iPadରେ ଥିବା “ଖୋଜାଖୋଜି” ଆପ୍ରେ ଏକ ଡିଭାଇସ୍ ଇରେଜ୍ କରନ୍ତୁ
ଏକ iPhone, iPad, iPod touch, Apple Watch କିମ୍ବା Macକୁ ଇରେଜ୍ କରିବା ପାଇଁ “ଖୋଜାଖୋଜି ଆପ୍” ବ୍ଯବହାର କରନ୍ତୁ। ଏକ ଡିଭାଇସ୍କୁ ରିମୋଟ୍ ଭାବରେ ଇରେଜ୍ କରିବା ପାଇଁ ଆପଣଙ୍କୁ ଏହା ହଜିବା ପୂର୍ବରୁ ଖୋଜାଖୋଜି [ଡିଭାଇସ୍]କୁ ଚାଲୁ କରିବା ଆବଶ୍ୟକ।
ଖୋଜାଖୋଜି ଆପ୍ରେ ଏକ ଡିଭାଇସ୍ର ଡେଟା ଇରେଜ୍ କଲେ କ’ଣ ହୁଏ?
ଆପଣଙ୍କ Apple ଆକାଉଣ୍ଟ୍ର ଇମେଲ୍ ଠିକଣାକୁ ଏକ ନିଶ୍ଚିତକରଣ ଇମେଲ୍ ପଠାଯାଇଛି।
ଯେତେବେଳେ ଆପଣ ଖୋଜାଖୋଜି ଆପ୍ ବ୍ଯବହାର କରି ରିମୋଟ୍ ଭାବରେ ଏକ ଡିଭାଇସ୍କୁ ଇରେଜ୍ କରନ୍ତି, ସେତେବେଲେ ଏହାକୁ ସୁରକ୍ଷା ଦେବା ପାଇଁ ସକ୍ରିୟକରଣ ଲକ୍ ଅନ୍ ରହିଥାଏ। ଏହାକୁ ପୁନଃ ସକ୍ରିୟ କରିବା ପାଇଁ ଆପଣଙ୍କର Apple ଆକାଉଣ୍ଟ୍ ପାସ୍ୱର୍ଡ୍ ଆବଶ୍ୟକ।
ଯଦି ଆପଣ iOS 15, iPadOS 15 କିମ୍ବା ପରବର୍ତ୍ତୀ ଭର୍ଶନ୍ ଇନ୍ଷ୍ଟଲ୍ ହୋଇଥିବା ଏକ ଡିଭାଇସ୍କୁ ଇରେଜ୍ କରନ୍ତି, ତେବେ ଆପଣ ଏହି ଡିଭାଇସ୍ରେ ଏକ ସାଉଣ୍ଡ୍ ଠାବ କରିବାକୁ କିମ୍ବା ଚଲାଇବା ପାଇଁ “ଖୋଜାଖୋଜି” ଆପ୍ ବ୍ୟବହାର କରିପାରିବେ। ନଚେତ୍, ଆପଣ ଏହାକୁ ଠାବ କରିବା କିମ୍ୱା ଏଥିରେ ଏକ ସାଉଣ୍ଡ୍ ଚଲାଇବାକୁ ସକ୍ଷମ ହେବେ ନାହିଁ। ଆପଣ ତଥାପି ଆପଣଙ୍କର Mac କିମ୍ବା Apple Watchକୁ ଠାବ କରିବାକୁ ସକ୍ଷମ ହୋଇପାରନ୍ତି ଯଦି ଏହା ପୂର୍ବରୁ ବ୍ଯବହାର କରାଯଇଥିବା Wi-Fi ନେଟ୍ଓ୍ବର୍କ୍ର ନିକଟରେ ଅଛି।
ଏକ ଡିଭାଇସ୍ର ଡେଟା ଇରେଜ୍ କରନ୍ତୁ
ଆପଣଙ୍କ iPadରେ “ଖୋଜାଖୋଜି” ଆପ୍
ଖୋଲନ୍ତୁ।ସ୍କ୍ରୀନ୍ର ନିମ୍ନ-ବାମ ପାର୍ଶ୍ବରେ ଥିବା ଡିଭାଇସ୍ରେ ଟାପ୍ କରନ୍ତୁ, ତା’ପରେ ଆପଣ ଇରେଜ୍ କରିବାକୁ ଚାହୁଁଥିବା ଡିଭାଇସ୍ର ନାମରେ ଟାପ୍ କରନ୍ତୁ।
