iPadକୁ ସକ୍ରିୟ, ଅନ୍‌ଲକ୍ ଏବଂ ଲକ୍ କରନ୍ତୁ

iPad ପାୱର୍ ସେଭ୍ କରିବା ପାଇଁ ଡିସ୍‌ପ୍ଲେକୁ ବନ୍ଦ କରିଥାଏ, ସୁରକ୍ଷା ପାଇଁ ଲକ୍ କରିଥାଏ ଏବଂ ଆପଣ ଏହାକୁ ବ‍୍ୟବହାର କରୁନଥିବା ସମୟରେ ସ୍ଲୀପ୍‌ ମୋଡ୍‌କୁ ଚାଲିଯାଇଥାଏ। ଆପଣ iPadକୁ ପୁନର୍ବାର ବ୍ଯବହାର କରିବାକୁ ଚାହିଁଲେ, ଏହାକୁ ଶୀଘ୍ର ସକ୍ରିୟ ଏବଂ ଅନ୍‌ଲକ୍ କରିପାରିବେ।

iPadକୁ ସକ୍ରିୟ କରନ୍ତୁ

iPadକୁ ସକ୍ରିୟ କରିବା ପାଇଁ, ନିମ୍ନଲିଖିତ ମଧ୍ଯରୁ ଗୋଟିଏ କରନ୍ତୁ:

Face ID ସାହାଯ‍୍ୟରେ iPad ଅନ୍‌ଲକ୍ କରନ୍ତୁ

ଯଦି ଆପଣଙ୍କ ପାଖରେ Face ID ଥିବା iPad ଅଛି, କିନ୍ତୁ ଆପଣ ସେଟ୍ଅପ୍ ସମୟରେ Face ID ଚାଲୁ କରିନାହାଁନ୍ତି, ତେବେ Face ID ସେଟ୍ ଅପ୍ କରନ୍ତୁ ଦେଖନ୍ତୁ। ଏହାପରେ ଏହି ଷ୍ଟେପ୍‌ଗୁଡ଼ିକୁ ଅନୁସରଣ କରନ୍ତୁ:

  1. ସ୍କ୍ରୀନ୍ ଉପରେ ଟାପ୍ କରନ୍ତୁ, ତା’ପରେ ଆପଣଙ୍କ iPad ଉପରେ ନଜର ପକାନ୍ତୁ।

    iPad ଅନ୍‌ଲକ୍ ହୋଇଛି ବୋଲି ଦର୍ଶାଇବା ପାଇଁ ଲକ୍ ଆଇକନ୍ “ବନ୍ଦ ଅଛି”ରୁ “ଖୋଲା ଅଛି”କୁ ଆନିମେଟ୍ କରେ।

  2. ସ୍କ୍ରୀନ୍‌ ତଳରୁ ଉପରକୁ ସ୍ୱାଇପ୍ କରନ୍ତୁ।

iPadକୁ ପୁନର୍ବାର ଲକ୍ କରିବାକୁ, ଶୀର୍ଷ ବଟନ୍ ଦବାନ୍ତୁ। ଯଦି ଆପଣ ଏକ ମିନିଟ୍ କିମ୍ବା ତା’ଠାରୁ ଅଧିକ ସମୟ ପାଇଁ ସ୍କ୍ରୀନ୍ ସ୍ପର୍ଶ ନକରନ୍ତି, ତେବେ iPad ସ୍ୱୟଂଚାଳିତ ଭାବରେ ଲକ୍ ହୋଇଥାଏ। ତଥାପି, ଯଦି ସେଟିଂସ୍  > Face ID ଓ ପାସ୍‌କୋଡ୍‌ରେ ଧ‍୍ୟାନ ପ୍ରତି ସଚେତନ ଫୀଚର୍ ଚାଲୁ ଥାଏ, ତେବେ ଧ‍୍ୟାନ ଚିହ୍ନଟ ନହେବା ପର୍ଯ‍୍ୟନ୍ତ iPad ଡିମ୍ କିମ୍ବା ଲକ୍ ହେବ ନାହିଁ।

