iPadରେ ଫଟୋ ଏବଂ ଭିଡିଓ ଇମ୍ପୋର୍ଟ୍ ଏବଂ ଏକ୍ସ୍ପୋର୍ଟ୍ କରନ୍ତୁ
ଆପଣ ଏକ ଡିଜିଟାଲ କ୍ୟାମେରା, ଏକ SD ମେମୋରୀ କାର୍ଡ୍ କିମ୍ବା କ୍ୟାମେରା ଥିବା ଅନ୍ୟ ଏକ iPad କିମ୍ୱା iPhoneରୁ ଫଟୋ ଏବଂ ଭିଡିଓଗୁଡ଼ିକୁ ସିଧାସଳଖ ଫଟୋ ଆପ୍କୁ ଇମ୍ପୋର୍ଟ୍ କରିପାରିବେ। ଆପଣ ନିଜର ଫଟୋ ଏବଂ ଭିଡିଓଗୁଡିକର ପରିବର୍ତ୍ତିତ ହୋଇନଥିବା ଭର୍ଶନ୍ଗୁଡ଼ିକ ସିଧାସଳଖ ଏକ ବାହ୍ଯ ଡ୍ରାଇଭ୍, ମେମୋରି କାର୍ଡ୍ କିମ୍ୱା ଅନ୍ୟ ଷ୍ଟୋରେଜ୍ ଡିଭାଇସ୍କୁ ଏକ୍ସ୍ପୋର୍ଟ୍ କରିପାରିବେ ଯାହା ଆପଣଙ୍କ iPad ସହ ସଂଯୁକ୍ତ ଅଛି।
ଆପଣଙ୍କ iPadକୁ ଫଟୋ ଏବଂ ଭିଡିଓ ଇମ୍ପୋର୍ଟ୍ କରନ୍ତୁ
ଆପଣଙ୍କ iPadରେ ଥିବା ଫଟୋ ଆପ୍କୁ ଏକ ଡିଜିଟଲ୍ କ୍ୟାମେରା କିମ୍ୱା ଏକ ଏକ୍ସଟର୍ନଲ୍ ଡ୍ରାଇଭ୍ ପରି ଅନ୍ୟ ଡିଭାଇସ୍ରେ ସେଭ୍ ହୋଇଥିବା ଫଟୋ ଏବଂ ଭିଡିଓଗୁଡ଼ିକ ଇମ୍ପୋର୍ଟ୍ କରନ୍ତୁ।
Lightning କିମ୍ୱା USB-C କନେକ୍ଟ୍ର୍ରେ କ୍ୟାମେରା ଆଡାପ୍ଟର୍ କିମ୍ୱା କାର୍ଡ୍ ରିଡର୍ ଇନ୍ସର୍ଟ କରନ୍ତୁ, କିମ୍ୱା ଡିଭାଇସ୍କୁ ସିଧାସଳଖ ଆପଣଙ୍କ iPad ସହ ସଂଯୋଗ କରନ୍ତୁ।
ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:
ଗୋଟିଏ କ୍ୟାମେରା ସଂଯୋଗ କରନ୍ତୁ: ଆଡପ୍ଟର୍କୁ କ୍ୟାମେରା ସହ ସଂଯୋଗ କରନ୍ତୁ, ତା’ପରେ କ୍ୟାମେରାକୁ ଚାଲୁ କରନ୍ତୁ ଏବଂ ଏହା ଟ୍ରାନ୍ସଫର୍ ମୋଡ୍ରେ ଥିବା ନିଶ୍ଚିତ କରନ୍ତୁ। ଅଧିକ ସୂଚନା ପାଇଁ, କ୍ୟାମେରା ସହିତ ଆସିଥିବା ଡକ୍ଯୁମେଣ୍ଟ୍ ଦେଖନ୍ତୁ।