“ଏହି ଡିଭାଇସ୍କୁ ଇରେଜ୍ କରନ୍ତୁ” ଉପରେ ଟାପ୍ କରନ୍ତୁ, ତା’ପରେ “ଜାରି ରଖନ୍ତୁ” ଉପରେ ଟାପ୍ କରନ୍ତୁ।
ଯଦି ଡିଭାଇସ୍ Mac ହୋଇଥାଏ, ତେବେ ଏହାକୁ ଲକ୍ କରିବା ପାଇଁ ଏକ ପାସ୍କୋଡ୍ ଲେଖନ୍ତୁ (ଏହାକୁ ଅନ୍ଲକ୍ କରିବା ପାଇଁ ଆପଣଙ୍କୁ ପାସ୍କୋଡ୍ ବ୍ୟବହାର କରିବାକୁ ପଡ଼ିବ)।
ଯଦି ଡିଭାଇସ୍ ହଜିଯାଏ ଏବଂ ଆପଣଙ୍କୁ ଏକ ଫୋନ୍ ନମ୍ବର୍ କିମ୍ବା ମେସେଜ୍ ଲେଖିବାକୁ କୁହାଯାଏ, ତେବେ ଆପଣ “ଡିଭାଇସ୍ ହଜିଯାଇଛି” କିମ୍ବା ଆପଣଙ୍କ ସହ କିପରି ଯୋଗାଯୋଗ କରାଯିବ ତାହା ସୂଚାଇ ପାରିବେ। ଡିଭାଇସ୍ର ଲକ୍ ସ୍କ୍ରୀନ୍ରେ ନମ୍ବର୍ ଏବଂ ମେସେଜ୍ ଦେଖାଯାଏ।
ଇରେଜ୍ ଉପରେ ଟାପ୍ କରନ୍ତୁ।
ଆପଣଙ୍କ Apple ଆକାଉଣ୍ଟ୍ ପାସ୍ୱର୍ଡ୍ ଲେଖନ୍ତୁ, ତା’ପରେ “ପୁନଃ ଇରେଜ୍ କରନ୍ତୁ”ରେ ଟାପ୍ କରନ୍ତୁ।
ଯଦି ଆପଣଙ୍କ ଡିଭାଇସ୍ ଅଫ୍ଲାଇନ୍ ଅଛି, ତେବେ ଆପଣ ଇରେଜ୍ ବାକି ଥିବା ଦେଖିବେ। ପରବର୍ତ୍ତୀ ସମୟରେ Wi-Fi କିମ୍ବା ମୋବାଇଲ୍ ନେଟ୍ଓ୍ବର୍କ୍ ସହିତ ସଂଯୋଗ ହେଲେ ରିମୋଟ୍ ଇରେଜ୍ ଆରମ୍ଭ ହୋଇଥାଏ।
ଇରେଜ୍ କରିବା ବାତିଲ କରନ୍ତୁ
ଯଦି ଆପଣ ଏକ ଅଫ୍ଲାଇନ୍ ଡିଭାଇସ୍କୁ ଇରେଜ୍ କରନ୍ତି ଏବଂ ଏହା ପୁନର୍ବାର ଅନ୍ଲାଇନ୍ ଆସିବା ପୂର୍ବରୁ ଏହାକୁ ଖୋଜନ୍ତି, ତେବେ ଆପଣ ଇରେଜ୍ ଅନୁରୋଧକୁ ବାତିଲ୍ କରିପାରିବେ।
ଆପଣଙ୍କ iPadରେ “ଖୋଜାଖୋଜି” ଆପ୍
ଖୋଲନ୍ତୁ।ସ୍କ୍ରୀନ୍ର ନିମ୍ନ-ବାମ ପାର୍ଶ୍ବରେ ଥିବା ଡିଭାଇସ୍ରେ ଟାପ୍ କରନ୍ତୁ, ତା’ପରେ ସେହି ଡିଭାଇସ୍ର ନାମରେ ଟାପ୍ କରନ୍ତୁ ଯାହାର ଇରେଜ୍ କରିବା ଆପଣ ବାତିଲ୍ କରିବାକୁ ଚାହୁଁଛନ୍ତି।
ଇରେଜ୍ କରିବା “ବାତିଲ୍ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଆପଣଙ୍କ Apple ଆକାଉଣ୍ଟ୍ ପାସ୍ଓ୍ବର୍ଡ୍ ଲେଖନ୍ତୁ।
ଯଦି ଆପଣ ନିଜର iPad ହଜାଇ ଦିଅନ୍ତି, ତେବେ iCloud.comରେ ଡିଭାଇସ୍ ଖୋଜନ୍ତୁ ବ୍ୟବହାର କରି ଆପଣ ଏହାକୁ ଇରେଜ୍ କରିପାରିବେ।