iPad ରେ ଥିବା Safari ସହିତ ଆରମ୍ଭ କରନ୍ତୁ

Safari ଆପ୍ ଆପଣଙ୍କ iPad କୁ ଇଣ୍ଟର୍‌ନେଟ୍ ଆଣିଥାଏ। ଆପଣ ୱେବ୍ ବ୍ରାଉଜ୍ କରିପାରିବେ, ପରେ ପୁନଃ ଭିଜିଟ୍ କରିବା ପାଇଁ ୱେବ୍‌ସାଇଟ୍‌କୁ ବୁକ୍‌ମାର୍କ୍ କରିପାରିବେ, ଆପଣଙ୍କ ବ୍ରାଉଜିଂ ଆକ୍ଟିଭିଟିକୁ ଗୋପନୀୟ ରଖିବା ସହ ଅନେକ କିଛି କରିପାରିବେ।

Safari ର ଆରମ୍ଭ ପୃଷ୍ଠା ଫେଭରିଟ୍ ଏବଂ ରୀଡିଂ ଲିଷ୍ଟ୍ ପାଇଁ ବିଭାଗ ସହିତ ଦେଖାଇଛି। ଶୀର୍ଷରେ ବାମରୁ ଡାହାଣକୁ, ସାଇଡ୍‌ବାର୍‌ ବଟନ୍, ପୂର୍ବବର୍ତ୍ତୀ ବଟନ୍‌, ସର୍ଚ୍ଚ୍‌ ଫିଲ୍ଡ୍‌, ଶେୟର୍ ବଟନ୍, ନୂଆ ଟାବ୍‌ ବଟନ୍ ଏବଂ ଟାବ୍‌ ଓଭର୍‌ଭ୍ଯୂ ବଟନ୍ ଅଛି।

ଏଠାରେ ବ୍ରାଉଜ୍ କରିବା ଆରମ୍ଭ କରନ୍ତୁ

Safari ର ଆରମ୍ଭ ପୃଷ୍ଠା ହେଉଛି ଆପଣଙ୍କ ଫେଭରିଟ୍, ରୀଡିଂ ଲିଷ୍ଟ୍, ପରାମର୍ଶ ଇତ‍୍ୟାଦିକୁ ସହଜ ଆକ୍ସେସ୍ ସହିତ ବ୍ରାଉଜ୍ କରିବା ଏବଂ ଆପଣଙ୍କ ପସନ୍ଦକୁ କଷ୍ଟମାଇଜ୍ କରିବା ପାଇଁ ସ୍ଥାନ। Safari ଆପ୍ ଖୋଲନ୍ତୁ, କିମ୍ବା “ଟାବ୍” ବଟନ୍‌ ରେ ଟାପ୍ କରନ୍ତୁ, ତା’ପରେ ଏକ ନୂଆ ଷ୍ଟାର୍ଟ୍ ପେଜ୍ ଖୋଲିବା ପାଇଁ “ଯୋଡ଼ନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ।

ଏକ ଖୋଲା ୱେବ୍‌ପୃଷ୍ଠା। AirDrop, ମେସେଜ୍, Mail, ନୋଟ୍, କପି, “ବୁକ୍‌ମାର୍କ୍‌ରେ ଯୋଡ଼ନ୍ତୁ”, “ରୀଡିଂ ଲିଷ୍ଟ୍‌ରେ ଯୋଡ଼ନ୍ତୁ” ଇତ୍ଯାଦି ପାଇଁ ବିକଳ୍ପ ଦେଖାଉଥିବା ଶେୟର୍ ବଟନ୍‌କୁ ଟାପ୍ କରାଯାଇଛି।

ଓ୍ବେବ୍‌ସାଇଟ୍‌କୁ ବୁକ୍‌ମାର୍କ୍‌ କରନ୍ତୁ

ପରେ ପୁନଃ ଭିଜିଟ୍ କରିବା ପାଇଁ ଏକ ୱେବ୍‌ସାଇଟ୍‌କୁ ସେଭ୍ କରନ୍ତୁ। ସର୍ଚ୍ଚ୍ ଫିଲ୍ଡ୍‌ର ଡାହାଣ ପଟେ ଥିବା “ଶେୟର୍ କରନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ, ତା’ପରେ “ବୁକ୍‌ମାର୍କ୍‌ରେ ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ।

Safari ୱିଣ୍ଡୋର ବାମ ପାର୍ଶ୍ୱରେ ଥିବା Safari ସାଇଡ୍‌ବାର୍‌‌ ଖୋଲା ଅଛି, ପ୍ରାଇଭେଟ୍‌ ଚୟନ କରାଯାଇଛି। ଡାହାଣ ପଟେ ଏକ ବ‍୍ୟାଖ‍୍ୟା ଅଛି ଯାହା Safari ଆପଣଙ୍କ ବ୍ରାଉଜିଂ ମନେ ରଖିବ ନାହିଁ।