ଏକ ବାହ୍ୟ ଷ୍ଟୋରେଜ୍ ଡିଭାଇସ୍ ସଂଯୋଗ କରନ୍ତୁ କିମ୍ବା SD ମେମୋରୀ କାର୍ଡ୍କୁ କାର୍ଡ୍ ରୀଡର୍ରେ ଇନ୍ସର୍ଟ୍ କରନ୍ତୁ: ରୀଡର୍ରେ ଥିବା ସ୍ଲଟ୍ ଭିତରେ କାର୍ଡ୍କୁ ବଳପୂର୍ବକ ଭର୍ତ୍ତି କରନ୍ତୁ ନାହିଁ; ଏହା କେବଳ ଗୋଟିଏ ଉପାୟରେ ଫିଟ୍ ହୋଇଥାଏ।
ଗୋଟିଏ iPhone କିମ୍ବା iPad ସହ ସଂଯୋଗ କରନ୍ତୁ: କ୍ୟାମେରା ଆଡାପ୍ଟର୍ ସହିତ ସଂଯୋଗ କରିବାକୁ ଡିଭାଇସ୍ ସହିତ ଆସିଥିବା Lightning ଆଡାପ୍ଟର୍ କିମ୍ବା USB-C କେବଲ୍ ବ୍ୟବହାର କରନ୍ତୁ। ଡିଭାଇସ୍ ଚାଲୁ ଏବଂ ଅନ୍ଲକ୍ କରନ୍ତୁ।
ଆପଣଙ୍କ iPadରେ ଫଟୋ ଆପ୍
କୁ ଯାଆନ୍ତୁ।“ଇମ୍ପୋର୍ଟ୍ କରନ୍ତୁ”ରେ ଟାପ୍ କରନ୍ତୁ।
ଆପଣ ଇମ୍ପୋର୍ଟ୍ କରିବାକୁ ଚାହୁଁଥିବା ଫଟୋ ଏବଂ ଭିଡିଓ ଚୟନ କରନ୍ତୁ, ତା’ପରେ ଆପଣଙ୍କ ଇମ୍ପୋର୍ଟ୍ ଗନ୍ତବ୍ଯ ଚୟନ କରନ୍ତୁ।
ସମସ୍ତ ଆଇଟମ୍ ଇମ୍ପୋର୍ଟ୍ କରନ୍ତୁ: “ସବୁ ଇମ୍ପୋର୍ଟ୍ କରନ୍ତୁ”ରେ ଟାପ୍ କରନ୍ତୁ।
ଚୟନିତ ଆଇଟମ୍ ଇମ୍ପୋର୍ଟ୍ କରନ୍ତୁ: ଆପଣ ଇମ୍ପୋର୍ଟ୍ କରିବାକୁ ଚାହୁଁଥିବା ଆଇଟମ୍ରେ ଟାପ୍ କରନ୍ତୁ (ପ୍ରତ୍ୟକ ପାଇଁ ଏକ ଚେକ୍ମାର୍କ୍ ଦେଖାଯାଏ), “ଇମ୍ପୋର୍ଟ୍ କରନ୍ତୁ” ରେ ଟାପ୍ କରନ୍ତୁ, ତା’ପରେ “ଚୟନିତଗୁଡ଼ିକୁ ଇମ୍ପୋର୍ଟ୍ କରନ୍ତୁ”ରେ ଟାପ୍ କରନ୍ତୁ।
ଫଟୋ ଏବଂ ଭିଡିଓ ଇମ୍ପୋର୍ଟ୍ ହେବା ପରେ, ସେଗୁଡ଼ିକୁ କ୍ୟାମେରା, କାର୍ଡ୍, iPhone କିମ୍ବା iPadରେ ରଖନ୍ତୁ କିମ୍ବା ଡିଲିଟ୍ କରନ୍ତୁ।
