲିକ୍ କରନ୍ତୁ।

    • Mac ( macOS 10.14 କିମ୍ବା ପୂର୍ବବର୍ତ୍ତୀ ଭର୍ଶନ୍‌) କିମ୍ବା ଏକ Windows ଡିଭାଇସ୍‌ରେ: iTunes ଆପ୍‌ ଖୋଲନ୍ତୁ, iTunes ୱିଣ୍ଡୋର ଶୀର୍ଷ ବାମ ନିକଟରେ ଥିବା ଏକ iPad ପରି ବଟନ୍‌ରେ କ୍ଲିକ୍ କରନ୍ତୁ, ତା’ପରେ “ସାରାଂଶ”ରେ କ୍ଲିକ୍ କରନ୍ତୁ। ତା’ପରେ “ବ୍ଯାକ୍‌ଅପ୍ ରିଷ୍ଟୋର୍‌ କରନ୍ତୁ”ରେ କ୍ଲିକ୍ କରନ୍ତୁ।

      ଧ‍୍ୟାନ ଦିଅନ୍ତୁ: iTunesର ନବୀନତମ ଭର୍ଶନ୍ ବ୍ୟବହାର କରନ୍ତୁ। Apple ସହାୟତା ଆର୍ଟିକଲ୍ iTunesର ନବୀନତମ ଭର୍ଶନ୍‌କୁ ଅପ୍‌ଡେଟ୍ କରନ୍ତୁ ଦେଖନ୍ତୁ।

  3. ଲିଷ୍ଟ୍‌ରୁ ଆପଣଙ୍କ ବ୍ଯାକ୍‌ଅପ୍ ବାଛନ୍ତୁ, ତା’ପରେ “ଜାରି ରଖନ୍ତୁ”ରେ କ୍ଲିକ୍ କରନ୍ତୁ।

ଯଦି ଆପଣଙ୍କ ବ୍ଯାକ୍‌ଅପ୍ ଏନ୍‌କ୍ରିପ୍ଟ୍‌ କରାଯାଇଛି, ତେବେ ଆପଣଙ୍କ ଫାଇଲ୍ ଏବଂ ସେଟିଂସ୍ ରିଷ୍ଟୋର୍ କରିବା ପୂର୍ବରୁ ଆପଣଙ୍କୁ ପାସ୍‌ଓ୍ବର୍ଡ୍‌ ଲେଖିବା ଆବଶ‍୍ୟକ।

Apple ସହାୟତା ଆର୍ଟିକଲ୍‌ ଏକ ବ୍ୟାକ୍‌ଅପ୍‌ରୁ ଆପଣଙ୍କ iPhone, iPad କିମ୍ୱା iPod touchକୁ ରିଷ୍ଟୋର୍‌ କରନ୍ତୁ ଏବଂ ଯଦି ଆପଣ ନିଜ iPhone, iPad କିମ୍ୱା iPod touchକୁ ଅପ୍‌ଡେଟ୍ କିମ୍ବା ରିଷ୍ଟୋର୍‌ କରି ପାରୁନାହାନ୍ତି ଦେଖନ୍ତୁ।