ଆପ୍ Exposé

ଆପ୍‌ Exposé ହେଉଛି ଆପଣଙ୍କ ଏକ ନିର୍ଦ୍ଦିଷ୍ଟ ଆପ୍‌ର ସମସ୍ତ ଖୋଲା ଥିବା ୱିଣ୍ଡୋର ଏକ ଡିସ୍‌ପ୍ଲେ।

ଆପ୍‌ Exposé ଖୋଲିବା ପାଇଁ, ନିମ୍ନଲିଖିତ ଯେକୌଣସି କାର୍ଯ୍ୟ କରନ୍ତୁ:

  • Exposé ଖୋଲନ୍ତୁ ଏବଂ ୱିଣ୍ଡୋଗୁଡ଼ିକ ମଧ‍୍ୟରୁ ଗୋଟିଏ ଆପ୍ ଆଇକନ୍‌ରେ ଟାପ୍ କରନ୍ତୁ।

  • ହୋମ୍ ସ୍କ୍ରୀନ୍, Dock କିମ୍ବା ଆପ୍ ଲାଇବ୍ରେରିରେ ଏକ ଆପ୍‌ର ଆଇକନ୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ, ତା’ପରେ “ସବୁ ୱିଣ୍ଡୋ ଦେଖାନ୍ତୁ”ରେ ଟାପ୍ କରନ୍ତୁ।

  • ଏକ ଖୋଲା ଆପ୍‌ରେ, ମେନ‍୍ୟୂ ବାର୍‌ ଖୋଲନ୍ତୁ, ୱିଣ୍ଡୋ ମେନ‍୍ୟୂରେ ଟାପ୍ କରନ୍ତୁ, ତା’ପରେ “ସବୁ ୱିଣ୍ଡୋ ଦେଖାନ୍ତୁ”କୁ ବାଛନ୍ତୁ।

ଅଧିକ ଆପ୍ ଦେଖିବା ପାଇଁ, ଡାହାଣକୁ ସ୍ୱାଇପ୍ କରନ୍ତୁ। ଆପ୍ Exposé ବନ୍ଦ କରିବା ପାଇଁ, ସ୍କ୍ରୀନ୍‌ରେ ଟାପ୍ କରନ୍ତୁ କିମ୍ବା ହୋମ୍ ବଟନ୍‌ ଦବାନ୍ତୁ (ଏକ ହୋମ୍ ବଟନ୍ ଥିବା iPad ରେ)।