କ୍ୟାମେରା ଆଡପ୍ଟର୍ କିମ୍ବା କାର୍ଡ୍ ରୀଡର୍ ସଂଯୋଗ ବିଚ୍ଛିନ୍ନ କରନ୍ତୁ।
ଏକ ଏକ୍ସଟର୍ନଲ୍ ଷ୍ଟୋରେଜ୍ ଡିଭାଇସ୍କୁ ଫଟୋ ଏବଂ ଭିଡିଓ ଏକ୍ସପୋର୍ଟ୍ କରନ୍ତୁ
ଆପଣ ନିଜ iPadରେ ଉଠାଇଥିବା ଫଟୋ ଏବଂ ଭିଡିଓକୁ ସିଧାସଳଖ ଏକ ଏକ୍ସଟର୍ନଲ୍ ଡ୍ରାଇଭ୍, ଏକ ମେମୋରି କାର୍ଡ୍ କିମ୍ବା ଅନ୍ଯ ଷ୍ଟୋରେଜ୍ ଡିଭାଇସ୍କୁ ଏକ୍ସପୋର୍ଟ୍ କରିପାରିବେ।
ଧ୍ୟାନ ଦିଅନ୍ତୁ: ଏଡିଟ୍ କରାଯାଇଥିବା ଫଟୋ ଏବଂ ଭିଡିଓଗୁଡ଼ିକ ପାଇଁ, ଅଣପରିବର୍ତ୍ତିତ ମୂଳ ଭର୍ଶନ୍ ଏକ୍ସପୋର୍ଟ୍ କରାଯିବ।
Lightning କିମ୍ୱା USB-C କନେକ୍ଟ୍ର୍ ବ୍ୟବହାର କରି ଷ୍ଟୋରେଜ୍ ଡିଭାଇସ୍କୁ ଆପଣଙ୍କ iPad ସହ ସଂଯୋଗ କରନ୍ତୁ କିମ୍ୱା ଡିଭାଇସ୍କୁ ସିଧାସଳଖ ଆପଣଙ୍କ iPadକୁ ସଂଯୋଗ କରନ୍ତୁ।
ଆପଣଙ୍କ iPadରେ ଫଟୋ ଆପ୍
କୁ ଯାଆନ୍ତୁ।ଆପଣ ଏକ୍ସପୋର୍ଟ୍ କରିବାକୁ ଚାହୁଁଥିବା ଫଟୋ ଏବଂ ଭିଡିଓ ଚୟନ କରନ୍ତୁ।
ରେ ଟାପ୍ କରନ୍ତୁ, ତା’ପରେ “ଅସଂଶୋଧିତ ଅରିଜିନଲ୍କୁ ଏକ୍ସ୍ପୋର୍ଟ୍ କରନ୍ତୁ”ରେ ଟାପ୍ କରନ୍ତୁ।ଆପଣଙ୍କ ଷ୍ଟୋରେଜ୍ ଡିଭାଇସ୍ରେ ଟାପ୍ କରନ୍ତୁ (ଲୋକେଶନ୍ ତଳେ), ତା’ପରେ “ସେଭ୍ କରନ୍ତୁ”ରେ ଟାପ୍ କରନ୍ତୁ।
ଆଲ୍ବମ୍ ଲକ୍ ଥିଲେ ଲୁକ୍କାୟିତ ଆଲ୍ବମ୍ରେ ଥିବା ଫଟୋ ଏବଂ ଭିଡିଓକୁ ଟ୍ରାନ୍ସ୍ଫର୍ କରି ହେବ ନାହିଁ। ଏହାକୁ ଅନ୍ଲକ୍ କରିବା ପାଇଁ, ସେଟିଂସ୍
> ଆପ୍ > ଫୋଟୋକୁ ଯାଆନ୍ତୁ, ତା’ପରେ Face ID, Touch ID କିମ୍ବା ପାସ୍କୋଡ୍ ବ୍ଯବହାର କରିବା ବନ୍ଦ କରନ୍ତୁ।