ଗୋପନୀୟ ଭାବରେ ବ୍ରାଉଜ୍ କରନ୍ତୁ

ଆପଣଙ୍କ ବ୍ରାଉଜିଂ ଆକ୍ଟିଭିଟିକୁ ନିଜ ପାଖରେ ରଖନ୍ତୁ। ଆପଣ ପ୍ରାଇଭେଟ୍ ବ୍ରାଉଜିଂ ବ୍ଯବହାର କରିବା ସମୟରେ, ଆପଣ ଖୋଲୁଥିବା ଟାବ୍‌ iPad ର ହିଷ୍ଟ୍ରି କିମ୍ବା ଆପଣଙ୍କ ଅନ୍ଯ ଡିଭାଇସ୍‌ରେ ଥିବା ଟାବ୍‌ ଲିଷ୍ଟ୍‌ରେ ଦେଖାଯିବ ନାହିଁ। “ସାଇଡ୍‌ବାର୍ ଦେଖାନ୍ତୁ” ବଟନ୍ ରେ ଟାପ୍‌ କରନ୍ତୁ, ତା’ପରେ "ପ୍ରାଇଭେଟ୍"ରେ ଟାପ୍‌ କରନ୍ତୁ।

Safari ରେ, ସାଇଡ୍‌ବାର୍‌ର ବାମ ପାର୍ଶ୍ୱରେ ରୀଡିଂ ଲିଷ୍ଟ୍ ଖୋଲା ଅଛି ଏବଂ ରୀଡିଂ ଲିଷ୍ଟ୍‌ରେ ସେଭ୍ ହୋଇଥିବା ଓ୍ବେବ୍‌ସାଇଟ୍‌ଗୁଡ଼ିକର ଏକ ଲିଷ୍ଟ୍ ଡିସ୍‌ପ୍ଲେ କରେ। ଡାହାଣ ପାର୍ଶ୍ୱରେ ଦେଖାଯାଉଥିବା ଏକ ଫିଜିକ୍ସ୍ ଆର୍ଟିକଲ୍।

କୁକି କାଢ଼ନ୍ତୁ ଏବଂ ଆପଣଙ୍କ କ‍୍ୟାଶ୍ କ୍ଲିଅର୍ କରନ୍ତୁ

ଆପଣଙ୍କ ଲୋକେଶନ୍ ବ୍ଯବହାର କରିବା ପାଇଁ (କିମ୍ବା ଆପଣଙ୍କୁ ନୋଟିଫିକେଶନ୍ ପଠାଇବା ପାଇଁ) ଏବଂ ଆପଣଙ୍କ ବ୍ରାଉଜିଂ ହିଷ୍ଟ୍ରି ଇରେଜ୍‌ କରିବା ପାଇଁ ଆପଣ ୱେବ୍‌ସାଇଟ୍‌କୁ ଦେଇଥିବା ଅନୁମତି ପୂର୍ବ ଭଳି କରିବାକୁ ଆପଣଙ୍କ iPad ରେ କୁକି କାଢ଼ି ଦିଅନ୍ତୁ ଏବଂ କ‍୍ୟାଶ୍ କ୍ଲିଅର୍ କରନ୍ତୁ। “ସାଇଡ୍‌ବାର୍ ଦେଖାନ୍ତୁ” ବଟନ୍ ରେ ଟାପ୍ କରନ୍ତୁ, ହିଷ୍ଟ୍ରିରେ ଟାପ୍ କରନ୍ତୁ, “ଅଧିକ” ବଟନ୍‌ ରେ ଟାପ୍ କରନ୍ତୁ, ତା’ପରେ “କ୍ଲିଅର୍‌ କରନ୍ତୁ”ରେ ଟାପ୍ କରନ୍ତୁ।

ନୋଟ୍: Safariରେ ଆପଣଙ୍କ ବ୍ରାଉଜିଂ ହିଷ୍ଟ୍ରି କ୍ଲିଅର୍‌ କରିବା ଦ୍ୱାରା ଆପଣ ପରିଦର୍ଶନ କରିଥିବା ଓ୍ବେବ୍‌ସାଇଟ୍‌ ଦ୍ବାରା ସ୍ୱାଧୀନ ଭାବରେ ରଖାଯାଇଥିବା କୌଣସି ବ୍ରାଉଜିଂ ହିଷ୍ଟ୍ରି କିମ୍ବା ଅନ୍ଯ ଆପ୍‌ର ବ୍ରାଉଜିଂ ହିଷ୍ଟ୍ରି କ୍ଲିଅର୍‌ ହୁଏ ନାହିଁ।