AutoMix
AutoMix, DJ ଭଳି ଗୀତ ମଧ୍ୟରେ ବାଧାବିହୀନ ଭାବରେ ଟ୍ରାଞ୍ଜିଶନ୍ ହୋଇଥାଏ। iOS 26, iPadOS 26, macOS Tahoe, visionOS 26 କିମ୍ବା ପରବର୍ତ୍ତୀ ଭର୍ଶନ୍ ଥିବା iPhone, iPad, Apple silicon ଥିବା Mac ଏବଂ Apple Vision Pro ରେ Apple Music କ୍ୟାଟାଲଗ୍ର ମ୍ୟୂଜିକ୍ ସହିତ AutoMix କାର୍ଯ୍ୟ କରେ।
AutoMix, ମ୍ଯୂଜିକ୍ ଉପରେ ନିର୍ଭର କରି ସ୍ୱୟଂଚାଳିତ ଭାବରେ ସର୍ବୋତ୍ତମ ଟ୍ରାଞ୍ଜିଶନ୍ ଚୟନ କରେ। ଉଦାହରଣ ସ୍ୱରୂପ, AutoMix ଏକ ଟ୍ରାକର୍ ଆରମ୍ଭ ଏବଂ ଶେଷରେ ନୀରବତାକୁ କାଢ଼ିପାରେ କିମ୍ବା ଉପଯୁକ୍ତ ସମୟରେ ଅଧିକ ଜଟିଳ ଟ୍ରାଞ୍ଜିଶନ୍ ପରିବର୍ତ୍ତେ, ଏକ ସରଳ କ୍ରସ୍ଫେଡ୍ ପ୍ରଦର୍ଶନ କରିପାରେ।
ଧ୍ୟାନ ଦିଅନ୍ତୁ: ଆଲ୍ବମ୍ ଏବଂ କେତେକ ଶୈଳୀ ଟ୍ରାଞ୍ଜିଶନ୍ ବିନା ଚାଲିଥାଏ।
AutoMix ଡିଫଲ୍ଟ୍ ଭାବରେ ଚାଲୁ ଅଛି। ଆପଣ ଏହାକୁ କ୍ଯୂ’ରେ କିମ୍ବା ସେଟିଂସ୍ରେ ବନ୍ଦ କରିପାରିବେ।