Touch ID ଦ୍ବାରା iPadକୁ ଅନ୍‌ଲକ୍ କରନ୍ତୁ

ଯଦି ଆପଣଙ୍କ ପାଖରେ Touch ID ସହିତ iPad ଅଛି କିନ୍ତୁ ଆପଣ ସେଟ୍‌ ଅପ୍‌ କରିବା ସମୟରେ Touch ID ଚାଲୁ କରି ନାହାନ୍ତି, ତେବେ Touch ID ସେଟ୍‌ ଅପ୍‌ କରନ୍ତୁ। ନିମ୍ନୋକ୍ତ ମଧ୍ୟରୁ ଯେକୌଣସି ଗୋଟିଏ ଚାଲୁ କରନ୍ତୁ:

  • ହୋମ୍ ବଟନ୍ ଥିବା iPadରେ: Touch ID ସହିତ ଆପଣ ପଞ୍ଜିକୃତ କରିଥିବା ଆଙ୍ଗୁଠି ବ୍ଯବହାର କରି ହୋମ୍ ବଟନ୍‌କୁ ଦବାନ୍ତୁ।

    iPadର ତଳ ଭାଗରେ ଥିବା ହୋମ୍ ବଟନ୍ (Touch ID)।
  • iPad (10ମ ଜେନେରେଶନ୍ ଏବଂ ପରବର୍ତ୍ତୀ ଭର୍ଶନ୍), iPad mini (6ଷ୍ଠ ଜେନେରେଶନ୍), iPad mini (A17 Pro) ଏବଂ iPad Air (4ର୍ଥ ଜେନେରେଶନ୍ ଏବଂ ପରବର୍ତ୍ତୀ ଭର୍ଶନ୍)ରେ: Touch ID ସହିତ ପଞ୍ଜୀକୃତ ହୋଇଥିବା ଆଙ୍ଗୁଠି ବ୍ଯବହାର କରି ଶୀର୍ଷ ବଟନ୍ (Touch ID) ଉପରେ ଆପଣଙ୍କ ଆଙ୍ଗୁଳି ରଖନ୍ତୁ।

    iPadର ଶୀର୍ଷ ଡାହାଣ ପଟେ ଥିବା ବଟନ୍‌କୁ ଇଙ୍ଗିତ କରୁଥିବା ଏକ ସବୁଜ ତୀର।

iPadକୁ ପୁନର୍ବାର ଲକ୍ କରିବାକୁ, ଶୀର୍ଷ ବଟନ୍ ଦବାନ୍ତୁ। ଯଦି ଆପଣ ଏକ ମିନିଟ୍ କିମ୍ବା ତା’ଠାରୁ ଅଧିକ ସମୟ ପାଇଁ ସ୍କ୍ରୀନ୍ ସ୍ପର୍ଶ ନକରନ୍ତି, ତେବେ iPad ସ୍ୱୟଂଚାଳିତ ଭାବରେ ଲକ୍ ହୋଇଥାଏ।

ପାସ୍‌କୋଡ୍ ସାହାଯ‍୍ୟରେ iPad ଅନ୍‌ଲକ୍ କରନ୍ତୁ

ଯଦି ଆପଣ iPad ସେଟ୍ ଅପ୍ କରିବା ସମୟରେ ପାସ୍‌କୋଡ୍‌ ତିଆରି କରିନଥାନ୍ତି, ତେବେ ପାସ୍‌କୋଡ୍‌ ସେଟ୍ କରନ୍ତୁ ଦେଖନ୍ତୁ। ଏହାପରେ ଏହି ଷ୍ଟେପ୍‌ଗୁଡ଼ିକୁ ଅନୁସରଣ କରନ୍ତୁ:

  1. ହୋମ୍ ବଟନ୍ ଦବାନ୍ତୁ (ଏକ ହୋମ୍ ବଟନ୍ ସହିତ ଏକ iPadରେ) କିମ୍ବା ଲକ୍ ସ୍କ୍ରୀନ୍‌ର ତଳ ଭାଗରୁ ଉପରକୁ ସ୍ବିପ୍‌ କରନ୍ତୁ (ଅନ୍ଯ iPad ମଡେଲ୍‌ରେ)।

  2. ଆପଣଙ୍କ ପାସ୍‌କୋଡ୍ ଲେଖନ୍ତୁ।

iPad ଲକ୍ କରନ୍ତୁ

ଆପଣ iPadକୁ ଲକ୍ କରିପାରିବେ ଏବଂ ନିମ୍ନଲିଖିତ ପଦ୍ଧତି ବ୍ଯବହାର କରି ସ୍କ୍ରୀନ୍‌ ବନ୍ଦ କରିପାରିବେ: