iPad ସହିତ ଯୋଗାଯୋଗ କରିବା ପାଇଁ ମୌଳିକ ଜେଶ୍ଚର୍ ଶିଖନ୍ତୁ
iPad ଏବଂ ଏହାର ଆପ୍ଗୁଡ଼ିକୁ କିଛି ସରଳ ଜେଶ୍ଚର୍ ବ୍ୟବହାର କରି ନିୟନ୍ତ୍ରଣ କରନ୍ତୁ-ଟାପ୍, ସ୍ପର୍ଶ କରି ହୋଲ୍ଡ୍, ସ୍ୱାଇପ୍, ସ୍କ୍ରୋଲ୍ ଏବଂ ଜୂମ୍।
ପ୍ରତୀକ | ଜେଶ୍ଚର୍ | ||||||||||
|---|---|---|---|---|---|---|---|---|---|---|---|
ଟାପ୍ କରନ୍ତୁ। ସ୍କ୍ରୀନ୍ ଉପରେ ଏକ ଆଇଟମ୍କୁ ଗୋଟିଏ ଆଙ୍ଗୁଠିରେ ସଂକ୍ଷିପ୍ତ ଭାବରେ ସ୍ପର୍ଶ କରନ୍ତୁ। ଉଦାହରଣ ସ୍ୱରୂପ, ଏକ ଆପ୍ ଖୋଲିବା ପାଇଁ ହୋମ୍ ସ୍କ୍ରୀନ୍ରେ ଏହାର ଆଇକନ୍ ଉପରେ ଟାପ୍ କରନ୍ତୁ। | |||||||||||
ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ। କିଛି ନ ହେବା ପର୍ଯ୍ୟନ୍ତ ସ୍କ୍ରୀନ୍ରେ ଏକ ଆଇଟମ୍କୁ ଦବାଇ ରଖନ୍ତୁ। ଉଦାହରଣ ସ୍ୱରୂପ, ଯଦି ଆପଣ ହୋମ୍ ସ୍କ୍ରୀନ୍ର ୱାଲ୍ପେପର୍କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତି, ତେବେ ଆପ୍ ଆଇକନ୍ଗୁଡ଼ିକ ଜିଗଲ୍ କରିବା ଆରମ୍ଭ କରନ୍ତି। | |||||||||||
ସ୍ୱାଇପ୍ କରନ୍ତୁ। ଗୋଟିଏ ଆଙ୍ଗୁଠିକୁ ସ୍କ୍ରୀନ୍ ଉପରେ ଶୀଘ୍ର ଶୀଘ୍ର ମୂଭ୍ କରନ୍ତୁ। ଉଦାହରଣ ସ୍ୱରୂପ, ଅଧିକ ଆପ୍ ଦେଖିବା ପାଇଁ ହୋମ୍ ସ୍କ୍ରୀନ୍ରେ ବାମକୁ ସ୍ୱାଇପ୍ କରନ୍ତୁ। | |||||||||||
ସ୍କ୍ରୋଲ୍ କରନ୍ତୁ। ଗୋଟିଏ ଆଙ୍ଗୁଠିକୁ ବିନା ଉଠେଇ ସ୍କ୍ରୀନ୍ ଉପରେ ମୂଭ୍ କରନ୍ତୁ। ଉଦାହରଣ ସ୍ୱରୂପ, ଫଟୋ ଆପ୍ରେ ଅଧିକ ଦେଖିବା ପାଇଁ ଆପଣ ଏକ ଲିଷ୍ଟ୍କୁ ଉପର କିମ୍ବା ତଳକୁ ଡ୍ରାଗ୍ କରିପାରିବେ। ଶୀଘ୍ର ସ୍କ୍ରୋଲ୍ କରିବା ପାଇଁ ସ୍ୱାଇପ୍ କରନ୍ତୁ; ସ୍କ୍ରୋଲିଂ ବନ୍ଦ କରିବାକୁ ସ୍କ୍ରୀନ୍ରେ ସ୍ପର୍ଶ କରନ୍ତୁ। | |||||||||||
ଜୂମ୍ କରନ୍ତୁ। ସ୍କ୍ରୀନ୍ରେ ଦୁଇଟି ଆଙ୍ଗୁଠି ପରସ୍ପର ପାଖରେ ରଖନ୍ତୁ। ଜୂମ୍ ଇନ୍ କରିବା ପାଇଁ ସେଗୁଡ଼ିକୁ ଅଲଗା କରନ୍ତୁ କିମ୍ବା ଜୂମ୍ ଆଉଟ୍ କରିବା ପାଇଁ ସେଗୁଡ଼ିକୁ ପରସ୍ପର ଆଡ଼କୁ ମୂଭ୍ କରନ୍ତୁ। ଜୂମ୍ ଇନ୍ କରିବା ପାଇଁ ଆପଣ ଫଟୋ କିମ୍ବା ୱେବ୍ପେଜ୍ ଉପରେ ମଧ୍ଯ ଡବଲ୍-ଟାପ୍ କରିପାରିବେ ଏବଂ ଜୂମ୍ ଆଉଟ୍ କରିବା ପାଇଁ ପୁଣିଥରେ ଡବଲ୍-ଟାପ୍ କରିପାରିବେ। ମ୍ଯାପ୍ରେ, ଡବଲ୍-ଟାପ୍ କରି ହୋଲ୍ଡ୍ କରନ୍ତୁ, ତା’ପରେ ଜୂମ୍ ଇନ୍ କରିବା ପାଇଁ ଉପରକୁ କିମ୍ବା ଜୂମ୍ ଆଉଟ୍ କରିବା ପାଇଁ ତଳକୁ ଡ୍ରାଗ୍ କରନ୍ତୁ। | |||||||||||
ଯଦି ଆପଣ Magic Trackpad କିମ୍ବା Magic Mouse ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ଟ୍ରାକ୍ପ୍ଯାଡ୍ କିମ୍ବା ମାଉସ୍ରେ କାମ କରୁଥିବା ଜେଶ୍ଚର୍ ପାଇଁ iPad ପାଇଁ ଟ୍ରାକ୍ପ୍ୟାଡ୍ ଜେଶ୍ଟର୍ କିମ୍ବା iPad ପାଇଁ ମାଉସ୍ ଆକ୍ସନ୍ ଏବଂ ଜେଶ୍ଚର୍ ଦେଖନ୍ତୁ।




